ETV Bharat / sports

Ashes Series: ଅବସର ଘୋଷଣା କଲେ ଷ୍ଟୁଆର୍ଟ ବ୍ରଡ, ପଞ୍ଚମ ଟେଷ୍ଟ୍‌ ମ୍ୟାଚ୍‌ ହେବ ଶେଷ ମ୍ୟାଚ୍‌

author img

By

Published : Jul 30, 2023, 5:43 PM IST

ଇଂଲଣ୍ଡର ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆସେସ୍‌ ସିରିଜ ତୃତୀୟ ଦିନର ଖେଳ ଶେଷ ହେବାପରେ ଏହି ମ୍ୟାଚ୍‌ ତାଙ୍କର ଶେଷ ମ୍ୟାଚ୍‌ ହେବ ବୋଲି ଘୋଷଣା କରିଛନ୍ତି ବ୍ରଡ । ଅଧିକ ପଢ଼ନ୍ତୁ

ଅବସର ଘୋଷଣା କଲେ ଷ୍ଟୁଆର୍ଟ ବ୍ରଡ
ଅବସର ଘୋଷଣା କଲେ ଷ୍ଟୁଆର୍ଟ ବ୍ରଡ

ଲଣ୍ଡନ: ଇଂଲଣ୍ଡର କେନ୍ସିଙ୍ଗଟନ ଓଭାଲରେ ଖେଳାଯାଉଥିବା ଆସେସ୍‌ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ଟେଷ୍ଟର ତୃତୀୟ ଦିନରେ ହଠାତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ବକପ୍‌ ପୂର୍ବରୁ ତାଙ୍କର ଏଭଳି ନିଷ୍ପତ୍ତି ପ୍ରଶଂସକମାନଙ୍କୁ ନିରାଶ କରିଛି । ଆସେସ୍‌ ସିରିଜ ତୃତୀୟ ଦିନର ଖେଳ ଶେଷ ହେବାପରେ ଇଂଲଣ୍ଡ ଦଳର ମ୍ୟାଚ୍ ସମୀକ୍ଷା କରିବାକୁ ଆସିଥିବା ଷ୍ଟୁଆର୍ଟ ବ୍ରଡ ସାମ୍ବାଦିକ ସମ୍ମିଳନୀରେ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଅର୍ଥାତ ଆସେସ୍‌ ସିରିଜର ଜାରି ରହିଥିବା ଏହି ପଞ୍ଚମ ଟେଷ୍ଟ ବ୍ରଡଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ହେବାକୁ ଯାଉଛି । ଏକଦା ତାଙ୍କୁ ଗୋଟିଏ ଓଭରରେ ୬ ଛକା ମାରିଥିବା ଯୁବରାଜ ସିଂ ଟ୍ବିଟ୍‌ କରି ବ୍ରଡଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Take a bow @StuartBroad8 🙇🏻‍♂️

    Congratulations on an incredible Test career 🏏👏 one of the finest and most feared red ball bowlers, and a real legend!

    Your journey and determination have been super inspiring. Good luck for the next leg Broady! 🙌🏻 pic.twitter.com/d5GRlAVFa3

    — Yuvraj Singh (@YUVSTRONG12) July 30, 2023 " class="align-text-top noRightClick twitterSection" data=" ">

