ETV Bharat / sports

ଜାତିଗତ ମନ୍ତବ୍ୟ ନେଇ ବିବାଦରେ ସୁରେଶ ରାଇନା

author img

By

Published : Jul 21, 2021, 5:20 PM IST

ଜାତି ନେଇ ଏକ ବୟାନ ପରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଅଧିକ ପଢ଼ନ୍ତୁ...

ଜାତିଗତ ମନ୍ତବ୍ୟକୁ ନେଇ ବିବାଦରେ ଫସିଲେ ସୁରେଶ ରାଇନା

ଚେନ୍ନାଇ: ଜାତିକୁ ନେଇ ଏକ ବୟାନ ପରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ସୁରେଶ ରାଇନାଙ୍କ ଏକ ମନ୍ତବ୍ୟକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ସହ ତାଙ୍କ ବିପକ୍ଷରେ କଡ଼ା ଟିପ୍ପଣୀ କରିଛନ୍ତି । ତାମିଲନାଡ଼ୁ ପ୍ରିମିୟର ଲିଗର ପଞ୍ଚମ ସିଜିନ ପ୍ରାରମ୍ଭିକ ମ୍ୟାଚରେ କମେଣ୍ଟ୍ରି ପ୍ୟାନେଲରେ ଯୋଗ ଦେବା ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାଇନା ।

ତାମିଲନାଡ଼ୁ ପ୍ରିମିୟର ଲିଗ୍ ପ୍ରାରମ୍ଭିକ ମ୍ୟାଚର କମେଣ୍ଟ୍ରି ପ୍ୟାନେଲକୁ ଆମନ୍ତ୍ରିତ ହୋଇଥିଲେ ସୁରେଶ ରାଇନା । ସୋମବାର ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯାଇଥିଲା । କମେଣ୍ଟ୍ରି କରିବା ବେଳେ ସୁରେଶ ରାଇନାଙ୍କୁ ଜଣେ କମେଣ୍ଟେଟର ପଚାରିଥିଲେ ଯେ, ସେ ଦକ୍ଷିଣ ଭାରତର ସଂସ୍କୃତିକୁ କିଭଳି ଭାବରେ ଆପଣାଇଥିଲେ । ଜବାବରେ ରାଇନା କହିଥିଲେ ଯେ, "ମୁଁ ବ୍ରାହ୍ମଣ ହୋଇଥିବାରୁ ଚେନ୍ନାଇ ସଂସ୍କୃତିକୁ ଆପଣାଇବା ମୋ ପାଇଁ ସହଜ ହୋଇଥିଲା । ଏହାସହ ମୁଁ ୨୦୦୪ ମସିହାରୁ ଚେନ୍ନାଇରେ କ୍ରିକେଟ ଖେଳି ଆସୁଛି । ବ୍ରାହ୍ମଣ ହୋଇଥିବାରୁ ଏଠାକାର ସଂସ୍କୃତି ମୋତେ ଭଲ ଲାଗେ । ମୁଁ ଅନିରୁଦ୍ଧ ଶ୍ରୀକାନ୍ତ, ସୁବ୍ରମଣ୍ୟମ ବିଦ୍ରିନାଥ ଓ ଲକ୍ଷ୍ମୀପତି ବାଲାଜୀଙ୍କ ସହ ଖେଳି ସାରିଛି । ଏଠାରୁ ଆପଣ ବହୁତ କିଛି ଶିଖି ପାରିବେ । ସିଏସକେ ସହ ଯୋଡ଼ି ହୋଇ ରହିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମଣୁଛି ।"

ତାମିଲନାଡ଼ୁ ପ୍ରିମିୟର ଲିଗର ପ୍ରଥମ ମ୍ୟାଚ ଲାଇକା କୋବଇ କିଙ୍ଗ୍ସ ଓ ସଲେମ ସ୍ପୋର୍ଟସ ମଧ୍ୟରେ ଖେଳାଯାଇଥିଲା । ତେବେ ରାଇନା କମେଣ୍ଟ୍ରି ସମୟରେ ନିଜକୁ ବ୍ରାହ୍ମଣ ବୋଲି ପରଚୟ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏହି ବୟାନ ପାଇଁ ରାଇନା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ୟୁଜର ଦାବି କରିଛନ୍ତି ।

ସୁରେଶ ରାଇନା ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ନିଜ କ୍ୟାରିଅରରେ ୧୮ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨୨୬ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ସେ ୭୬୮ ରନ କରିଥିବା ବେଳେ ଦିନିକିଆରେ ୫ ହଜାର ୬୧୫ ରନ କରିଛନ୍ତି । ଦିନିକିଆରେ ସେ ୬ ଟି ଶତକ ହାସଲ କରିଥିବା ବେଳେ ୩୬ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଏହାସହ ସେ ୭୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି । ଏଥିରେ ଗୋଟିଏ ଶତକ ସାମିଲ ରହିଥିବା ବେଳେ ୫ଟି ଅର୍ଦ୍ଧଶତକ ସାମିଲ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.