ETV Bharat / sports

ସଞ୍ଜୁ ସାମସନଙ୍କ ସପକ୍ଷରେ ମୁହଁ ଖୋଲିଲେ ସାଂସଦ ଶଶି ଥରୁର

author img

By

Published : Dec 30, 2022, 11:00 PM IST

ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କୁ ଶ୍ରୀଲଙ୍କା ଦିନିକିଆ ବିପକ୍ଷରେ ଚୟନ କରାଯିବା ନ ନେଇ କଂଗ୍ରେସ ସାଂସଦ ଶଶି ଥରୁର BCCI ଉପରେ ଆଙ୍ଗୁଠି ଉଠାଇଛନ୍ତି । ଅଧିକ ପଢନ୍ତୁ

ସାଂସଦ ଶଶି ଥରୁର ଓ ଭାରତୀୟ କ୍ରିକେଟର ସଞ୍ଜୁ ସାମସନ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟର ସଞ୍ଜୁ ସମାସନଙ୍କୁ ଟି୨୦ ଓ ଦିନିକିଆ ସିରିଜରେ ଅବହେଳା କରାଯାଉଛି । ତେବେ ତାଙ୍କ ଭଳି ପ୍ରତିଭାବାନ କ୍ରିକେଟରଙ୍କୁ BCCIର ଅଣଦେଖା ନେଇ ସୋସିଏଲ ମିଡିଆରେ ବିଭିନ୍ନ ପ୍ରଶ୍ନ ଉଠିଛି । ତେବେ ଏହି ମାମଲାରେ କେରଳ ସାଂସଦ ଶଶି ଥରୁର ଟିମ୍‌ ଇଣ୍ଡିଆ ଚୟନକୁ ନେଇ ଅଙ୍ଗୁଳି ଉଠାଇ ଏକ ଟ୍ବିଟ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଶୀର୍ଷ ୧୦ ତାଲିକା
ଶୀର୍ଷ ୧୦ ତାଲିକା

ଜାନୁଆରୀରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଟି୨୦ ସିରିଜ ଏବଂ ୩ ଟିକିଆ ଦିନିକିଆ ସିରିଜ ଖେଳିବ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଛି । ତାଙ୍କ ବଦଳରେ ଇଶାନ କିଶାନ ଏବଂ ଲୋକେଶ ରାହୁଲଙ୍କୁ ୱିକେଟ କିପର ବ୍ୟାଟର ଭାବରେ ସ୍ଥାନ ମିଳିଛି । ଯେଉଁ କାରଣରୁ ତୃତୀୟ ୱିକେଟ କିପର ବ୍ୟାଟରଙ୍କୁ ଦଳରେ ସ୍ଥାନ ମିଳିପାରି ନାହିଁ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏନେଇ କଂଗ୍ରେସ ସାଂସଦ ଶଶି ଥରୁର ଟିମ ଇଣ୍ଡିଆ ସିଲେକ୍ସନ କମିଟି ଉପରେ ଆଙ୍ଗୁଠି ଉଠାଇଛନ୍ତି । ସେ କହିଛନ୍ତି ଦଳରେ ସ୍ଥାନ ପାଇବା ପାଇଁ ଆଉ କେତେ ରନର ଆଭରେଜ ଆବଶ୍ୟକ ରହିଛି । ଶଶି ଥରୁର ଶ୍ରୀଲଙ୍କା ଦିନିକିଆ ବିପକ୍ଷରେ ଦଳ ଘୋଷଣା ପରେ ସୋସିଆଲ ମିଡିଆରେ ସଞ୍ଜୁ ସାମସନଙ୍କର ଏକ ଫଟୋ ସେୟାର କରିବା ସହିତ BCCIକୁ ପ୍ରଶ୍ନ ବାଣ ମାରିଛନ୍ତି ।

  • This meme about ⁦@IamSanjuSamson⁩ is going around in Kerala. I have to say I agree with it. What more does he have to do to get a deserved place in India’s ODI XI? ⁦@BCCIpic.twitter.com/w4eL7kSfEd

    — Shashi Tharoor (@ShashiTharoor) December 29, 2022 " class="align-text-top noRightClick twitterSection" data="

This meme about ⁦@IamSanjuSamson⁩ is going around in Kerala. I have to say I agree with it. What more does he have to do to get a deserved place in India’s ODI XI? ⁦@BCCIpic.twitter.com/w4eL7kSfEd

— Shashi Tharoor (@ShashiTharoor) December 29, 2022 ">

ଶଶି ଥରୁର ଟ୍ବିଟ୍‌ କରି କହିଛନ୍ତି, "ସଞ୍ଜୁ ସାମସନ୍‌ଙ୍କ ଆଉ କେତେ ରନ୍‌ ଆଭେରେଜ ହେଲେ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବ ?"

ଏହି ଫଟୋରେ ସଞ୍ଜୁ ସାମସନଙ୍କର ଦିନିକିଆ ଆଭେରେଜ ବାବଦରେ ମଧ୍ୟ କୁହାଯାଇଛି । ଯାହା ୨୦୨୨ରେ ଖେଳିଥିବା କ୍ରିକେଟରମାନଙ୍କ ମଧ୍ୟରୁ ଟପ ୧୦ରେ ସେ ରହିଛନ୍ତି । ବର୍ଷ ୨୦୨୨ରେ ସର୍ବାଧିକ ଆଭରେଜରେ ରନ ସଂଗ୍ରହ କରିଥିବା କ୍ରିକେଟରମାନଙ୍କ ଶୀର୍ଷ ୧୦ ତାଲିକାରେ କେବଳ ୨ ଜଣ ଭାରତୀୟ କ୍ରିକେଟର ସାମିଲ ହୋଇଛନ୍ତି । ଏହି ତାଲିକାରେ ନମ୍ବରରେ ସଞ୍ଜୁ ସାମସନ ଏବଂ ୧୦ ନମ୍ବରରେ ଶୁବମନ ଗିଲ ସାମିଲ ହୋଇଛନ୍ତି । ସାମସନ ୧୦ ଟି ମ୍ୟାଚରୁ ୭୧.୦୦ ଆଭରେଜ ସହିତ ୨୮୪ ରନ କରିଛନ୍ତି । ସେହିପରି ଶୁବମନ ଗିଲ ୧୨ ମ୍ୟାଚରୁ ୭୦.୮୮ ଆଭରେଜ ସହିତ ୬୩୮ ରନ କରିଛନ୍ତି ।

