ETV Bharat / sports

3-Match ODI Series: ଭାରତର ସର୍ବାଧିକ ରନ ସଂଗ୍ରହକାରୀ ବନିଲେ ଗିଲ, ବାବରଙ୍କ ସହ ବରାବର

author img

By

Published : Jan 24, 2023, 7:24 PM IST

ଆଜିର ୧୧୨ ରନ ଇନିଂସ ପରେ ଗିଲ ତିନି ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷିକ ସିରିଜର ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ କ୍ରିକେଟର ହୋଇଛନ୍ତି । ଅଧିକ ପଢନ୍ତୁ

ଶୁବମନ ଗିଲ
ଶୁବମନ ଗିଲ

ହାଇଦ୍ରାବାଦ : ଟିମ ଇଣ୍ଡିଆର ନୂଆ ରନ ମେସିନ ଭାବରେ ଆବିଷ୍କାର ହୋଇଛନ୍ତି ଯୁବ ଷ୍ଟାର ବ୍ୟାଟର ଶୁବମନ ଗିଲ । ତାଙ୍କର ଲଗାତାର ୪ ଟି ମ୍ୟାଚ ଉପରେ ନଜର ପକାଇଲେ ସେଥିରେ ଉଚ୍ଚକୋଟୀରେ ପ୍ରଦର୍ଶନ ସହିତ ଗୋଟିଏ ଅର୍ଦ୍ଧଶତକ, ଦୁଇଟି ଶତକ ଏବଂ ଗୋଟିଏ ଦ୍ବିଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ଗିଲ ୧୧୬ ରନର ଇନିଂସ ଖେଳିଥିଲେ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୨୦୮ ରନର ବିଶାଳ ଇନିଂସ ଖେଳିଥିଲେ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ୪୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ଆଜି ଖେଳାଯାଇଥିା ତୃତୀୟ ଦିନିକିଆ ମ୍ୟାଚରେ ୧୧୨ ରନର ଇନିଂସ ଖେଳିଛନ୍ତି ।

3ଟି ଦିନିକିଆ ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷିକ ସିରିଜରେ ଭାରତର ସବୁଠୁ ଅଧିକ ରନ ସଂଗ୍ରହକାରୀ ହେଲେ ଗିଲ- ଆଜିର ୧୧୨ ରନ ଇନିଂସ ପରେ ଗିଲ ତିନି ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷିକ ସିରିଜର ସର୍ବାଧିକ ରନ ସଂଗ୍ରହକାରୀ ଭାରତୀୟ କ୍ରିକେଟର ହୋଇଛନ୍ତି । ହେଲେ ଗିଲଙ୍କର ଏହି ଉପଲବ୍ଧି ଅନ୍ତର୍ଜାତୀୟ ବିଶ୍ୱ ରେକର୍ଡ (ତିନି ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷିକ ସିରିଜର ସର୍ବାଧିକ ରନ ସଂଗ୍ରହକାରୀ)ରେ ବାବର ଆଜମଙ୍କ ସହିତ ତାଙ୍କୁ ବରାବାର କରିଛି । ବାବର ଆଜମ ବର୍ଷ ୨୦୧୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୬୦ ରନ କରିଥିଲେ । ବାବର ତିନୋଟି ମ୍ୟାଚରେ ଶତକ ହାସଲ କରିଥିଲେ । ଆଜି ଯୁବ ବ୍ୟାଟର ଶୁବମନ ଗିଲ 7୮ ବଲରୁ ୧୩ ଟି ଚୌକା ଏବଂ ୫ ଟି ଛକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସ ପରେ ସେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସର୍ବାଧିକ ୩୬୦ ରନ କରିବାରେ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ଦିନିକିଆରେ ୨୦୮ ରନ କରିଥିଲେ । ଦ୍ବିତୀୟ ଦିନିକିଆରେ ୪୦ ରନ କରିଥିଲେ । ସେହିପରି ତୃତୀୟ ଦିନିକିଆରେ ୧୧୨ ରନ କରିଥିଲେ ।

ଗିଲଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହେଲେ ଲକି ଫରଗୁସନ

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳୁଛି ଭାରତ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଆରମ୍ଭରୁ ଓପନିଂ ଯୋଡି ଦମଦାର ଆରମ୍ଭ କରଥିଲେ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୨୧୨ ରନ ଯୋଡିଥିଲା । ଶୁବମନ ଗିଲ ଧୁଆଁଧାର ଶତକ ହାସଲ କରିଥିଲେ । ସେହିପରି ଯୁବ ବ୍ୟାଟର ଶୁବମନ ଗିଲ 7୮ ବଲରୁ ୧୩ ଟି ଚୌକା ଏବଂ ୫ ଟି ଛକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ । ଏହା ତାଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟରର ଚତୁର୍ଥ ଶତକ । ସେ ମ୍ୟାଚର ୮ ଓଭରରେ ଲକି ଫରଗୁସନଙ୍କ ବଲକୁ ପ୍ରଚୁର ପ୍ରହାର କରିଥିଲେ । ଏହି ଓଭରରେ ଗିଲ ବିସ୍ଫୋରକ ସଟ୍ ଖେଳି ୨୨ ରନ ସଂଗ୍ରହ କରିଥିଲେ । ଓଭରର ପ୍ରଥମ ବଲରେ ବାଉଣ୍ଡରୀ ୪ ମାରିଥିଲେ । ଦ୍ବିତୀୟ ବଲ ଡଟ୍ ହୋଇଯାଇଥିଲା । ଏହା ପରେ ତୃତୀୟ ଏବଂ ଚତୁର୍ଥ ବଲ ୪-୪ ହୋଇଥିଲା । ପଞ୍ଚମ ବଲ ଛକା ହୋଇଥିଲା । ଷଷ୍ଠ ବଲ ପୁଣି ୪ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.