ETV Bharat / sports

୧୮ ମାସ ପରେ ସ୍ମିଥଙ୍କ ୨୮ତମ ଶତକ

author img

By

Published : Jul 8, 2022, 7:19 PM IST

ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ଦୀର୍ଘ ୧୮ ମାସ ପରେ ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଷ୍ଟିଭ ସ୍ମିଥ ନିଜର ୨୮ ତମ ଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

୧୮ ମାସ ପରେ ସ୍ମିଥଙ୍କ ୨୮ ତମ ଶତକ
୧୮ ମାସ ପରେ ସ୍ମିଥଙ୍କ ୨୮ ତମ ଶତକ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ଦୀର୍ଘ ୧୮ ମାସ ପରେ ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଷ୍ଟିଭ ସ୍ମିଥ ନିଜର ୨୮ ତମ ଶତକ ହାସଲ କରିଛନ୍ତି । ସ୍ମିଥ ଶେଷ ଥର ପାଇଁ ୨୦୨୧ ଜାନୁଆରୀରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚରେ ଶତକ ମାରିଥିଲେ ।

ଦୀର୍ଘ ୧୮ ମାସର ଅପେକ୍ଷା ପରେ ଷ୍ଟିଭ ସ୍ମିଥ ଆଜି(ଶୁକ୍ରବାର) ଖେଳାଯାଇଥିବା ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ଶତକ ହାସଲ କରିଛନ୍ତି । ସେ ୮୭ ମ୍ୟାଚରୁ ୮୦୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

୨୦୨୧ ମସିହାରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଟେଷ୍ଟ ଶତକ ହାସଲର ମାଇଲ ଷ୍ଟୋନରେ ପହଁଚିବା ପରେ ୧୮ ମାସ ପରେ ଆଜି ଶ୍ରୀଲଙ୍କା ବିପକ୍ଷରେ ନିଜର ୨୮ ତମ ଶତକ ହାସଲ କରିଛନ୍ତି ।

ସେହିପରି ଷ୍ଟିଭ ସ୍ମିଥ ଏହି ଶତକ ହାସଲ ପରେ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କର ୨୭ ତମ ଶତକକୁ ପଛରେ ପକାଇଛନ୍ତି । ଏହା ସହିତ ସେ ଇଂଲଣ୍ଡ ବ୍ୟାଟର ଜୋ ରୁଟଙ୍କ ସମକକ୍ଷ ହୋଇପାରିଛନ୍ତି । ଏଜବେଷ୍ଟନରେ ଖେଳାଯାଇଥିବା ଇଂଲଣ୍ଡ ଓ ଭାରତ ବିପକ୍ଷ ମ୍ୟାଚରେ ଇଂଲଣ୍ଡକୁ ଜିତାଇବାକୁ ଯାଇ ଜୋ ରୁଟ ନିଜର ୨୮ତମ ଶତକ ହାସଲ କରିଥିଲେ ।

ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ୮୭ ଟି ଟେଷ୍ଟ ମ୍ୟାଚ ଖେଳି ୨୮ ତମ ଶତକ ହାସଲ କରିଛନ୍ତି । ସେହିପରି ଇଂଲଣ୍ଡର ଜୋ ରୁଟ ୧୨୧ ଟି ଟେଷ୍ଟ ମ୍ୟାଚ ଖେଳି ୨୮ ତମ ଶତକ ହାସଲ କରିଛନ୍ତି । ସେହିପରି ଭାରତର ବିରାଟ କୋହଲି ୧୦୨ ଟି ମ୍ୟାଚ ଖେଳି ୨୭ ତମ ଶତକ ହାସଲ କରିଛନ୍ତି । ସେହିପରି ଏହି ରେକର୍ଡ ଛୁଇଁବା ଅପେକ୍ଷାରେ ଅଛନ୍ତି କେନ ୱିଲୟମସମ ଓ ଡେଭିଡ ୱାର୍ନର । ନ୍ୟୁଜିଲ୍ୟାଣ୍ଡର କେନ ୱିଲୟମସମ ୮୮ ଟି ମ୍ୟାଚ ଖେଳି ଏପର୍ଯ୍ୟନ୍ତ ୨୪ ଟି ଶତକ ହାସଲ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ୯୬ ଟି ମ୍ୟାଚ ଖେଳି ୨୪ ଟି ଶତକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.