ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଶିଖର ଧାୱନଙ୍କୁ ଅଧିନାୟକ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଉପଅଧିନାୟକ କରାଯାଇଛି । ଆଜି BCCI ପକ୍ଷରୁ ସ୍କ୍ବାର୍ଡ ଘୋଷଣା ହୋଇଛି । ଜୁଲାଇ ୨୨ ରୁ ୨୭ ମଧ୍ୟରେ ୩ଟି ମ୍ୟାଚ ଖେଳାଯିବ ।
-
#TeamIndia ODI squad:
— BCCI (@BCCI) July 6, 2022 " class="align-text-top noRightClick twitterSection" data="
Shikhar Dhawan (C), Ravindra Jadeja (VC), Ruturaj Gaikwad, Shubman Gill, Deepak Hooda, Suryakumar Yadav, Shreyas Iyer, Ishan Kishan (WK), Sanju Samson (WK), Shardul Thakur, Yuzvendra Chahal, Axar Patel, Avesh Khan, Prasidh Krishna, Mohd Siraj, Arshdeep Singh
">#TeamIndia ODI squad:
— BCCI (@BCCI) July 6, 2022
Shikhar Dhawan (C), Ravindra Jadeja (VC), Ruturaj Gaikwad, Shubman Gill, Deepak Hooda, Suryakumar Yadav, Shreyas Iyer, Ishan Kishan (WK), Sanju Samson (WK), Shardul Thakur, Yuzvendra Chahal, Axar Patel, Avesh Khan, Prasidh Krishna, Mohd Siraj, Arshdeep Singh#TeamIndia ODI squad:
— BCCI (@BCCI) July 6, 2022
Shikhar Dhawan (C), Ravindra Jadeja (VC), Ruturaj Gaikwad, Shubman Gill, Deepak Hooda, Suryakumar Yadav, Shreyas Iyer, Ishan Kishan (WK), Sanju Samson (WK), Shardul Thakur, Yuzvendra Chahal, Axar Patel, Avesh Khan, Prasidh Krishna, Mohd Siraj, Arshdeep Singh
ତେବେ ଧାୱନ ଏବଂ ଜାଡେଜାଙ୍କ ବ୍ୟତୀତ ଋତୁରାଜ ଗାଏକ୍ବାଡ୍, ଶୁବମନ ଗିଲ୍, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଈଶାନ କିଶାନ(ୱିକେଟ୍ କିପର), ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆବେଶ ଖାନ୍, ପ୍ରସିଦ୍ଧ କିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହ ୱେଷ୍ଟ ଇଣ୍ଡିଜ ଟୁରରେ ସାମିଲ ଅଛନ୍ତି ।
ସେପଟେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଋଷଭ ପନ୍ତ ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି । ଭାରତ-ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୫ଟି T-20 ଏବଂ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଦିନିକିଆ ମ୍ୟାଚ ପାଇଁ ଆଜି ସ୍କ୍ବାର୍ଡ ଘୋଷଣା ହୋଇ ଥିବାବେଳେ ଆଗାମୀ ଦିନରେ T-20 ପାଇଁ ସ୍କ୍ବାର୍ଡ ଘୋଷଣା ହେବ । ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି ଭାରତୀୟ ଟିମ୍ । ସେଠାରେ T-20 ଏବଂ ଦିନିକିଆ ମ୍ୟାଚ ପରେ ୱେଷ୍ଟ ଇଣ୍ଡିଜ ଗସ୍ତ କରିବ ଟମ୍ ।