ETV Bharat / sports

World Cup 2023: ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ, ପାକିସ୍ତାନ ବିପକ୍ଷରେ ନଖେଳିବା ଆଶଙ୍କା

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଭାରତୀୟ ଷ୍ଟାର ଓପନର ଶୁଭମନ ଗିଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ
World Cup 2023
author img

By ETV Bharat Odisha Team

Published : Oct 10, 2023, 10:57 AM IST

ହାଇଦ୍ରାବାଦ: ଆଇସିସି ଦିନିକିଆ ବିଶ୍ବକପରେ ଭାରତ ପାଇଁ ସସମ୍ୟା ଉପୁଜିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଭାରତୀୟ ଷ୍ଟାର ଓପନର ଶୁଭମନ ଗିଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଛି । ସେ ବର୍ତ୍ତମାନ ଚେନ୍ନାଇର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପ୍ଲେଟଲେଟ କମି ଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ଶୁଭମନ ନଖେଳିବା ନେଇ ସୂଚନା ମିଳିଥିଲା । ମାତ୍ର ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଅକ୍ଟୋବର 14 ତାରିଖରେ ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ଖେଳି ନପାରନ୍ତି ।

ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳି ନଥିଲେ । ସେ ସୁସ୍ଥ ହୋଇନଥିବାରୁ ଆସନ୍ତାକାଲି ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ଖେଳି ନଥାନ୍ତେ । ଏବେ ତାଙ୍କର ସ୍ବାସ୍ଥବସ୍ଥା ବିଗିଡିବାରୁ ସେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅକ୍ଟୋବର 14 ତାରିଖରେ ପାରମ୍ପରକି ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷ ମ୍ୟାଚ ମଧ୍ୟ ସେ ଖେଳି ନପାରନ୍ତି ।

ଏହା ବି ପଢନ୍ତୁ...Cricket World Cup 2023: ଟିମ୍‌ ଇଣ୍ଡିଆକୁ ଝଟ୍‌କା, ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ବି ଖେଳିବେନି ଗିଲ୍‌

ଏହା ବି ପଢନ୍ତୁ...ବିଶ୍ବକପରେ ଅଭିଯାନ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଶୁବମନ ଗିଲ୍‌ ଡେଙ୍ଗୁ ଆକ୍ରାନ୍ତ

ଗିଲ୍‌ ଖେଳି ନପାରିବା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟ୍‌କା । କାରଣ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଦଳର ମୁକାବିଲା ପାକିସ୍ତାନ ସହ ରହିଛି । ଶୁଭମନ ଗିଲ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ହୁଏତ ସେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ନପାରନ୍ତି । ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ଡେଙ୍ଗୁରୁ ସୁସ୍ଥ ହୋଇ ଗିଲ୍‌ ସଂପୂର୍ଣ୍ଣ ଫିଟ୍‌ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଗିଲ୍‌ଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇଶାନ କିଷାନଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା । ହେଲେ ସେ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ ।

ଚେନ୍ନାଇର ଚେପକ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଭାରତ । 5 ଥର ବିଶ୍ବକପ ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ 6 ୱିକେଟରେ ପରାସ୍ତ କରିଥିଲା । ଜବରଦସ୍ତ ବୋଲିଂ ବଳରେ କଙ୍ଗାରୁ ଦଳକୁ 199ରନରେ ଅଟକାଇ ଦେଇଥିଲା । 200ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବି ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅଦ୍ଭୂତପୂର୍ବ ଭାଗୀଦାରୀ ବଳରେ ଭାରତ ବିଜୟ ହାସଲ କରିିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.