ETV Bharat / sports

କ୍ରିକେଟ ଦ୍ରୋଣ ବାସୁ ପରଞ୍ଜପେଙ୍କ ପରଲୋକ, ଶୋକ ପ୍ରକାଶ କଲେ କ୍ରିକେଟର - ସଚିନଙ୍କ ଶୋକ ପ୍ରକାଶ

କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କ ମେଣ୍ଟର ବାସୁ ପରଞ୍ଜପେଙ୍କ ପରଲୋକ ହୋଇଛି । ସୋମବାର ମୁମ୍ବାଇସ୍ଥିତ ବାସ ଭବନରେ ତାଙ୍କର ନିଧନ ହୋଇଛି । ଅଧିକ ପଢ଼ନ୍ତୁ...

କ୍ରିକେଟ ଦ୍ରୋଣ ବାସୁ ପରଞ୍ଜପେଙ୍କ ପରଲୋକ, ଶୋକ ପ୍ରକାଶ କଲେ କ୍ରିକେଟର

author img

By

Published : Aug 30, 2021, 10:29 PM IST

ମୁମ୍ବାଇ: କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କ ମେଣ୍ଟର ବାସୁ ପରଞ୍ଜପେଙ୍କ ପରଲୋକ ହୋଇଛି । ସୋମବାର ମୁମ୍ବାଇସ୍ଥିତ ବାସ ଭବନରେ ତାଙ୍କର ନିଧନ ହୋଇଛି । ଦୀର୍ଘଦିନ ଧରି ସେ ରୋଗଶଯ୍ୟା ପଡ଼ି ରହିଥିଲେ । ତାଙ୍କ ମୃତ୍ୟୁକୁ ନେଇ ଭାରତୀୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

  • Saddened to know that Vasu sir is no more. Heartfelt condolences to @jats72 and family. Vasu sir always found a way to make those around him laugh. He will live on through his teachings and stories. RIP🙏🏼

    — Wasim Jaffer (@WasimJaffer14) August 30, 2021 " class="align-text-top noRightClick twitterSection" data=" ">

ବାସୁ ପରଞ୍ଜପେ, ସୁନିଲ ଗାଭାସ୍କରଙ୍କ ସହ ଦିଲ୍ଲୀପ ଭେଙ୍ଗସରକାର, ସଞ୍ଜୟ ମାଞ୍ଜ୍ରେକର ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ମେଣ୍ଟର ରହିଥିଲେ । ଏହି କ୍ରିକେଟରମାନେ ଅନ୍ତର୍ଜାତୀୟ ସ୍ତରରେ ପାଦ ଦେବା ନେଇ ବାସୁ ପରଞ୍ଜପେଙ୍କ ହାତ ରହିଛି । ତାଙ୍କ ନିଧନ ପରେ ସଞ୍ଜୟ ମାଞ୍ଜ୍ରେକର ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି ।

ସଞ୍ଜୟ ଟ୍ବିଟ୍ କରି କହିଛନ୍ତି ଯେ, "ଭାରତ କ୍ରିକେଟ ଜଗତ ଆଜି ଜଣେ ଉଚ୍ଚକୋଟିର କ୍ରିକେଟରଙ୍କୁ ହରାଇଛି । ଆପଣ ସବୁବେଳେ ମନେ ପଡ଼ିବେ ସାର୍ । "

ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ବାସୁଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, " ବାସୁ ସାର ଜଣେ କୁଶଳୀଙ୍କ ମଧ୍ୟରୁ ଜଣେ ଯାହାଙ୍କ ଠାରୁ ମୋତେ କିଛି ଶିଖିବାକୁ ସୁଯୋଗ ମିଳିଥିଲା । ମୋ କ୍ରିକେଟ କ୍ୟାରିଅରର ପ୍ରାଥମିକ ସ୍ତରରେ ସେ ଜଣେ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ରହିଥିଲେ । ସେ କହିଥିଲେ ପ୍ରତିପକ୍ଷ ବୋଲରକୁ ୧୫ ମିନିଟ ଦେଖ ବାକି ପୁରା ମ୍ୟାଚ ପ୍ରତିପକ୍ଷ ଖେଳାଳି ତୁମକୁ ଦେଖିବେ । ସେ ଜଣେ ବିଦ୍ବାନ କ୍ରିକେଟ କୋଚ। ସବୁବେଳେ ହସହସ ମୁହଁ ତାଙ୍କର ଦେଖିଛି । କିଛି ଦିନ ପୂର୍ବରୁ ତାଙ୍କ ସହ ଦେଖା ହୋଇଥିଲା । ଆପଣ ସବୁବେଳେ ମନେ ପଡ଼ିବେ ସାର୍ ।"

  • A truly exceptional and invaluable member of the cricket community passes away. RIP Vasu Sir! #VasuParanjape

    — Sanjay Manjrekar (@sanjaymanjrekar) August 30, 2021 " class="align-text-top noRightClick twitterSection" data=" ">

ସେହିଭଳି ପୂର୍ବତନ ଟେଷ୍ଟ କ୍ରିକେଟ ୱାସିମ ଜାଫର ମଧ୍ୟ ବାସୁ ସାରଙ୍କୁ ମନେ ପକାଇଛନ୍ତି । ସେ ଲେଖିଛନ୍ତି ଯେ, "ବାସୁ ସାର ଆଉ ଏହି ଦୁନିଆରେ ନଥିବା କଥା ଶୁଣି ଦୁଃଖ ଲାଗିଲା । ତାଙ୍କ ପରିବାର ଏହି ଦୁଃଖ ସହିବାକୁ ଶକ୍ତି ମିଳୁ । ବାସୁ ସାର ସବୁବେଳେ ସଭିଁଙ୍କୁ ହସାଇ ଆସିଛନ୍ତି । ସେ ସବୁବେଳେ ତାଙ୍କ ଶିକ୍ଷା ଓ ଚେତନା ପାଇଁ ସଭିଁଙ୍କ ମଧ୍ୟରେ ଜୀବିତ ରହିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.