କଲମ୍ବୋ: ଶ୍ରୀଲଙ୍କା କ୍ରିକେଟରଙ୍କୁ ମହଙ୍ଗା ପଡିଲା ଇଂଲଣ୍ଡ ଗସ୍ତ ସମୟରେ ଜୈବ ସୁରକ୍ଷା ବଳୟ ନିୟମ ଉଂଲଘନ । ସୋମବାର ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ, ୱିକେଟ କିପର ନିରୋସାନ ଡିକୱାଲାଙ୍କ ସମେତ 3 କ୍ରିକେଟରଙ୍କୁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) । ଏଥିସହ ତୁରନ୍ତ ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ । ଏହି ଖେଳାଳିମାନେ ଶ୍ରୀଲଙ୍କା ସ୍କ୍ବାଡର ସଦସ୍ୟ ଭାବେ ଇଂଲଣ୍ଡ ଗସ୍ତରେ ରହିଥିଲେ ।
ରବିବାର ରାତିରେ ଶେଷ ଟି20 ମ୍ୟାଚ ପରେ ଧୁରାମ ସଡକରେ ଅନ୍ୟ ଦୁଇଜଣଙ୍କ ସହ ଓପନର ଗୁଣତିଲକାଙ୍କୁ ବୁଲୁଥିବାର ଦେଖାଯାଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା 89 ରନ୍ରେ ପରାସ୍ତ ହୋଇଥିଲା । ସମସ୍ତ 3ଜଣ ଖେଳାଳି ଶେଷ ଟି20 ମ୍ୟାଚରେ ଚୂଡାନ୍ତ ଏକାଦଶର ଅଂଶ ଥିଲେ ।
ଫଳରେ ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟନିବାହୀ କମିଟି କୁସାଲ ମେଣ୍ଡିସ, ଧନୁସ୍କା ଗୁଣତିଳକା ଓ ନିରୋସାନ ଡିକୱାଲାଙ୍କୁ ବାୟୋବବଲ ନିୟମ ଉଂଲଘନ ଅପରାଧରେ ତୁରନ୍ତ ନିଲମ୍ବିତ କରିଛି । ଏଥିସହ ତୁରନ୍ତ ଶ୍ରୀଲଙ୍କା ଫେରିଯିବାକୁ ନିର୍ଦ୍ଦେଶ ରହିଛି । ଏକ ଘୋଷଣାନାମରେ ଏହା କହିଛନ୍ତି, SLC ସମ୍ପାଦକ ମୋହନ ଦି ସିଲଭା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