ETV Bharat / sports

T20 World cup: ୬ ୱିକେଟରେ ଶ୍ରୀଲଙ୍କା ବିଜୟୀ, ସେମିରୁ ବିଦା ହେଲା ଆଫଗାନିସ୍ତାନ

୬ ୱିକେଟରେ ଶ୍ରୀଲଙ୍କା ବିଜୟୀ । ଆଫଗାନିସ୍ତାନର T20 ବିଶ୍ବକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି । ଆଜି ଶ୍ରୀଲଙ୍କା ଠାରୁ ୬ ୱିକେଟରେ ପରାସ୍ତ ହେବା ପରେ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ

T20 World cup: ୬ ୱିକେଟରେ ଶ୍ରୀଲଙ୍କା ବିଜୟୀ, ସେମିରୁ ବିଦା ହେଲା ଆଫଗାନିସ୍ତାନ
T20 World cup: ୬ ୱିକେଟରେ ଶ୍ରୀଲଙ୍କା ବିଜୟୀ, ସେମିରୁ ବିଦା ହେଲା ଆଫଗାନିସ୍ତାନ
author img

By

Published : Nov 1, 2022, 6:49 PM IST

ବ୍ରିସବେନ୍ : ଆଫଗାନିସ୍ତାନ ବିଶ୍ବକପ ବିଜୟ ରାସ୍ତାରେ ଖଳନାୟକ ସାଜିଲା ସିଂହଳୀ ଦଳ । ଆଫଗାନିସ୍ତାନର T20 ବିଶ୍ବକପ ଜିତିବା ସ୍ବପ୍ନ ଧୂଳିସାତ୍ ହୋଇଛି । ଆଜି ଶ୍ରୀଲଙ୍କାଠାରୁ ୬ ୱିକେଟରେ ପରାସ୍ତ ହେବା ପରେ ଆଫଗାନିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ବନ୍ଦ ହୋଇଯାଇଛି । ଆଫଗାନିସ୍ତାନ ସେମିରେ ପ୍ରବେଶ କରବା ଲକ୍ଷ୍ୟ ନେଇ ମଇଦାନରେ ଓହ୍ଲାଇଥିଲା । ଶ୍ରୀଲଙ୍କା ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରି ନିଜର ସେମି ଫାଇନାଲରେ ପ୍ରବେଶ କରିବା ଆଶା ଉଜ୍ଜିବୀତ କରିଛି ।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୪ ୱିକେଟ ହରାଇ ୧୪୮ ରନ୍ କରିଥିଲା । ୧୪୫ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ପଥୁମ ନିଶଙ୍କା ଦଳ । ଧନଞ୍ଜୟ ଡି ସିଲଭାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ସହଜରେ ଟାର୍ଗେଟ ହାତେଇବାରେ ସଫଳ ହୋଇଥିଲା । ଧନଞ୍ଜୟ ଡି ସିଲଭା ୪୨ ବଲରୁ ୬ ଟି ଚୌକା ଓ ୨ ଟି ଛକା ସହିତ ୬୬ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି କୁଶଲ ମେଣ୍ଡିସ୍ ୨୫ ରନ୍, ଚରିଥ ଅସଲଙ୍କା ୧୯ ରନ୍, ଭାନୁକା ରଜପକ୍ଷେ ୧୮ ରନ୍ ଓ ପଥୁମ ନିଶଙ୍କା ୧୦ ରନ୍ କରିଥିଲେ ।

ସେପଟେ ୱାନିନ୍ଦୁ ହସଲରଙ୍ଗାଙ୍କ ବୋଲିଂ ପ୍ରଦର୍ଶନ ଆଗରେ ଆଫଗାନିସ୍ତାନ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ହସରଙ୍ଗା ୪ ଓଭର ବୋଲିଂ କରି ମାତ୍ର ୧୩ ରନ୍ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ଅକ୍ତିଆର କରିଥିଲେ । ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଓପନିଂ ଯୋଡି ଭଲ ପାଳି ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଗୁରୁବାଜ ସର୍ବାଧିକ ୨୮ ରନର ଇନିଂସ ଖେଳିଥିଲେ । ସେହିପରି ଉସମନ ଘନି ୨୭ ରନ୍, ଇବ୍ରାହିମ ୨୨ ରନ୍, ନାଜିବୁଲାହ ୧୮ ରନ୍ କରିଥିଲେ । ସେପଟେ ଶ୍ରୀଲଙ୍କାର ଲାହିରୁ କୁମାରା ୨ ୱିକେଟ ନେଇଥିବା ବେଳେ କସୁନ ରଜିଥା ଗୋଟିଏ ୱିକେଟ ନେଇଥିଲେ । ୱାନିନ୍ଦୁ ହସରଙ୍ଗା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.