ETV Bharat / sports

SA v IND: ଜୋହାନ୍ସବର୍ଗରେ ବିରଳ ବ୍ୟାଟିଂ ମାଇଲଷ୍ଟୋନ ଅପେକ୍ଷାରେ ବିରାଟ

ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ନୂଆବର୍ଷର ପ୍ରଥମ ଟେଷ୍ଟରେ ଏକ ବିରଳ ମାଇଲଷ୍ଟୋନ ହାସଲ କରିବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ୱାଣ୍ଡରର୍ସରେ ଜାନୁଆରୀ ୩ରୁ ଆରମ୍ଭ ହେଉଛି । ଅଧିକ ପଢନ୍ତୁ

author img

By

Published : Jan 2, 2022, 8:47 PM IST

SA v IND: Virat Kohli eyes batting milestone in Johannesburg
SA v IND: ଜୋହାନ୍ସବର୍ଗରେ ବିରଳ ବ୍ୟାଟିଂ ମାଇଲଷ୍ଟୋନ ଅପେକ୍ଷାରେ ବିରାଟ

ଜୋହାନ୍ସବର୍ଗ: ଭାରତୀୟ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ନୂଆବର୍ଷର ପ୍ରଥମ ଟେଷ୍ଟରେ ଏକ ବିରଳ ମାଇଲଷ୍ଟୋନ ହାସଲ କରିବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ୱାଣ୍ଡରର୍ସରେ ଜାନୁଆରୀ ୩ରୁ ଆରମ୍ଭ ହେବ । କୋହଲି ନିଜର ପୁରୁଣା ବ୍ୟାଟିଂ ଫର୍ମରେ ନଥିଲେ ମଧ୍ୟ ବର୍ଷ ୨୦୨୨ରେ ତାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହେବାନେଇ ଅପେକ୍ଷାରେ କ୍ରିକେଟ ପ୍ରେମୀ ।

ଜୋହାନ୍ସବର୍ଗର ୱାଣ୍ଡରର୍ସରେ ଭ୍ରମଣକାରୀ ବ୍ୟାଟ୍‌ର ଭାବେ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହେବାକୁ ଯାଉଛନ୍ତି ବିରାଟ କୋହଲି । ଏହି ଭେନ୍ୟୁରେ କୋହଲିଙ୍କ ନାମରେ ୨ଟି ମ୍ୟାଚ୍‌ରୁ ରହିଛି ୩୧୦ ରନ୍‌ । ତେବେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହେବାକୁ ବିରାଟ ମାତ୍ର ୭ ରନ୍‌ ଆବଶ୍ୟକ କରୁଛନ୍ତି । ଏପରି ହେଲେ ନ୍ୟୁଜିଲାଣ୍ଡ ବ୍ୟାଟ୍‌ର ଜନ୍‌ ରେଡ୍‌ଙ୍କୁ ପଛରେ ପକାଇବେ କୋହଲି ।

ଏହାମଧ୍ୟ ପଢନ୍ତୁ: India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

୨୦୧୩ରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ୱାଣ୍ଡରର୍ସରେ ଦମଦାର ଇଂନିସ ଖେଳିଥିଲେ ବିରାଟ । ପ୍ରଥମ ଇଂନିସରେ ୧୧୯ ଓ ଦ୍ବିତୀୟ ଇଂନିସରେ ୯୬ ରନ୍‌ର ମାରାଥନ ଇଂନିସ ଖେଳିଥିଲେ । ଫଳରେ ଜୋହାନ୍ସବର୍ଗରେ ଭାରତ ମ୍ୟାଚ୍‌ ଡ୍ର ରଖିବାରେ ସଫଳ ହୋଇଥିଲା । ସେହିପରି ୨୦୧୮ ଗସ୍ତ ସମୟରେ କୋହଲି ପ୍ରଥମ ଇଂନିସରେ ୫୪ ଓ ଦ୍ବିତୀୟ ଇଂନିସରେ ୪୧ ରନ୍‌ର ଇଂନିସ ଖେଳିଥିଲେ । ଏହି ପ୍ରଦର୍ଶନ ବଳରେ ୱାଣ୍ଡରର୍ସର ଆହ୍ବାନପୂର୍ଣ୍ଣ ପିଚ୍‌ରେ ବିଜୟ ହାସଲ କରିଥିଲା ଭାରତ ।

