ETV Bharat / sports

IND vs NZ 1st ODI: ଶୁଭମନ ଗିଲଙ୍କ ଧୂଆଁଧାର ପାଳି, ଦ୍ବିଶତକ ହାସଲ କରିବାରେ ବନିଲେ ସର୍ବକନିଷ୍ଠ ବ୍ୟାଟର - ଦିନିକିଆରେ ଦ୍ରୁତତମ ୧୦୦୦ ରନ ପୂରଣ

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମନ ଗିଲଙ୍କ ଧୂଆଁଧାର ଦ୍ବିଶତକ । ୧୪୫ ବଲରୁ ୧୯ ଚୌକା ଓ ୮ଟି ଛକା ବଳରେ ସେ ୨୦୦ ରନ ସଂଗ୍ରହ କରିଛନ୍ତି ଗିଲ । ଅଧିକ ପଢ଼ନ୍ତୁ

ଶୁଭମନ ଗିଲଙ୍କ ଦିନିକିଆ ରେକର୍ଡ
ଶୁଭମନ ଗିଲଙ୍କ ଦିନିକିଆ ରେକର୍ଡ
author img

By

Published : Jan 18, 2023, 5:29 PM IST

Updated : Jan 18, 2023, 6:50 PM IST

ହାଇଦ୍ରାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ ଏକାଧିକ ରେକର୍ଡ ହାସଲ କରିଛନ୍ତି ଯୁବ ତାରକା ବ୍ୟାଟର ଶୁଭମନ ଗିଲ । ସେ ଏହି ମ୍ୟାଚ୍‌ରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଛନ୍ତି । ସେ ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ତେବେ ଆଜିର ମ୍ୟାଚ୍‌ରେ ଏକାଧିକ ରେକର୍ଡ ହାସଲ କରିଥିବା ଗିଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କ୍ରିକେଟର ।

ଦିନିକିଆରେ ତୃତୀୟ ଶତକ:- ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପାଳି ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଈଶାନ କିଶାନଙ୍କୁ ଶୀଘ୍ର ଆଉଟ ହୋଇଯାଇଥିଲେ । ଯାହାକି ଭାରତକୁ ସଙ୍କଟ ଭିତରକୁ ଠେଲିଦେଇଥିଲା । ତେବେ ପାଳିକୁ ସମ୍ଭାଳି ନିଜର ପ୍ରତିଭା ଦେଖାଇଛନ୍ତି ଶୁଭମନ ଗିଲ । ମାତ୍ର ୮୭ ବଲରୁ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି ଗିଲ । ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ନିଜର ଦ୍ବିତୀୟ ଶତକ ହାସଲ କରିଥିଲେ । ପ୍ରଥମ ଅନ୍ତର୍ଜାତୀୟ ଶତକ ସେ ୨୦୨୨ ଅଗଷ୍ଟ ୨୨ରେ ଜିମ୍ବାୱେ ବିପକ୍ଷରେ ପୂରଣ କରିଥିଲେ ।

ଦିନିକିଆରେ ଦ୍ରୁତତମ ୧୦୦୦ ରନ:- ଆଜିର ମ୍ୟାଚ୍‌ରେ ଶୁଭମନ ଗିଲ ଅନ୍ତର୍ଜାତୀୟ ଦିନିକିଆରେ ୧୦୦୦ ବ୍ୟକ୍ତିଗତ ରନ ପୂରଣ କରିଛନ୍ତି । ସେ ଏହି କୀର୍ତ୍ତିମାନ ହାସଲ କରିବାରେ ବିରାଟ କୋହଲି ଓ ଶିଖର ଧାୱନଙ୍କୁ ପଛରେ ପକାଇଛନ୍ତି । ପୂର୍ବରୁ କୋହଲି ଓ ଧାୱନ ୨୪ ଇନିଂସରୁ ୧୦୦୦ ରନ ସଂଗ୍ରହ କରି ଏହି ରେକର୍ଡ କରିଥିଲେ । ତେବେ ଗିଲ କେବଳ ୧୯ ଇନିଂସରେ ୧୦୦୦ ରନ ପୂରଣ କରିଛନ୍ତି ।

ଦ୍ବିଶତକ ହାସଲ କରିବାରେ ସର୍ବକନିଷ୍ଠ:- ଶୁଭମନ ଗିଲ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ମାତ୍ର ୧୪୫ ବଲରୁ ୧୯ ଚୌକା ଓ ୮ଟି ଛକା ସହିତ ୨୦୦ ରନ ପୂରଣ କରିଥିବା ଗିଲ ଆଜିର ମ୍ୟାଚ୍‌ରେ ମୋଟ ୧୪୯ ବଲରୁ ୨୦୮ ରନ ସଂଗ୍ରହ କରିଛନ୍ତି । ତେବେ ସର୍ବକନିଷ୍ଠ ଭାବରେ ୨୩ ବର୍ଷ ବୟସରେ ଦ୍ବିଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି । ଗିଲଙ୍କ ପୂର୍ବରୁ ୨୪ ବର୍ଷୀୟ ଈଶାନ କିଶାନ ବାଂଲାଦେଶ ବିପକ୍ଷରେ ୨୦୨୨ରେ ଓ ଏହା ପୂର୍ବରୁ ୨୬ ବର୍ଷୀୟ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର:- ନ୍ୟୁଜିଲାଣ୍ଡ ବିପକ୍ଷରେ ବ୍ୟକ୍ତିଗତ ଭାବେ ୨୦୮ ରନ ସଂଗ୍ରହ କରି ଏନ୍ୟ ଏକ ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି ଯୁବ ବ୍ୟାଟର ଶୁଭମନ ଗିଲ । ନ୍ୟୁଜିଲାଣ୍ଡ ବିପକ୍ଷରେ ପୂର୍ବରୁ ୧୯୯୯ ମସିହାରେ ସଚିନ ତେନ୍ଦୁଲକର ୧୮୬ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2023, 6:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.