ETV Bharat / sports

Rohit Replacing Virat As ODI Captain: ମୁହଁ ଖୋଲିଲେ ଗାଙ୍ଗୁଲି - ଭାରତୀୟ ଦିନିକିଆ କ୍ରିକେଟ ଟିମ୍

ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ପୂର୍ବରୁ ODI ଅଧିନାୟକ ପଦରେ ରୋହିତ ଶର୍ମାଙ୍କୁ ନିଯୁକ୍ତ ପରେ କ୍ଷୁବ୍ଧ ଫ୍ୟାନ୍ସଙ୍କ ପ୍ରଶ୍ନର ଜବାବ ରଖିଲେ BCCI ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ

ODI କ୍ୟାପ୍ଟେନ ପଦରୁ ବିରାଟ ବାଦ: ମୁହଁ ଖୋଲିଲେ ଗାଙ୍ଗୁଲି

author img

By

Published : Dec 10, 2021, 10:41 AM IST

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ପୂର୍ବରୁ ODI ଅଧିନାୟକ ପଦରେ ରୋହିତ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ କୋହଲିଙ୍କ ଠାରୁ ଟି-20 କ୍ୟାପ୍ଟେନସିପ ନିଆଯିବା ପରେ ଏବେ ଦିନିକିଆ ନେତୃତ୍ବରୁ ବାଦ୍ ଦିଆଯାଇଛି । ଏହାପରେ BCCI ର ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କୋହଲିଙ୍କ ଫ୍ୟାନ୍ସ ।

BCCI କୋହଲିଙ୍କ ପ୍ରତି ଅନ୍ୟାୟ କରିଛି ବୋଲି କିଛି ପ୍ରଶଂସକ ଅଭିଯୋଗ କରିବା ସହ ଏଥିରେ ସୌରଭ ଗାଙ୍ଗୁଲି ହସ୍ତକ୍ଷେପ କରନ୍ତୁ ବୋଲି କହିଥିଲେ । ତେବେ ଟେଷ୍ଟ ଦଳ ଘୋଷଣା ଏବଂ ରୋହିତଙ୍କୁ ଦିନିକିଆରେ ଅଧିନାୟକ ଏବଂ ଟେଷ୍ଟରେ ଉପଅଧିନାୟକ ନିଯୁକ୍ତି କରାଯିବାର ଦିନକ ପରେ ମୁହଁ ଖୋଲିଛନ୍ତି BCCI ସଭାପତି ତଥା ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ।

ଗାଙ୍ଗୁଲି କୋହଲିଙ୍କୁ ବଦଳାଯିବାର କାରଣ କହିବା ସହ ଏନେଇ କାହା ମନରେ ଦ୍ବନ୍ଦ୍ବ ନ ରହୁ ବୋଲି କହିଛନ୍ତି । ସେ କହିଛନ୍ତି ଯେ, 'ଭାରତୀୟ କ୍ରିକେଟ ପ୍ରତି କୋହଲିଙ୍କ ଅବଦାନ ଅତୁଳନୀୟ । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । କ୍ୟାପ୍ଟେନ ପଦ ନେଇ ମୁଁ ଓ ଚୟନକର୍ତ୍ତା ଏହି ବିଷୟରେ କୋହଲିଙ୍କ ସହ କଥା ହୋଇଥିଲୁ । ବିସିସିଆଇ ତାଙ୍କୁ କ୍ୟାପ୍ଟେନ ପଦ ନ ଛାଡିବା ପାଇଁ ଅନୁରୋଧ କରିଥିଲା । ହେଲେ ସେ ଏଥିରେ ରାଜି ହୋଇନଥିଲେ । ତେଣୁ ଚୟନକର୍ତ୍ତା ବିଚାର କଲେ ଯେ, ଧଳାବଲ୍ କ୍ରିକେଟରେ ଦୁଇ ଜଣ ଅଧିନାୟକ ରଖିବାର କୌଣସି ଯଥାର୍ଥତା ନାହିଁ ।'

ଏହା ମଧ୍ୟ ପଢନ୍ତୁ:- ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ

ଏହାପରେ ସର୍ବସମ୍ମତି କ୍ରମେ କୋହଲି ଟେଷ୍ଟ ଅଧିନାୟକ ପଦ ବଜାୟ ରଖିବେ ଏବଂ ରୋହିତ ଶର୍ମା ଧଳାବଲ୍ ଅଧିନାୟକ ପଦରେ ନିଯୁକ୍ତି ହେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଗାଙ୍ଗୁଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.