ETV Bharat / sports

ଟେଷ୍ଟ କ୍ରିକେଟକୁ ଅଧିକ ଗୁରୁତ୍ବ ଦେଉଛି: ସ୍ମିଥ୍

author img

By

Published : Jul 4, 2021, 8:30 PM IST

ବର୍ତ୍ତମାନ ଟେଷ୍ଟ ମ୍ୟାଚକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଷ୍ଟାର ଅଷ୍ଟ୍ର୍ଲେଲିଆନ କ୍ରିକେଟର ଷ୍ଟିଭ ସ୍ମିଥ୍ । ଆଗକୁ ବହୁ ଉପ ମହାଦେଶ ସହ ଟେଷ୍ଟ ମ୍ୟାଚ ସିରିଜ ଖେଳିବ ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ...

ଟେଷ୍ଟ କ୍ରିକେଟକୁ ଅଧିକ ଗୁରୁତ୍ବ ଦେଉଛି: ସ୍ମିଥ୍
ଟେଷ୍ଟ କ୍ରିକେଟକୁ ଅଧିକ ଗୁରୁତ୍ବ ଦେଉଛି: ସ୍ମିଥ୍

ମେଲବର୍ଣ୍ଣ: ବର୍ତ୍ତମାନ ଟେଷ୍ଟ ମ୍ୟାଚକୁ ଅଧିକ ଗୁରୁତ୍ବ ଦେଉଛନ୍ତି ଷ୍ଟାର ଅଷ୍ଟ୍ର୍ଲେଲିଆନ କ୍ରିକେଟର ଷ୍ଟିଭ ସ୍ମିଥ୍ । ଆଗକୁ ବହୁ ଉପ ମହାଦେଶ ସହ ଟେଷ୍ଟ ମ୍ୟାଚ ସିରିଜ ଖେଳିବ ଅଷ୍ଟ୍ରେଲିଆ । ଏଥିପାଇଁ ଷ୍ଟିଭ୍ ସ୍ମିଥ୍ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ଇଂଲଣ୍ଡ ସହ ଆଶେଶ ସିରିଜରୁ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଦ୍ବିତୀୟ ସଂସ୍କରଣ ପାଇଁ ମ୍ୟାଚ ଆରମ୍ଭ ହେବ । ଏହାସହ ଉପ ମହାଦେଶରେ ମୋଟ 8ଟି ଟେଷ୍ଟ ଖେଳିବାକୁ ଅଛି ଅଷ୍ଟ୍ରେଲିଆ । ସେଥି ମଧ୍ୟରେ ଭାରତ ଓ ଶ୍ରୀଲଙ୍କା ଭଳି ଦେଶ ସାମିଲ ରହିଛନ୍ତି ।

ଭାରତ ସହ ଆଗକୁ 4ଟି ଟେଷ୍ଟ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ । କୋରୋନା କଟକଣା ଯୋଗୁଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ସମସ୍ତ ଟେଷ୍ଟ ସିରିଜକୁ ବାତିଲ କରିବାକୁ ପଡ଼ିଛି । ଫଳରେ ଅଷ୍ଟ୍ରେଲିଆ କେବଳ ଦେଶ ବାହାରେ ହିଁ ଟେଷ୍ଟ ସିରିଜ ଖେଳିବ । ବାଂଲାଦେଶ, ଦକ୍ଷିଣ ଆଫ୍ରିକାର ଅଷ୍ଟ୍ରେଲିଆ ଗସ୍ତ ବାତିଲ ହୋଇଛି । ଏଥିପାଇଁ ଅଷ୍ଟ୍ରେଲିଆ ଭାରତ ସହ 4ଟି ଟେଷ୍ଟ, ପାକିସ୍ତାନ ସହ 2ଟି ଟେଷ୍ଟ ଓ ଶ୍ରୀଲଙ୍କା ସହ 2ଟି ଟେଷ୍ଟ ମ୍ୟାଚ ଖେଳିବ ଅଷ୍ଟ୍ରେଲିଆ ।

ଏହାକୁ ନେଇ ଷ୍ଟିଭ୍ ସ୍ମିଥ କହିଛନ୍ତି ଯେ, "ବର୍ତ୍ତମାନ ମୁଁ ଭବିଷ୍ୟତରେ ହେବାକୁ ଥିବା ଉପମହାଦେଶ ଗସ୍ତ ମ୍ୟାଚ ଉପରେ ଅଧିକ ଫୋକସ କରୁଛି । ଏଥିରେ ଆସେସ ସିରିଜ ମଧ୍ୟ ସାମିଲ ରହିଛି । ଉପ ମହାଦେଶରେ ଟେଷ୍ଟ ମ୍ୟାଚ ଖେଳିବା କୌଣସି ଚ୍ୟାଲେଞ୍ଜଠୁ କମ୍ ନୁହେଁ । ଏଥିପାଇଁ ଆପଣଙ୍କୁ ଶାରୀରିକ ସହ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ିବ ।"

ଉପମହାଦେଶରେ ଟେଷ୍ଟ ଖେଳିବା କୌଣସି ପରୀକ୍ଷାଠୁ କମ୍ ନୁହେଁ । ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସ୍ମିଥ ନିଜକୁ ପ୍ରସ୍ତୁତ କରୁଥିବା କଥା କହିଛନ୍ତି । ସମସ୍ତ କ୍ରିକେଟ ଫର୍ମାଟ ମହତ୍ବ ବଜାୟ ରଖିବା ପାଇଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଏକ ଭଲ କନ୍ସେପ୍ଟ ବୋଲି କହିଛନ୍ତି ଷ୍ଟିଭ ସ୍ମିଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.