ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ, ଚର୍ଚ୍ଚାରେ ମହିଳା କ୍ରିକେଟର ଶିଖା ପାଣ୍ଡେ

author img

By

Published : Oct 10, 2021, 9:01 PM IST

ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତୀୟ ମହିଳା କ୍ରିକେଟ ଦଳ । ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ଟି-୨୦ ସିରିଜ ଜାରି ରହିଛି । ମ୍ୟାଚରେ ଭାରତକୁ ପରାଜିତ ହେବାପରେ ଫାଷ୍ଟ ବୋଲର ଶିଖା ପାଣ୍ଡେ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢ଼ନ୍ତୁ...

shikha pandey stuns australian alyssa with her magic bowl video viral
ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ, ଚର୍ଚ୍ଚାରେ ମହିଳା କ୍ରିକେଟର ଶିଖା ପାଣ୍ଡେ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତୀୟ ମହିଳା କ୍ରିକେଟ ଦଳ । ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ଟି-୨୦ ସିରିଜ ଜାରି ରହିଛି । ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆ ଠାରୁ ୪ ୱିକେଟରେ ପରାଜିତ ହେବାକୁ ପଡ଼ିଛି । ତେବେ ମ୍ୟାଚରେ ଭାରତକୁ ପରାଜିତ ହେବାପରେ ଫାଷ୍ଟ ବୋଲର ଶିଖା ପାଣ୍ଡେ ଚର୍ଚ୍ଚାରେ ରହିଛନ୍ତି । ଏହି ମ୍ୟାଚର ଶିଖାଙ୍କ ଇନ୍‌ ସ୍ବିଙ୍ଗ୍‌ ବଲ୍‌ର କୌଣସି ଜବାବ ଦେଇ ପାରିନଥିଲେ ଅଷ୍ଟ୍ରେଲିଆର ବ୍ୟାଟର୍‌ ।

୧୧୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଅଷ୍ଟ୍ରେଲିଆର ବ୍ୟାଟର୍‌ । ପ୍ରଥମ ଓଭର ଶିଖା ପାଣ୍ଡେ ବୋଲିଂ କରିଥିଲେ । ପ୍ରଥମ ବଲ୍‌ରେ ଓପନର ଅଲିଶା ହିଲି ଏକ ଚୌକା ମାରିଥିଲେ । ଏହାପରେ ଶିଖା ଏକ ଇନ୍‌ ସ୍ବଙ୍ଗ୍‌ ବଲରେ ଅଲିଶା ବୋଲ୍ଡ ହୋଇଥିଲେ । ଏଭଳି ଏକ ବଲ୍‌ର ଭୁରିଭୁରି ପ୍ରଶଂସା କରିଥିଲେ ଭାଷ୍ୟକାର । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଚରେ ବହୁ ଥର ସେ ଏଭଳି ବୋଲିଂ କରିଥିଲେ । ଯାହାଫଳେ ଅଷ୍ଟ୍ରେଲିଆର ବୋଲରଙ୍କୁ ବହୁ ସମସ୍ୟାର ସମ୍ମୁଖୀ ହେବାକୁ ପଡ଼ିଥିଲା । ଶିଖା ପାଣ୍ଡେଙ୍କ ବଲ୍‌ର ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଖରେ କୌଣସି ଜବାବ ନଥିଲା ।

ଏହି ବଲ୍‌କୁ ନେଇ ପୂର୍ବତନ ଭାରତୀୟ ବ୍ୟାଟର୍‌ ୱାସିମ ଜାଫର ମଧ୍ୟ ପ୍ରଶଂସା କରିଛନ୍ତି । ଏହା ଶତାବ୍ଦୀର ଶ୍ରେଷ୍ଠ ବଲ ବୋଲି ସେ କହିଛନ୍ତି । ଶିଖା ପାଣ୍ଡେଙ୍କ ଏହି ବଲ୍‌ ଅଫ ଷ୍ଟିକ୍‌ ବାହାରେ ପଡ଼ି ମିଡିଲ୍‌ ଷ୍ଟମ୍ପରେ ବାଜିଥିଲା । ଏଭଳି ବଲ୍‌ ଖେଳି ଆଚମ୍ବିତ ହୋଇ ପଡ଼ିଥିଲେ ଅଲିଶା ହିଲି ।

ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୧୮ ରନ୍‌ ହିଁ କରି ପାରିଥିଲା । ଜବାବରେ ଅଷ୍ଟ୍ରେଲିଆ ଦଳ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରବିବାର ଖେଳା ଯାଇଥିବା ତୃତୀୟ ମ୍ୟାଚରେ ମଧ୍ୟ ଭାରତକୁ ପରାଜିତ ହେବାକୁ ପଡ଼ିଛି । ତୃତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ ୧୪ ରନ୍‌ରେ ପରାଜିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.