ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ: ଟସ ଜିତିଲା ଘରୋଇ ଦଳ, ବ୍ୟାଟିଂ କରୁଛି ଭାରତ

author img

By ETV Bharat Odisha Team

Published : Dec 26, 2023, 2:15 PM IST

Updated : Dec 26, 2023, 3:53 PM IST

IND vs SA test series: ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । ଟସ ଜିତି ଘରୋଇ ଦଳର ବୋଲିଂ ନିଷ୍ପତ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା
ind vs sa test series

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍‌ । ଟସ୍‌ ଜିତି ଘରୋଇ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି ରୋହୀତ ବାହିନୀ । ପିଚ୍‌ ଓଦା ରହିଥିବାରୁ ଟସ୍‌ ପଡିବାରେ ବିଳମ୍ବ ହୋଇଥିଲା । ଓପନିଂ ଯୋଡ଼ି ଭାବେ ପଡିଆକୁ ଓହ୍ଳାଇଛନ୍ତି ରୋହିତ ଶର୍ମା ଓ ଯଶଓ୍ବାଲ । ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ପ୍ରଶିଦ୍ଧ କ୍ରିଷ୍ଣା । ଦକ୍ଷିଣ ଆଫ୍ରିକାର ସୁର ସ୍ପୋର୍ଡ୍ସ ପାର୍କ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି ।

ଭାରତୀୟ ସମୟ ଅନୁସାରେ 1ଟା 30ରେ ମ୍ୟାଚ ଆରମ୍ଭ ହେବାର ଥିଲା । କିନ୍ତୁ ପିଚ ଉଡା ରହିଥିବାରୁ ଟସ ପଡିବାରେ ବିଳମ୍ବ ହୋଇଥିଲା । 1ଟା 45 ମିନିଟରେ ଟସ ପଡିବା ପରେ 2ଟାରେ ମ୍ୟାଚ ଆରମ୍ଭ ହୋଇଛି । 4ଓଭର ଶେଷସୁଦ୍ଧା ଟିମ ଇଣ୍ଡିଆ କୌଣସି ଓ୍ବିକେଟ ନହରାଇ 13 ରନ କରିଛି । ଦୀର୍ଘ ମାସ ପରେ ଭାରତୀଯ ଟିମ ଟେଷ୍ଟ ସିରିଜ ଖେଳୁଛି । ବିଶ୍ବକପ ପରେ ପଡିଆକୁ ଓହ୍ଳାଇଛନ୍ତି ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରିତ ବୁମରା ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି 20 ସିରିଜ ଡ୍ର ରହିଥିଲା । ଏହାପରେ ଦିନିକିଆରେ ଟିମ୍‌ ଇଣ୍ଡିଆ ସିରିଜ କବ୍‌ଜା କରିଥିଲା । ଏବେ ଭାରତୀୟ ଦଳର ନଜର ରହିଛି ଟେଷ୍ଟ ସିରିଜ ଉପରେ । ବରିଷ୍ଠ ଖେଳାଳି ଦଳକୁ ଫେରିଛନ୍ତି । ତେଣୁ ଟେଷ୍ଟ ମ୍ୟାଚ ଭାରତ ସପକ୍ଷରେ ଯିବା ନେଇ ଆଶା କରାଯାଉଛି । 1992ରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ସହ ଖେଳାଯାଇଥିବା ମ୍ୟାଚ ଗୁଡିକରେ ଘରୋଇ ଦଳ ଅଧିକ ମ୍ୟାଚ୍‌ରେ ବିଜୟୀ ହୋଇଛି । ତେଣୁ ଚଳିତ ଟେଷ୍ଟ ସିରିଜରେ କାହାର ପଲା ଭାରି ରହିବ ତାହା ମ୍ୟାଚ ଶେଷ ପରେ ହିଁ ଜଣା ପଡିବ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ, ବିଜୟ ଲକ୍ଷ୍ଯରେ ଟିମ୍‌ ଇଣ୍ଡିଆ

ଭାରତ ଏକାଦଶ : ରୋହିତ ଶର୍ମା (ଅଧିୟନାକ),ଯଶସ୍ବୀ ଜୈସ୍‌ୱାଲ, ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା (ଉପଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା ।

ଦକ୍ଷିଣ ଆଫ୍ରିକା ଏକାଦଶ: ଡିନ୍ ଏଲଗାର, ଆଡେନ ମାର୍କରାମ, ଟୋନି ଡି ଜୋର୍ଜି, ତେମ୍ବା ବଭୂମା , କିଗାନ ପିଟରସନ, ଡେଭିଡ ବେଡିଙ୍ଗହମ, କାଏମ ଭେରିନ, ମାର୍କୋ ଜାନସେନ୍, ଜେରାଲ୍ଡ କୋଏଜି, କାଗିସୋ ରାବାଡା, ନରେନ୍ଦ୍ର ବର୍ଗର ।

Last Updated : Dec 26, 2023, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.