ETV Bharat / sports

ଶେଫାଳିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ବ୍ୟାକଫୁଟ୍‌ରେ ଇଣ୍ଡିଆ ଓମେନ

author img

By

Published : Jun 18, 2021, 10:34 PM IST

ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଭ୍ରମଣକାରୀ ଭାରତ 83/1ର ସ୍କୋର ରହିଛି ଓ ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 82 ରନ୍‌ ପଛରେ ରହିଛି । ଅଧିକ ପଢନ୍ତୁ...

Shafali Verma shines but India women on backfoot against England
ଶେଫାଳିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ, ବ୍ୟାକଫୁଟ୍‌ରେ ଇଣ୍ଡିଆ ଓମେନ

ବ୍ରିଷ୍ଟଲ: ଓପନ ଶେଫାଳି ବର୍ମା ଚଳିତ ଓ୍ବାନ-ଅଫ ଟେଷ୍ଟର ଦ୍ବିତୀୟ ଇଂନିସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି, ମାତ୍ର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଡ୍ରାଇଭର ସିଟ୍‌ରେ ରହିଛି ।

ଷ୍ଟମ୍ପସ୍ ଅପସାରଣ ସୁଦ୍ଧା ଭ୍ରମଣକାରୀ ଭାରତ 83/1ର ସ୍କୋର ରହିଛି ଓ ଇଂଲଣ୍ଡର ପ୍ରଥମ ଇଂନିସ ସ୍କୋର ଠାରୁ 82 ରନ୍‌ ପଛରେ ରହିଛି । ଭାରତ ପାଇଁ ଶେଫାଳି ବର୍ମା ଓ ଦିପ୍ତୀ ଶର୍ମା ଯଥାକ୍ରମେ 55 ଓ 18 ରନ୍‌ରେ ଅପରାଜିତ ରହିଛନ୍ତି । ପୂର୍ବରୁ ତୃତୀୟ ଦିନ ଖେଳ ଆରମ୍ଭରେ ମିତାଲି ରାଜଙ୍କ ଟିମ୍‌ ଫଲୋଅନ ଭୋଗିଥିଲା ।

165 ରନ୍ ପଛରେ ଥିବା ଭାରତ ପାଇଁ ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ପ୍ରଥମ 5 ଓଭରରେ 29 ରନ୍‌ ଉଠାଇଥିଲେ ମାତ୍ର ଲଞ୍ଚ ବ୍ରେକ୍‌ର ଠିକ୍‌ ପରେ ମାନ୍ଧାନା 8 ରନରେ ଖେଳୁଥିବା ସମୟରେ କାଥରିନ ବ୍ରଣ୍ଟଙ୍କ ଦ୍ବାରା ଆଉଟ ହୋଥିଲେ ।

ପରେ ଦିପ୍ତୀ ଶର୍ମା, ଶେଫାଳିଙ୍କ ସହ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ଉଭୟ 24.3 ଓଭରରେ 83 ରନ୍‌ ପର୍ଯ୍ୟନ୍ତ ସ୍କୋର ପହଞ୍ଚାଇଥିଲେ । ପରେ ବର୍ଷା ବାଧକ ସାଜିବାକୁ ଚା' ବିରତି ଶୀଘ୍ର ନିଆଯାଇଥିଲା । ମାତ୍ର ଅଧିକ ବର୍ଷା ଯୋଗୁଁ ତୃତୀୟ ସେସନ ଖେଳ ବାତିଲ ଘୋଷଣା ହେବାସହ ତୃତୀୟ ଦିନ ଖେଳ ଶେଷ ବୋଲି ଘୋଷଣା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.