ୱାଣ୍ଡରର୍ସ, ଜୋହାନ୍ସବର୍ଗରେ ଭ୍ରମଣକାରୀ ବ୍ୟାଟ୍‌ର ଭାବେ ସର୍ବାଧିକ ରନ୍‌

  • ଜନ୍‌ ରେଡ୍‌ - ୩୧୬, ୧୯୬୧-୧୯୬୨ ମଧ୍ୟରେ ୨ଟି ମ୍ୟାଚ୍‌
  • ବିରାଟ କୋହଲି - ୩୧୦, ୨୦୧୩-୧୦୧୮ ମଧ୍ୟରେ ୨ଟି ମ୍ୟାଚ୍‌
  • ରିକି ପଣ୍ଟିଂ - ୨୬୩, ୨୦୦୨-୨୦୧୧ ମଧ୍ୟରେ ୪ଟି ମ୍ୟାଚ୍‌
  • ରାହୁଲ ଦ୍ରାବିଡ - ୨୬୨, ୧୯୯୭ରୁ ୨୦୦୬ ମଧ୍ୟରେ ୨ଟି ମ୍ୟାଚ୍‌
  • ଡାମିଏନ ମାରିନ- ୨୫୫, ୨୦୦୨ରୁ ୨୦୦୬ ମଧ୍ୟରେ ୨ଟି ମ୍ୟାଚ୍‌

ଏଥିସହ ବିରାଟ କୋହଲିଙ୍କ ପାଖରେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍‌ର ହେବାର ସୁଯୋଗ ରହିଛି। ଏହି ତାଲିକାର ପ୍ରଥମରେ ସଚିନ୍‌ ତେନ୍ଦୁଲକର, ଦ୍ବିତୀୟରେ ଦ୍ରାବିଡ ଓ ତୃତୀୟରେ କୋହଲି ରହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍‌ର

  • ସଚିନ ତେନ୍ଦୁଲକର - ୧୧୬୧, ୧୫ ମ୍ୟାଚ୍‌
  • ରାହୁଲ ଦ୍ରାବିଡ - ୬୨୪ ରନ୍‌ ୧୧ ମ୍ୟାଚ୍‌
  • ବିରାଟ କୋହଲି - ୬୧୧ ରନ୍‌ ୬ ମ୍ୟାଚ୍‌

ସଫଳତମ ଟେଷ୍ଟ କ୍ୟାପଟେନ ତାଲିକାରେ ସାମିଲ ହେବାର କୀର୍ତ୍ତିମାନ ମଧ୍ୟ ବିରାଟ ନିଜ ନାମରେ କରିପାରନ୍ତି । ୬୭ଟି ଟେଷ୍ଟରୁ ୪୦ଟି ମ୍ୟାଚ୍‌ରେ ବିଜେତା କ୍ୟାପଟେନ ରହିଛନ୍ତି କୋହଲି । ଫଳରେ କ୍ୟାପଟେନ ଭାବେ ଷ୍ଟିଭ ୱ'ଙ୍କ ୪୧ଟି ଟେଷ୍ଟ ବିଜୟ ରେକର୍ଡର ସମକକ୍ଷ ହୋଇପାରନ୍ତି କୋହଲି । ଜୋହାନ୍ସବର୍ଗରେ ଭାରତକୁ ବିଜୟ ମିଳିଲେ ସବୁଠୁ ସଫଳତମ ଟେଷ୍ଟ କ୍ୟାପଟେନ ତାଲିକାରେ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିପାରନ୍ତି କୋହଲି ।

କୋହଲି ପ୍ରଥମ ଏସୀୟ କ୍ୟାପଟେନ ଭାବେ ସେଞ୍ଚୁରିଅନରେ ଟେଷ୍ଟ ମ୍ୟାଚ୍‌ ବିଜେତା କ୍ୟାପଟେନ ହୋଇଛନ୍ତି । ଅନ୍ୟପଟେ ଯଦି ଟିମ ଇଣ୍ଡିଆ ଜୋହାନ୍ସବର୍ଗରେ ନିଜର ଅପରାଜେୟ ରେକର୍ଡ ବଜାୟ ରଖିବା ସହ ବିଜୟୀ ହୁଏ, ତେବେ ପ୍ରଥମ ଭାରତୀୟ କ୍ୟାପଟେନ ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜେତା କ୍ୟାପଟେନ ହେବାର ରେକର୍ଡ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.