ETV Bharat / sports

IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୫ ରନ୍‌ ଟାର୍ଗେଟ ଦେଲା SRH - ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୫ ରନ୍‌ ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ...

IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୫ ରନ୍‌ ଟାର୍ଗେଟ ଦେଲା SRH

author img

By

Published : Sep 22, 2021, 9:36 PM IST

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩୫ ରନ୍‌ ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ମ୍ୟାଚ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଦଳର ଖାତା ଖୋଲିବା ପୂର୍ବରୁ ଏନରିକ୍‌ ନୋର୍କିଆଙ୍କ ବଲ୍‌ରେ ଡକ୍‌ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ କେନ୍‌ ୱିଲିୟମସନ୍‌ । ଦଳ ପକ୍ଷରୁ ଅବଦୁଲ ସମାଦ ସର୍ବାଧିକ ୨୮ ରନ୍‌ କରିଥିଲେ ।

ଋଦ୍ଧିମାନ ଶାହା ମାତ୍ର ୧୮ ରନ୍‌ କରି ରାବାଡ଼ାଙ୍କ ବଲରେ ଆଉଟ ହୋଇଥିଲେ । କେନ୍‌ ୱିଲିୟମସନ୍‌ ମଧ୍ୟ ୧୮ ରନ୍‌ କରି ଅକ୍ଷର ପଟେଲଙ୍କ ବଲ୍‌ର ଶିକାର ପାଲଟିଥିଲେ । ଆଉ କେହି ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେଭଳି ଆଖି ଦୃଶିଆ ସ୍କୋର୍‌ କରି ପାରିନଥିଲେ । ମନିଷ ପାଣ୍ଡ ମାତ୍ର ୧୭ ରନ୍‌ କରିଥିଲେ ।

ଅବଦୁଲ ସମାଦ ସର୍ବାଧିକ ୨୮ ରନ୍‌ କରିଥିବାବେଳେ ରାଶିଦ ଖାନ୍‌ ଶେଷ ବେଳକୁ ଆସି ୨୨ ରନ୍‌ ଦଳ ଖାତାରେ ଯୋଡ଼ିଥିଲେ । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପକ୍ଷରୁ ଶୃଙ୍ଖଳା ବୋଲିଂ ଦେଖିବାକୁ ମିଳିଥିଲା । ସଠିକ୍‌ ଲାଇନ ଓ ଲେନ୍ଥରେ ବୋଲିଂ ଯୋଗୁଁ ସନ୍‌ ରାଇଜର୍ସ ହାଇଦ୍ରାବାଦ ଦଳ ବ୍ୟାଟସ୍‌ମ୍ୟାନ ବଡ଼ ସଟ୍‌ ଖେଳି ପାରିନଥିଲେ । ଦିଲ୍ଲୀ ଦଳର ଖେଳାଳି କେତେକ ସମୟରେ ଖରାପ ଫିଲ୍ଡିଂ କରିଥିଲେ ସୁଦ୍ଧା ଭଲ ବୋଲିଂ ଯୋଗୁଁ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା । ନିର୍ଦ୍ଧାରିତ ୨୦ ଓଭରରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ୯ ୱିକେଟ ହରାଇ ମାତ୍ର ୧୩୪ ରନ୍‌ ହିଁ କରି ପାରିଥିଲା ।

ଏହି ପିଚ୍‌ ବ୍ୟାଟସ୍‌ମ୍ୟାନଙ୍କୁ ସୁହାଇବ ବୋଲି ଆଶା କରାଯାଉଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏହି ପିଚ୍‌ରେ କିଭଳି ବ୍ୟାଟିଂ କରିବ, ତାହାରି ଉପରେ ରହିବ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.