ସିଡନୀ: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ଜାମିନ ମିଳିଛି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଚାଲିଥିବା ଟି-ଟେଣ୍ଟି ବିଶ୍ବକପରେ ସମୟରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କୁ ଜାମିନ ମିଳିଛି । ଜାମିନ ମିଲିଥିଲେ ବି କିଛି ସର୍ତ୍ତ ରହିଛି । ତାଙ୍କୁ ସୋସିଆଲ ମିଡିଆ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀଲଙ୍କା କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବାକୁ ଆସିଥିଲେ । ନଭେମ୍ବର 6 ତାରିଖରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହାପରେ ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିଲା । ଜଣେ ମହିଳା ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଦନୁଷ୍କା ଗୁଣତିଲକଙ୍କ ଉପରେ ହୋଇଥିବା ଏ ଅଭିଯୋଗ ଉପରେ ତଦନ୍ତ ଚାଲିଛି। ଗତକାଲି (ଗୁରୁବାର) ତାଙ୍କୁ ଜାମିନ ମିଳିଛି । ଜାମିନ ପରେ ଅଭିଯୋଗକାରୀ ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ । ତେଣୁ ଏହାକୁ ବିରୋଧ କରିଥିଲେ ପୋଲିସ ପ୍ରସିକ୍ୟୁଟର ।
ଏହା ବି ପଢନ୍ତୁ....ଦୁଷ୍କର୍ମ ଅଭିଯୋଗ ପରେ ଗୁଣତିଲକାଙ୍କୁ ବହିଷ୍କାର କଲା ଶ୍ରୀଲଙ୍କା କ୍ରିକେଟ
ଏହା ବି ପଢନ୍ତୁ...T20 World Cup: ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଗିରଫ
ଇଏସପିଏନକ୍ରିକଇଫୋ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କା କ୍ରିକେଟରୁ ବହିଷ୍କାର ହୋଇଥିବା ଦନୁଷ୍କା ଗୁଣତିଲକ 7 ନଭେମ୍ବରରେ ଜାମିନ ଆବେଦନ କରିଥିଲେ । ଜାମିନ ନାମଞ୍ଜୁର ହେବାକୁ ସେ ପାର୍କଲିୟା କରେକଶନାଲ ସେଣ୍ଟରରେ ଅଟକ ଥିଲେ । ସେଠାରୁ ଗୁରୁବାର ଭିଡିଓ ଜରିଆରେ ସିଡନୀ ସ୍ଥିତ ଡାଉନିଂ ସେଣ୍ଟର କୋର୍ଟରେ ହାଜର ହୋଇଥିଲେ । ସୋସିଆଲ ମିଡିଆ ବ୍ୟବହାର ବାରଣ ବ୍ୟତୀତ ଗୁଣତିଲକକଙ୍କୁ 1,50,000 ଅଷ୍ଟ୍ରେଲୀୟ ଡଲାର ମୁଚାଳିକାରେ ସର୍ତ୍ତମୂଳକ ଜାମିନ ମିଳିଛି । ଏହାସହ ତାଙ୍କୁ ପୋଲିସ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏହା ସହି ଅଭିଯୋଗକାରୀଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।