ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ: ଭାରତର ଶୋଚନୀୟ ପରାଜୟ, 32ରନ ଏବଂ ଏକ ଇନିଂସରେ ଦକ୍ଷିଣ ଆଫ୍ରିକା ବିଜୟୀ - ଭାରତ ବନାମ ଦକ୍ଷିଣ ଆଫ୍ରିକା

South Africa defeat India: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । କିଙ୍ଗ କୋହଲିଙ୍କ ଲଢୁଆ ପାରି ସତ୍ତ୍ବେ ପ୍ରଥମ ଟେଷ୍ଟ ମ୍ୟାଚରେ ହାରିଲା ଭାରତ । ଅଧିକ ପଢନ୍ତୁ

South Africa defeat India
South Africa defeat India
author img

By ETV Bharat Odisha Team

Published : Dec 28, 2023, 9:10 PM IST

Updated : Dec 28, 2023, 9:54 PM IST

ସେଞ୍ଚୁରିଅନ (ଦକ୍ଷିଣ ଆଫ୍ରିକା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିଅନର ସୁପରସ୍ପୋର୍ଟ୍ସ ପାର୍କରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଛି । ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜୟ ବରଣ କରିଛି ରୋହିତ ବାହିନୀ । କିଙ୍ଗ କୋହଲି ଶେଷ ପର୍ଯ୍ୟନ୍ତ ଲଢିଥିଲେ ସୁଦ୍ଧା ଭାରତକୁ ହାର ମାନିବାକୁ ପଡିଛି । ଏହି ମ୍ୟାଚରେ ଭାରତ ପ୍ରଥମ ପାଳିରେ ୨୪୫ ରନ କରିଥିଲା । ଏହାପରେ ବିପକ୍ଷ ଟିମ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୦୮ କରି ୧୬୩ ରନ୍‌ରେ ଆଗୁଆ ରହିଥିଲା । ଆଜି ସିରିଜର ତୃତୀୟ ଦିନରେ ୪୦୮ ରନକୁ ଟାର୍ଗେଟ କରି ଭାରତୀୟ ଟିମ ମୈଦାନକୁ ଓହ୍ଲାଇଥିବା ବେଳେ କୋହଲିଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଫେଲ ମାରିଥିଲେ । ଭାରତ ୧୩୧ ରନ୍‌ରେ ଅଲଆଉଟ ହୋଇଛି । ଏହାରି ସହିତ ପ୍ରଥମ ଟେଷ୍ଟ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୩୨ ରନ୍‌ ଓ ଗୋଟିଏ ପାଳିରେ ଜିତି ନେଇଛି ।

  • South Africa (408) defeat India (245 and 131) by an inning and 32 runs in 1st Test, take 1-0 lead in two-match series

    — ANI (@ANI) December 28, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- ସଙ୍କଟମୋଚକ ରାହୁଲଙ୍କ ଦମଦାର ଶତକ, ପ୍ରଥମ ପାଳିରେ ୨୪୫ରେ ଅଟକିଲା ଭାରତ

ଆଜି ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଜାରି ରଖିଥିଲା । ଡିନ ଏଲଗାର ୧୮୫ ରନ୍‌ ସ୍କୋର କରିଥିବା ବେଳେ ମାର୍କୋ ଜେନସେନ ମଧ୍ୟ ନିଜର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଥିଲେ । ଉଭୟ ୧୧୧ ରନ୍‌ ପାର୍ଟନରସିପ ସହ ୬ ୱିକେଟ ପତନରେ ଟିମର ସ୍କୋରକାର୍ଡକୁ ଆଗେଇ ନେଇଥିଲେ । ଏହାପରେ ଶାର୍ଦ୍ଦୁଳ ଠାକୁର ଏଲଗାରଙ୍କ ୱିକେଟ ନେବା ପରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଥିଲେ ମାର୍କୋ ଜେନସେନ । ମାର୍କୋ ୮୪ ରନ‌ କରି ଅପରାଜେୟ ରହିବା ସହ ସମସ୍ତ ୱିକେଟ ପତନ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪୦୮ ରନ୍‌ କରିଥିଲା । ଏହାରି ସହିତ ଦଳ ଭାରତଠାରୁ ୧୬୩ରନ୍‌ରେ ଆଗୁଆ ରହିଥିଲା ।

ଏହା ବି ପଢନ୍ତୁ- ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ: ଟସ ଜିତିଲା ଘରୋଇ ଦଳ, ବ୍ୟାଟିଂ କରୁଛି ଭାରତ

ଏହାପରେ ପଡ଼ିଆକୁ ଓହ୍ଲାଇଥିଲା ରୋହିତ ବାହିନୀ । ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଯଶସ୍ବୀ ଜଶୱାଲ ନିରାଶଜନକ ବ୍ୟାଟିଂ କରିଥିଲେ । କେବଳ ଶୁଭମନ ଗିଲ ଓ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିନଥିଲେ । ଶୁଭମନ ୨୬ ରନ୍‌ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରିଥିଲେ କିଙ୍ଗ କୋହଲି । ବିରାଟ ୭୬ ରନ୍‌ କରିଥିବା ବେଳେ ଅନ୍ୟପଟେ ୱିକେଟ ପତନ ହୋଇଥିଲା । ଭଲ ପାର୍ଟନରସିପ ଗଢିବାରେ ବିଫଳ ହେବା ପରେ ଭାରତ ୧୩୧ରେ ଅଲଆଉଟ୍‌ ହୋଇଛି । ଏହାରି ସହିତ ଦକ୍ଷିଣ ଆଫ୍ରିକା ୩୨ ରନ୍‌ ଓ ଗୋଟିଏ ପାଳିରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚକୁ କବଜା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2023, 9:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.