ETV Bharat / sports

ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ 166ରେ ଅଲଆଉଟ୍‌ ଶ୍ରୀଲଙ୍କା - ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ

ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଜାରି, ତୃତୀୟ ଦିନିକିଆରେ 41.1 ଓଭରରେ ମାତ୍ର 166 ରନରେ ଅଲଆଉଟ । ଅଧିକ ପଢନ୍ତୁ...

Sri Lanka shot out for 166 in third ODI against England
ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ 166ରେ ଅଲଆଉଟ୍‌ ଶ୍ରୀଲଙ୍କା
author img

By

Published : Jul 4, 2021, 9:05 PM IST

ବ୍ରିଷ୍ଟଲ: ଇଂଲଣ୍ଡ ଗସ୍ତରେ ଥିବା ଶ୍ରୀଲଙ୍କା ଟିମର ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି । ରବିବାର ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆ ମ୍ୟାଚରେ ସଂପୂର୍ଣ୍ଣ 50 ଓଭର ଖେଳିବାକୁ ଅସମର୍ଥ ହୋଇଛି ସିଂହଳ ଟିମ । ଫଳରେ 41.1 ଓଭରରେ ମାତ୍ର 166 ରନରେ ସମସ୍ତ ୱିକେଟ ହରାଇଛି ।

ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଓ ଭ୍ରମଣକାରୀ ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ଇଂନିସରେ ତୃତୀୟ ଓଭରରେ ଓପନର କୁଶାଲ ପରେରାଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିବା ଶ୍ରୀଲଙ୍କା 15ତମ ଓଭର ସୁଦ୍ଧା 66 ରନରେ ଅଧା ଖେଳାଳିଙ୍କ ୱିକେଟ ହରାଇ ସାରିଥିଲା ।

ଦାସୁନ ଶନାଙ୍କା ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ 48 ରନର ଇଂନିସ ଖେଳି ସମ୍ମାନ ରଖିଥିଲେ । 5ଜଣ ଖେଳାଳି ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । ୱାହିନ୍ଦୁ ହସରଙ୍ଗା ଓ ଓସାଦା ଫର୍ନାଣ୍ଡୋ 18 ରନ କରିଥିଲେ ।

ଟମ କରନ 10 ଓଭରରେ 35 ରନ ବ୍ୟୟରେ 4 ୱିକେଟ ହାସଲ ସହ ଇଂଲଣ୍ଡ ପକ୍ଷରୁ ସବୁଠୁ ସଫଳ ବୋଲର ରହିଛନ୍ତି । କ୍ରିସ ୱର୍କ୍ସ, ଡେଭିଡ ୱେଲିଙ୍କୁ 2ଟି ଲେଖାଏଁ ଓ ଆଦିଲ ରସିଦଙ୍କୁ ଗୋଟିଏ ୱିକେଟ ମିଳିଛି ।

ଇଂଲଣ୍ଡ ସାମ୍ନାରେ 167 ରନର ବିଜୟ ଲକ୍ଷ୍ୟ ରହିଛି ମାତ୍ର ବର୍ଷା ଯୋଗୁଁ ଦ୍ବିତୀୟ ଇଂନିସ ଆରମ୍ଭ ବିଳମ୍ବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.