ETV Bharat / sports

INDVSNZ 3rd ODI: ତୃତୀୟ ଦିନିକିଆରେ ହରଭଜନଙ୍କ ରେକର୍ଡ ଭାଙ୍ଗିବେ ଗିଲ ! - Holkar Stadium

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଯୁବ ବ୍ୟାଟର ଶୁବମନ ଗିଲଙ୍କ ପାଇଁ ବହୁତ ଖାସ ରହିବ । ଏହି ମୁକାବିଲା ଗିଲଙ୍କ ପାଇଁ କୌଣସି ସୁଯୋଗଠାରୁ କମ ନୁହେଁ । ଅଧିକ ପଢନ୍ତୁ

ଶୁବମନ ଗିଲ
ଶୁବମନ ଗିଲ
author img

By

Published : Jan 23, 2023, 10:01 PM IST

ହାଇଦ୍ରାବାଦ : ଆସନ୍ତାକାଲି (ମଙ୍ଗଳବାର) ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଭେଟିବ ରୋହିତ ଏଣ୍ଡ କୋ । ଏହି ତୃତୀୟ ଦିନିକିଆ ମ୍ୟାଚ ଯୁବ ବ୍ୟାଟର ଶୁବମନ ଗିଲଙ୍କ ପାଇଁ ବହୁତ ଖାସ ରହିବ । ଏହି ମୁକାବିଲା ଗିଲଙ୍କ ପାଇଁ କୌଣସି ସୁଯୋଗଠାରୁ କମ ନୁହେଁ । ଏହି ମ୍ୟାଚରେ ଗିଲ ନିଜର ବ୍ୟକ୍ତଗତ ଉପଲବ୍ଧି ହାସଲ କରି ପାରିବେ । ଏହି ସିରିଜରେ ଗିଲ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି । ଯଦି ସେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଖେଳିବେ ତାହାଲେ ସେ ହରଭଜନ ସିଂହ ଏବଂ ଦିନେଶ ମୋଙ୍ଗିଆଙ୍କର ରନ ରେକର୍ଡକୁ ଭାଙ୍ଗି ପାରିବେ । ଯଦି ଏହି ଅନ୍ତିମ ଦିନିକିଆରେ ଗିଲଙ୍କ ବ୍ୟାଟରୁ ବଡ ଇନିଂସ ବାହାରିଲା ତାହେଲେ ଗିଲ ଏହି ଦୁଇ ଜଣ କ୍ରିକେଟରଙ୍କ ରନ ସ୍କୋରକୁ ଅତିକ୍ରମ କରିବେ ।

ଶୁବମନ ଗିଲଙ୍କୁ ୮୯ ରନ ଦରକାର

ହରଭଜନ ସିଂହ ଏବଂ ଦିନେଶ ମୋଙ୍ଗିଆଙ୍କୁ ଦିନିକିଆରେ ରନରେ ପଛରେ ପକାଇବାକୁ ହେଲେ ଶୁବମନ ଗିଲଙ୍କୁ ୮୯ ରନ ଦରକାର । ଯଦି ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସ୍କୋର କରୁଛନ୍ତି, ତାହେଲେ ଏହି ଦୁଇ କ୍ରିକେଟରଙ୍କୁ ଅତିକ୍ରମ କରି ରନରେ ଆଗକୁ ବଢିବେ । ହରଭଜନ ସିଂହ ୨୩୪ ଦିନିକିଆ ମ୍ୟାଚରେ ୧୨୬ ପାଳିରୁ ୧୨୧୩ ରନ ବନାଇଛନ୍ତି । ତେବେ ତାଙ୍କୁ କାଟିବା ପାଇଁ ଗିଲଙ୍କୁ ୭୨ ରନର ଆବଶ୍ୟକ ରହିଛି । ସେହିପରି ଦିନେଶ ମୋଙ୍ଗିଆଙ୍କୁ କାଟିବା ପାଇଁ ତାଙ୍କୁ ପାଖାପାଖି ୮୯ ରନର ଆବଶ୍ୟକ ରହିଛି । ମୋଙ୍ଗିଆ ତାଙ୍କ ଦିନିକିଆ ମ୍ୟାଚରେ ୧୨୩୦ ରନ ସଂଗ୍ରହ କରିଛନ୍ତି । ଯଦି ଆମେ ଯୁବ ବ୍ୟାଟର ଶୁବମନ ଗିଲଙ୍କ ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର ଉପରେ ନଜର ପକାଇବା ତାହେଲେ ସେ ଏପର୍ଯ୍ୟନ୍ତ ୧୧୪୨ ରନ ସଂଗ୍ରହ କରିଛନ୍ତି ।

ଜବରଦସ୍ତ ଫର୍ମରେ ଅଛନ୍ତି ଗିଲ

ବର୍ଷ ଆରମ୍ଭରୁ ଗିଲ ମ୍ୟାଚରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଥିରୁଅନନ୍ତପୁରମ ମ୍ୟାଚରେ ଗିଲ ୧୧୬ ରନର ପାଳି ଖେଳିଥିଲେ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ ଏକାଧିକ ରେକର୍ଡ ହାସଲ କରିଥିଲେ ଯୁବ ବ୍ୟାଟର ଶୁଭମନ ଗିଲ । ସେ ଏହି ମ୍ୟାଚ୍‌ରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଥିଲେ । ସେ ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଥିଲେ । ତେବେ ସର୍ବକନିଷ୍ଠ ଭାବରେ ୨୩ ବର୍ଷ ବୟସରେ ଦ୍ବିଶତକ ହାସଲ କରିବାରେ ସେ ରେକର୍ଡ କରିଛନ୍ତି । ଗିଲଙ୍କ ପୂର୍ବରୁ ୨୪ ବର୍ଷୀୟ ଈଶାନ କିଶାନ ବାଂଲାଦେଶ ବିପକ୍ଷରେ ୨୦୨୨ରେ ଓ ଏହା ପୂର୍ବରୁ ୨୬ ବର୍ଷୀୟ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.