ଏହିଦିନ ଖେଳିବେ ଶେଷ ମ୍ୟାଚ୍‌: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆସେସ୍‌ ସିରିଜର ପଞ୍ଚମ ମ୍ୟାଚ୍‌ କେନ୍ସିଙ୍ଗଟନ ଓଭାଲରେ ଖେଳାଯାଉଛି । ମ୍ୟାଚର ତୃତୀୟ ଦିନର ମ୍ୟାଚ୍‌ ଶେଷ ହେବାପରେ ଇଂଲଣ୍ଡର ଏହି ଷ୍ଟାର୍‌ ବୋଲର ଷ୍ଟୁଆର୍ଟ ବ୍ରଡ ଅବସର ଘୋଷଣା କରିଥିଲେ । ଚଳିତ ଆସେସ୍‌ ସିରିଜର ପଞ୍ଚମ ଟେଷ୍ଟ ବ୍ରଡଙ୍କ କ୍ୟାରିଅରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବାକୁ ଯାଉଛି । ବ୍ରଡ କେବଳ ଇଂଲଣ୍ଡ ନୁହେଁ, ବିଶ୍ବର ସବୁଠାରୁ ସଫଳ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ । ବ୍ରଡ ବିଶ୍ବର ଦ୍ବିତୀୟ ସଫଳ ପେସର ଭାବରେ ନିଜ ଦଳ ପାଇଁ ୬୦୦ରୁ ଅଧିକ ଅନ୍ତର୍ଜାତୀୟ ଟେଷ୍ଟ ୱିକେଟ ନେଇଛନ୍ତି । ବର୍ତ୍ତମାନ ବ୍ରଡ ୩୭ ବର୍ଷ ବୟସରେ ଅବସର ନେବାକୁ ଯାଉଛନ୍ତି । ତୃତୀୟ ଦିନର ଖେଳ ଶେଷ ହେବା ପରେ ବ୍ରଡ ନିଜେ ଅବସର ଘୋଷଣା କରିଥିଲେ ।

ହାସଲ କରିଛନ୍ତି ୮୪୫ ଅନ୍ତର୍ଜାତୀୟ ୱିକେଟ: ୨୦୦୬ରେ ପାକିସ୍ତାନ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ ବ୍ରଡ । ୨୦୦୭ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୦୭ ଟି୨୦ ବିଶ୍ବକପରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ବ୍ରଡଙ୍କୁ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ଏହାପରେ ସେ ଏହି ସାମୟିକ ଅସଫଳତାକୁ ଭୁଲି ବିଶ୍ବର ଶ୍ରେଷ୍ଠ ବୋଲର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ୨୦୧୦ ଟି୨୦ ବିଶ୍ବକପ ବିଜେତା ଏବଂ ୪ଟି ଆସେସ୍‌ ସିରିଜ ବିଜୟୀ ଇଂଲଣ୍ଡ ଦଳର ସେ ସଦସ୍ୟ ରହିଛନ୍ତି । ସେ ଇଂଲଣ୍ଡ ପାଇଁ ୧୬୭ ଟେଷ୍ଟ ମ୍ୟାଚ ଖେଳିଥିଲେ । ଯେଉଁଥିରେ ସେ ୬୦୨ ୱିକେଟ ନେବା ସହିତ ୩,୬୫୬ ରନ ମଧ୍ୟ କରିଛନ୍ତି । ଏହି ସମୟ ମଧ୍ୟରେ ସେ ୨୦ ଥର ୫ ୱିକେଟ ସଫଳତା ଓ ୩ ଥର ୧୦ ୱିକେଟ ସଫଳତାର ଅଧିକାରୀ ହୋଇଛନ୍ତି । ସେହିଭଳି ୧୨୧ ଦିନିକିଆ ମ୍ୟାଚରେ ୧୭୮ ୱିକେଟ ଏବଂ ୫୬ ଟି୨୦ ମ୍ୟାଚ୍‌ରେ ୬୫ ୱିକେଟ ନେଇଥିଲେ ବ୍ରଡ୍‌ । ଏହି ଭେଟେରାନ ୮୪୫ ଅନ୍ତର୍ଜାତୀୟ ୱିକେଟ ନେଇ କ୍ରିକେଟ ଇତିହାସରେ ନିଜର ନାମ ଲେଖିଛନ୍ତି ।

'ଏବେ ଅବସର ନେବା ସଠିକ ସମୟ': ଅବସର ନେବା ସମୟରେ ବ୍ରଡ କହିଛନ୍ତି, "ନଟିଂହାମ ଓ ଇଂଲଣ୍ଡ ଜର୍ସି ପିନ୍ଧିବା ମୋ ପାଇଁ ସବୁଠାରୁ ଗର୍ବର ବିଷୟ ଥିଲା । ବହୁତ ଚିନ୍ତା କରିବା ପରେ ଅବସର ନେବା ପାଇଁ ଏହା ମୋ ପାଇଁ ସବୁଠାରୁ ଉପଯୁକ୍ତ କ୍ଷଣ ବୋଲି ଭାବିଲି ।" ଅନ୍ୟପଟେ ୪୧ ବର୍ଷୀୟ ଜେମ୍ସ ଆଣ୍ଡରସନ କିନ୍ତୁ ଏବେ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.