ETV Bharat / sports

ଦିଲ୍ଲୀ କ୍ୟାପିଟାଲ୍ସରେ ଷ୍ଟିଭ ସ୍ମିଥଙ୍କ ଡେବ୍ୟୁ

author img

By

Published : Apr 18, 2021, 10:33 PM IST

ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଡେବ୍ୟୁ କଲେ ଅଷ୍ଟ୍ରେଲୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ଅଧିକ ପଢନ୍ତୁ...

Smith makes DC debut as they bowl against PBKS
ଦିଲ୍ଲୀ କ୍ୟାପିଟାଲ୍ସରେ ଷ୍ଟିଭ ସ୍ମିଥଙ୍କ ଡେବ୍ୟୁ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଡେବ୍ୟୁ କଲେ ଷ୍ଟିଭ ସ୍ମିଥ । ୱାଙ୍ଖଡେ ଷ୍ଟାଡିୟମ ମୁମ୍ବାଇରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ସ୍ମିଥ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ ମାତ୍ର ଆଇପିଏଲ 2021 ପୂର୍ବରୁ ହୋଇଥିବା ମିନି ନିଲାମିରେ ଦିଲ୍ଲୀ ସ୍ମିଥଙ୍କୁ କିଣି ସ୍କ୍ବାଡରେ ସାମିଲ କରିଥିଲା ।

ଦ୍ବିତୀୟ ଇଂନିସରେ କାକର ସମସ୍ୟା ରହୁଥିବାରୁ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି କ୍ୟାପଟେନ ଋଷଭ ପନ୍ତ । ଫଳରେ ପ୍ରଥମ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 195 ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 196 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ପଞ୍ଜାବ ପକ୍ଷରୁ ଓପନର ମୟଙ୍କ ଅଗ୍ରୱାଲ 36 ବଲ୍‌ରୁ ସର୍ବାଧିକ 69 ରନ୍‌ର ଇଂନିସ ଖେଳିଛନ୍ତି । ଅଗ୍ରୱାଲଙ୍କ ଏହି ଇଂନିସରେ 7ଟି ଚୌକା ଓ 4ଟି ଛକା ସାମିଲ ରହିଛି । କ୍ୟାପଟେନ କେଏଲ ରାହୁଲ 51 ବଲ୍‌ରୁ 7ଟି ଚୌକା ଓ 2ଟି ଛକା ସହାୟତାରେ 61 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଶେଷ ଭାଗରେ 13 ବଲ୍‌ରୁ ଦ୍ରୁତ 22 ଓ ଶାହାରୁଖ ଖାନ 5 ବ୍‌ଲରୁ ଉପଯୋଗୀ 15 ରନ୍‌ର ଇଂନିସ ଖେଳିଛନ୍ତି ।

ଦିଲ୍ଲୀ ପକ୍ଷରୁ କ୍ରିସ ୱର୍କ୍ସ, ଏଲ ମେରିୱାଲା, କାଗିସୋ ରବାଡା ଓ ଅବେଶ ଖାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

196 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ, ଓପନର ପୃଥୀ ଶ'ଙ୍କୁ 59 ରନରେ ହରାଇଛି । ତେବେ ଅନ୍ୟତମ ଓପନର ଶିଖର ଧାୱନ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.