ETV Bharat / sports

ସୁନୀଲ ଗାଭାସ୍କରଙ୍କୁ ସମ୍ମାନିତ କରିବ SJFI

author img

By

Published : Dec 15, 2021, 9:53 AM IST

କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ SJFI ପଦକରେ ସମ୍ମାନିତ କରାଯିବ (SJFI to honour Sunil Gavaskar)। ବୁଧବାର ଗୌହାଟିରେ ଆୟୋଜିତ ବାର୍ଷିକ ସାଧାରଣ ଅଧିବେଶନରେ ନିଷ୍ପତ୍ତି ନେଇଛି SJFI (Sports journalist federation of India) । ଅଧିକ ପଢନ୍ତୁ

ସୁନୀଲ ଗାଭାସ୍କରଙ୍କୁ ସମ୍ମାନିତ କରିବ SJFI
ସୁନୀଲ ଗାଭାସ୍କରଙ୍କୁ ସମ୍ମାନିତ କରିବ SJFI

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ SJFI ପଦକରେ ସମ୍ମାନିତ କରାଯିବ (SJFI to honour Sunil Gavaskar)। ବୁଧବାର ଗୌହାଟିରେ ଆୟୋଜିତ ବାର୍ଷିକ ସାଧାରଣ ଅଧିବେଶନରେ ନିଷ୍ପତ୍ତି ନେଇଛି SJFI (Sports journalist federation of India) । ଏହାବାଦ ଅଲିମ୍ପିକ୍ସ ଆଥଲେଟଙ୍କୁ ମଧ୍ୟ ସମ୍ମାନିତ କରିବ SJFI ।

ନିଜ ସମୟରେ ଗାଭାସ୍କର ଥିଲେ ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଓପନର ଓ ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ । 125ଟି ଟେଷ୍ଟରୁ 10,122 ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ 34ଟି ଶତକ ଓ 45ଟି ଅର୍ଦ୍ଧଶତକ ସାମିଲ ରହିଛି । 108ଟି ଦିନିକିଆରୁ 3,092 ରନ ମଧ୍ୟ ଗାଭାସ୍କରଙ୍କ ନାମରେ ରହିଛି । 34ଟି ଟେଷ୍ଟ ଶତକ ସହ ଟେଷ୍ଟ କ୍ରିକେଟରେ ପ୍ରାୟ ଦୁଇ ଦଶନ୍ଧି ଧରି ସର୍ବାଧିକ ଶତକ ହାସଲର ରେକର୍ଡ କରିଥିଲେ । କ୍ରିକେଟ ଜଗତ ପ୍ରତି ତାଙ୍କ ଏହି ଅବଦାନ ପାଇଁ SJFI ତାଙ୍କୁ ସମ୍ମାନିତ କରିବାକୁ ଚାହୁଁଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା SJFI ସ୍ପୋର୍ଟ୍ସମ୍ୟାନ ଅଫ୍ ଦି ଇୟର ପୁରସ୍କାର ପାଇବେ । ରୌପ୍ୟ ପଦକ ବିଜେତା ୱେଟଲିପ୍ଟର ମୀରାବାଈ ଚାନୁ ମଧ୍ୟ ଏହି ସ୍ପୋର୍ଟ୍ସଓମ୍ୟାନ ଅଫ୍ ଦି ଇୟର ସମ୍ମାନ ପାଇବେ । ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ଭାରତୀୟ ହକି ଦଳକୁ ଟିମ ଅଫ ଦି ଇୟର ଘୋଷଣା କରିଯାଇଛି । ଏହାବାଦ ପାରାଲିମ୍ପିକ୍ସ ଅଭିଯାନରେ ଭାରତର ଷ୍ଟାର ସାଜିଥିବା ସମିତ ଅଣ୍ଟିଲ ଓ ପ୍ରମୋଦ ଭଗତଙ୍କୁ ପୁରୁଷ ବିଭାଗରେ ଏସଜେଏଫଆଇ ଦ୍ବାରା ପାରା ଆଥଲେଟ ଅଫ ଦି ଇୟର ବିବେଚନା କରାଯାଇଛି । ଶୁଟର ଅବନୀ ଲେଖରା ଏସଜେଏଫଆଇ ପାରା ଆଥଲେଟ ଅଫ ଦି ଇୟର ମହିଳା ପୁରସ୍କାର ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.