ETV Bharat / sports

ବିଶ୍ବକପ୍‌ ପୂର୍ବରୁ କୋହଲିଙ୍କୁ ହୀରା ବ୍ୟାଟ୍‌, ଉପହାର ଦେବେ ସୁରଟ୍‌ ବ୍ୟବସାୟୀ

ବିଶ୍ବକପ୍‌ ପୂର୍ବରୁ ବିରାଟ କୋହଲିଙ୍କୁ ମିଳିବ ହୀରା ବ୍ୟାଟ୍‌ । ତାଙ୍କର ଜଣେ ବଡ଼ ଫ୍ୟାନ୍ ତଥା ସୁରଟର ଖ୍ୟାତନାମା ବ୍ୟବସାୟୀ କୋହଲିଙ୍କୁ ଏହି ବଡ଼ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Aug 20, 2023, 8:53 PM IST

ବିଶ୍ବକପ୍‌ ପୂର୍ବରୁ କୋହଲିଙ୍କୁ ହିରା ବ୍ୟାଟ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଖେଳାଳି ହିସାବରେ ତାଙ୍କର ଯେତିକି ଖ୍ୟାତି ରହିଛି, ବଡ଼ ବଡ଼ ସିନେ ତାରକାଙ୍କଠାରୁ ମଧ୍ୟ କୋହଲିଙ୍କର ଫ୍ୟାନ୍ ଫଲୋୟର୍ସ ଢେର ଅଧିକ । କେବଳ ବର୍ତ୍ତମାନ ନୁହେଁ, ବିଶ୍ବ କ୍ରିକେଟ୍‌ ଇତିହାସରେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଏହି ଭେଟେରାନ ବ୍ୟାଟର । ଭାରତ ସମେତ ସମଗ୍ର ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ବିଭିନ୍ନ ମ୍ୟାଚ୍‌ରେ ତାଙ୍କର ଟିକିଏ ଝଲକ ପାଇବାକୁ କାହିଁ କେତେ ଦୂରରୁ ଛୁଟିଥାଏ ପ୍ରଶଂସକଙ୍କ ସୁଅ । ଏବେ ଦିନିକିଆ ବିଶ୍ବକପ୍‌ ପାଖେଇ ଆସୁଥିବାରୁ ପୁଣିଥରେ ବଢ଼ିଚାଲିଛି କୋହଲିଙ୍କ କ୍ରେଜ୍‌ ।

ଆସନ୍ତା ଦିନିକିଆ ବିଶ୍ବକପ୍‌ ମହାକୁମ୍ଭ ପାଇଁ ବାଜି ସାରିଛି ବିଗୁଲ୍‌ । ଏବେଯାଏଁ ଯଦିଓ ଏଥିପାଇଁ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା ହୋଇନି, ହେଲେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ପ୍ରମୁଖ ସଦସ୍ୟ ହେଉଛନ୍ତି ବିରାଟ କୋହଲି । ତେବେ କୋହଲିଙ୍କୁ ନେଇ ଏବେ ଅନ୍ୟ ଏକ କାରଣରୁ ଚର୍ଚ୍ଚା ଲାଗି ରହିଛି । ବିଶ୍ବକପ ପୂର୍ବରୁ ବିରାଟଙ୍କୁ ଉପହାର ମିଳିବ ହୀରାରେ ତିଆରି ବ୍ୟାଟ୍ । ସୁରଟର ଜଣେ ବ୍ୟବସାୟୀ ବିରାଟଙ୍କୁ ଡାଇମଣ୍ଡ ବ୍ୟାଟ୍ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ବିରାଟ କୋହଲିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ସୁରଟର ଖ୍ୟାତନାମା ବ୍ୟବସାୟୀ କୋହଲିଙ୍କୁ ଏହି ବଡ଼ ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ବିଶ୍ବକପ୍‌ ପୂର୍ବରୁ ବିରାଟଙ୍କୁ ସେ ଏକ ଡାଇମଣ୍ଡ୍‌ ବ୍ୟାଟ୍ ଗିଫ୍ଟ କରିବେ ବୋଲି ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...15 years of Virat Kohli: କ୍ରିକେଟ୍‌ରେ କୋହଲିଙ୍କ ୧୫ ବର୍ଷର ଶାସନ, ଦେଖନ୍ତୁ କଣ ରହିଛି ରେକର୍ଡ

ତେବେ ୧.୦୪ କ୍ୟାରେଟ ଅସଲି ହୀରାରେ ପ୍ରସ୍ତୁତ ହେବ ଏହି ସ୍ବତନ୍ତ୍ର ବ୍ୟାଟ୍ । ଏହା ୧୫ ମିମି ଲମ୍ବା ଏବଂ ପ୍ରାୟ ୫ ମିମି ଚଉଡ଼ାରେ ନିର୍ମିତ ହେବ । ଏହା ପ୍ରାୟତଃ ବିଶ୍ବର ସବୁଠାରୁ ଦାମୀ ବ୍ୟାଟ୍ ହୋଇପାରେ । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଡାଇମଣ୍ଡ ଟେକ୍ନୋଲୋଜି ଏକ୍ସପର୍ଟ ଏବଂ ଲେକ୍ସସ ସଫ୍ଟମ୍ୟାକ୍‌ କମ୍ପାନୀର ନିର୍ଦ୍ଦେଶକ ଉତ୍ପଳ ମିସ୍ତ୍ରୀ ଏହି ହୀରା ବ୍ୟାଟ୍‌ ପ୍ରସ୍ତୁତିର ତଦାରଖ କରିବେ ବୋଲି ଜଣାପଡ଼ିଛି । ତେବେ କିଙ୍ଗ୍‌ କୋହଲିଙ୍କୁ ହୀରାରେ ନିର୍ମିତ ବିଶ୍ବର ସବୁଠାରୁ ଦାମୀ ବ୍ୟାଟ୍ ଦେବାକୁ ଇଚ୍ଛାପ୍ରକାଶ କରିଛନ୍ତି ସୁରଟର ଏହି ବ୍ୟବସାୟୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.