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟର ସଞ୍ଜୁ ସମାସନଙ୍କୁ ଟି୨୦ ଓ ଦିନିକିଆ ସିରିଜରେ ଅବହେଳା କରାଯାଉଛି । ତେବେ ତାଙ୍କ ଭଳି ପ୍ରତିଭାବାନ କ୍ରିକେଟରଙ୍କୁ BCCIର ଅଣଦେଖା ନେଇ ସୋସିଏଲ ମିଡିଆରେ ବିଭିନ୍ନ ପ୍ରଶ୍ନ ଉଠିଛି । ତେବେ ଏହି ମାମଲାରେ କେରଳ ସାଂସଦ ଶଶି ଥରୁର ଟିମ୍‌ ଇଣ୍ଡିଆ ଚୟନକୁ ନେଇ ଅଙ୍ଗୁଳି ଉଠାଇ ଏକ ଟ୍ବିଟ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଶୀର୍ଷ ୧୦ ତାଲିକା
ଶୀର୍ଷ ୧୦ ତାଲିକା

ଜାନୁଆରୀରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଟି୨୦ ସିରିଜ ଏବଂ ୩ ଟିକିଆ ଦିନିକିଆ ସିରିଜ ଖେଳିବ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନଙ୍କୁ ଅଣଦେଖା କରାଯାଇଛି । ତାଙ୍କ ବଦଳରେ ଇଶାନ କିଶାନ ଏବଂ ଲୋକେଶ ରାହୁଲଙ୍କୁ ୱିକେଟ କିପର ବ୍ୟାଟର ଭାବରେ ସ୍ଥାନ ମିଳିଛି । ଯେଉଁ କାରଣରୁ ତୃତୀୟ ୱିକେଟ କିପର ବ୍ୟାଟରଙ୍କୁ ଦଳରେ ସ୍ଥାନ ମିଳିପାରି ନାହିଁ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏନେଇ କଂଗ୍ରେସ ସାଂସଦ ଶଶି ଥରୁର ଟିମ ଇଣ୍ଡିଆ ସିଲେକ୍ସନ କମିଟି ଉପରେ ଆଙ୍ଗୁଠି ଉଠାଇଛନ୍ତି । ସେ କହିଛନ୍ତି ଦଳରେ ସ୍ଥାନ ପାଇବା ପାଇଁ ଆଉ କେତେ ରନର ଆଭରେଜ ଆବଶ୍ୟକ ରହିଛି । ଶଶି ଥରୁର ଶ୍ରୀଲଙ୍କା ଦିନିକିଆ ବିପକ୍ଷରେ ଦଳ ଘୋଷଣା ପରେ ସୋସିଆଲ ମିଡିଆରେ ସଞ୍ଜୁ ସାମସନଙ୍କର ଏକ ଫଟୋ ସେୟାର କରିବା ସହିତ BCCIକୁ ପ୍ରଶ୍ନ ବାଣ ମାରିଛନ୍ତି ।

ଶଶି ଥରୁର ଟ୍ବିଟ୍‌ କରି କହିଛନ୍ତି, "ସଞ୍ଜୁ ସାମସନ୍‌ଙ୍କ ଆଉ କେତେ ରନ୍‌ ଆଭେରେଜ ହେଲେ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବ ?"

ଏହି ଫଟୋରେ ସଞ୍ଜୁ ସାମସନଙ୍କର ଦିନିକିଆ ଆଭେରେଜ ବାବଦରେ ମଧ୍ୟ କୁହାଯାଇଛି । ଯାହା ୨୦୨୨ରେ ଖେଳିଥିବା କ୍ରିକେଟରମାନଙ୍କ ମଧ୍ୟରୁ ଟପ ୧୦ରେ ସେ ରହିଛନ୍ତି । ବର୍ଷ ୨୦୨୨ରେ ସର୍ବାଧିକ ଆଭରେଜରେ ରନ ସଂଗ୍ରହ କରିଥିବା କ୍ରିକେଟରମାନଙ୍କ ଶୀର୍ଷ ୧୦ ତାଲିକାରେ କେବଳ ୨ ଜଣ ଭାରତୀୟ କ୍ରିକେଟର ସାମିଲ ହୋଇଛନ୍ତି । ଏହି ତାଲିକାରେ ନମ୍ବରରେ ସଞ୍ଜୁ ସାମସନ ଏବଂ ୧୦ ନମ୍ବରରେ ଶୁବମନ ଗିଲ ସାମିଲ ହୋଇଛନ୍ତି । ସାମସନ ୧୦ ଟି ମ୍ୟାଚରୁ ୭୧.୦୦ ଆଭରେଜ ସହିତ ୨୮୪ ରନ କରିଛନ୍ତି । ସେହିପରି ଶୁବମନ ଗିଲ ୧୨ ମ୍ୟାଚରୁ ୭୦.୮୮ ଆଭରେଜ ସହିତ ୬୩୮ ରନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.