ETV Bharat / sports

SA v IND: ଟିମ ଇଣ୍ଡିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ODI ସ୍କ୍ବାଡ୍‌ ଘୋଷଣା - ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ଜାନୁଆରୀ ୧୯ରୁ ତିନି ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ ଓ ପ୍ରଥମ ମ୍ୟାଚ୍‌ ପର୍ଲରେ ଖେଳାଯିବ । ଘରୋଇ ଟିମର ନେତୃତ୍ବ ଭାର ତେମ୍ବା ବାଭୁମାଙ୍କୁ ମିଳିଥିବାବେଳେ ଅଲ-ରାଉଣ୍ଡର ମାର୍କୋ ଜାନସେନ(Marco Jansen)ଙ୍କୁ ପ୍ରଥମ ଥର ODI ସ୍କ୍ବାଡ୍‌ରେ ସ୍ଥାନ ମିଳିଛି । ଅଧିକ ପଢନ୍ତୁ

SA v IND: Bavuma to lead Proteas in ODI series, Jansen gets maiden call-up, Nortje still unavailable
SA v IND: ଟିମ ଇଣ୍ଡିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ODI ସ୍କ୍ବାଡ୍‌ ଘୋଷଣା
author img

By

Published : Jan 2, 2022, 9:09 PM IST

ଜୋହାନ୍ସବର୍ଗ: ଟିମ ଇଣ୍ଡିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ୧୭ ଜଣିଆ ଦକ୍ଷିଣ ଆଫ୍ରିକା ODI ସ୍କ୍ବାଡ୍‌ ଘୋଷଣା(ODI squad Announced) ହୋଇଛି । ଦ୍ରୁତ ବୋଲର ଆନରିଚ ନର୍କିଆ ଫିଟ୍‌ ନଥିବାବେଳେ, ଅଲ-ରାଉଣ୍ଡର ମାର୍କୋ ଜାନସେନ(Jansen)ଙ୍କୁ ସ୍କ୍ବାଡ୍‌ରେ ପ୍ରଥମ ଥର ସ୍ଥାନ ମିଳିଛି । ତେମ୍ବା ବାଭୁମା ଘରୋଇ ଟିମର ନେତୃତ୍ବ ନେବେ ।

୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଜାନୁଆରୀ ୧୯ରୁ ଆରମ୍ଭ ହେବ ଓ ଦ୍ବିତୀୟ ମ୍ୟାଚ୍‌ ଜାନୁଆରୀ ୨୧ରେ ଖେଳାଯିବ । ଉଭୟ ମ୍ୟାଚ୍‌ ବୋଲାଣ୍ଡ ପାର୍କ, ପର୍ଲରେ ଖେଳାଯିବ । ତୃତୀୟ ତଥା ସିରିଜର ଶେଷ ମ୍ୟାଚ୍‌ ଜାନୁଆରୀ ୨୩ରେ ନିୟୁଲ୍ୟାଣ୍ଡ୍‌ସ, କେପଟାଉନରେ ଖେଳାଯିବ ।

ସୁପରସ୍ପୋର୍କ ପାର୍କରେ ଭାରତ ବିପକ୍ଷରେ ଜାନସେନ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ଦ୍ବିତୀୟ ଇଂନିସରେ ୫୫ ରନ୍‌ ବ୍ୟୟରେ ୪ଟି ୱିକେଟ ହାସଲ କରି ପ୍ରଭାବିତ କରିଥିଲେ । ଏଥିସହ ପ୍ରଥମ ଇଂନିସରେ ବ୍ୟାଟ୍‌ରେ ମଧ୍ୟ ଉପଯୋଗୀ ଯୋଗଦାନ କରିଥିଲେ ।

ଟିମ ଇଣ୍ଡିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ODI ସ୍କ୍ବାଡ୍‌:

ତେମ୍ବା ବାଭୁମା(କ୍ୟାପଟେନ), କେଶବ ମହାରାଜ(ଭାଇସ-କ୍ୟାପଟେନ), କ୍ବିଣ୍ଟନ ଡି କକ୍‌, ଜୁବେର ହମଜା, ମାର୍କୋ ଜାନସେନ, ଜନେମନ ମଲାନ, ସିସାନ୍ଦା ମଗଲା, ଆଡନ ମାର୍କ୍ରମ, ଡେଭିଡ ମିଲର, ଲୁଙ୍ଗି ନିଙ୍ଗିଡି, ୱାର୍ଣ୍ଣ ପର୍ନେଲ, ଆଣ୍ଡିଲେ ଫେହଲୁକାୟୋ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାବ୍ରେଇଜ ସାମସି, ରସି ଭାନ ଡର ଡସନ, କେଲ ଭେରିନେ ।

ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ODI ଟିମ ଘୋଷଣା କରିସାରିଛି। କ୍ୟାପଟେନ ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ୍‌ ପଡିଛନ୍ତି । ଫଳରେ କେଏଲ ରାହୁଲଙ୍କୁ ନେତୃତ୍ବ ଭାର ଓ ଜଶପ୍ରୀତ ବୁମରାଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦିନିକିଆ ସ୍କ୍ବାଡ୍‌: କେଏଲ ରାହୁଲ(କ୍ୟାପଟେନ), ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ୱାସିଂଟନ ସୁନ୍ଦର, ଜଶପ୍ରୀତ ବୁମରା(ଭାଇସ-କ୍ୟାପଟେନ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.