ETV Bharat / sports

ମହଙ୍ଗା ଖେଳାଳିଙ୍କୁ ରିଲିଜ୍‌ କରିବେ ଫ୍ରାଞ୍ଚାଇଜ୍‌, ଆଇପିଏଲ୍‌ ୨୦୨୪ ପାଇଁ ରୋମାଞ୍ଚକର ହେବ ନିଲାମ - ମିନି ଅକ୍ସନ୍‌ ପୂର୍ବରୁ ମହଙ୍ଗା ଖେଳାଳିଙ୍କୁ ରିଲିଜ୍‌

ଆଇପିଏଲ୍‌ ୨୦୨୪ ମିନି ଅକ୍ସନ୍‌ ପୂର୍ବରୁ ମହଙ୍ଗା ଖେଳାଳିଙ୍କୁ ରିଲିଜ୍‌ କରିବା ଲକ୍ଷ୍ୟରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ । ଡିସେମ୍ବର ୧୯ରେ ରୋମାଞ୍ଚକର ହେବ ନିଲାମ ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

ମହଙ୍ଗା ଖେଳାଳିଙ୍କୁ ରିଲିଜ୍‌ କରିବେ ଫ୍ରାଞ୍ଚାଇଜ୍‌

author img

By ETV Bharat Odisha Team

Published : Nov 26, 2023, 6:59 AM IST

ହାଇଦ୍ରାବାଦ: ଆଇପିଏଲ୍‌ ୨୦୨୪ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି ବିଭିନ୍ନ ଫ୍ରାଞ୍ଚାଇଜ୍‌ । ବିଶ୍ବର ସବୁଠାରୁ ଦାମି ପ୍ରିମିୟର ଲିଗ୍‌ର ୧୭ତମ ସଂସ୍କରଣ ପାଇଁ ମେଗା ଅକ୍ସନ ପ୍ରକ୍ରିୟା ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବ । ନିଲାମୀ ପୂର୍ବରୁ ବିଭିନ୍ନ ଟିମ୍‌ ମ୍ୟାନେଜ୍‌ମେଣ୍ଟ କେଉଁ ଖେଳାଳିଙ୍କୁ ରିଲିଜ କରିବେ ଏବଂ କାହାକୁ ରିଟେନ୍‌ କରିବେ, ସେନେଇ ଆଲୋଚନା ଜୋରଦାର କରିଛନ୍ତି । ତେବେ ଏଥର ଅନେକ ଦଳ ଏକାଧିକ ଦାମି ଖେଳାଳିଙ୍କୁ ରିଲିଜ୍‌ କରିବାକୁ ଏକ ପ୍ରକାର ନିଶ୍ଚିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ତାଲିକାରେ ସେହି ଖେଳାଳିମାନେ ଅଛନ୍ତି, ଯେଉଁମାନଙ୍କ ଉପରେ ଗତ ସଂସ୍କରଣରେ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲା, କିନ୍ତୁ ସେମାନେ ନିଜ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରି ନଥିଲେ ।

ସାମ୍‌ କରନ: ନଭେମ୍ବର ୨୬ ସୁଦ୍ଧା ସମସ୍ତ ୧୦ ଟିମ୍‌ ସେମାନଙ୍କର ଅନ୍ତିମ ରିଲିଜ୍‌ ଓ ରିଟେନ୍‌ ଖେଳାଳିଙ୍କ ତାଲିକା ପ୍ରକାଶ କରିବେ । ସେଥିପାଇଁ ଅନେକ ଦଳ ନିଜ ବେଞ୍ଚରୁ ବଡ଼ ଖେଳାଳିଙ୍କୁ ରିଲିଜ୍‌ କରି ସେମାନଙ୍କ ପର୍ସ ପରିମାଣ ବୃଦ୍ଧି କରିପାରିବେ । ରିପୋର୍ଟକୁ ଯଦି ବିଶ୍ବାସ କରିବା, ତେବେ ରିଲିଜ୍‌ ହେବାକୁ ଥିବା ଖେଳାଳିଙ୍କ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ସାମ୍‌ କରନ । ୨୦୨୩ ମିନି ଅକ୍ସନ୍‌ରେ ପଞ୍ଜାବ କିଙ୍ଗ୍ସ ସାମ୍‌ କରନଙ୍କ ଉପରେ ସର୍ବାଧିକ ୧୮.୫ କୋଟି ଟଙ୍କା ବିଡ୍‌ କରିଥିଲା । ଯାହା ଆଇପିଏଲ୍‌ ଇତିହାସରେ ସବୁଠାରୁ ବଡ଼ ବିଡ୍‌ ଥିଲା । କିନ୍ତୁ ସାମ୍‌ କରନ୍‌ ତାଙ୍କ ମୂଲ୍ୟ ଅନୁଯାୟୀ ପ୍ରଦର୍ଶନ କରିବାରେ ଅସଫଳ ରହିଥିଲେ । ଏଥର ନିଲାମ ପୂର୍ବରୁ ପଞ୍ଜାବ ପାଖରେ ସର୍ବାଧିକ ୧୨.୨୦ କୋଟି ପର୍ସ ରହିଛି । ତଥାପି ସାମ୍‌ କରନଙ୍କୁ ରିଲିଜ କରି ପର୍ସର ପରିମାଣ ବଢ଼ାଇବା ଲକ୍ଷ୍ୟରେ ରହିଛି ପଞ୍ଜାବ କିଙ୍ଗ୍ସ । ଆଇପିଏଲ୍‌ ୨୦୨୩ରେ ୧୪ଟି ମ୍ୟାଚ୍‌ ଖେଳି ସାମ୍‌ କରନ କେବଳ ୨୭୬ ରନ୍‌ ସ୍କୋର କରିଥିଲେ । ସେହିଭଳି ବୋଲିଂରେ ମଧ୍ୟ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ସେ ୧୪ଟି ମ୍ୟାଚ୍‌ରେ ମାତ୍ର ୧୦ ୱିକେଟ୍‌ ହାସଲ କରିବାକୁ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪ ପାଇଁ ରଣନୀତି ଶେଷ ପର୍ଯ୍ୟାୟରେ, ବଦଳିବେ ଏକାଧିକ ଦଳର ଅଧିନାୟକ

ବେନ୍‌ ଷ୍ଟୋକ୍ସ: ଆଇପିଏଲ୍‌ ୨୦୨୩ରେ ଇଂଲଣ୍ଡର ଭେଟେରାନ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ୍‌ । ହେଲେ ସେ ମାତ୍ର ୨ଟି ମ୍ୟାଚ୍‌ ଖେଳିଥିଲେ । ଆହତ ସମସ୍ୟା ଲାଗି ସେ ଅବଶିଷ୍ଟ ମ୍ୟାଚରୁ ବାଦ ପଡ଼ିଥିଲେ । ଏଥର କିନ୍ତୁ ୱାର୍କଲୋଡ୍‌ ଏବଂ ଫିଟ୍‌ନେସ୍‌ ଲାଗି ସେ ଆଇପିଏଲ୍‌ ୨୦୨୪ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ତାଙ୍କୁ ରିଲିଜ୍‌ କରି ପର୍ସର ପରିମାଣ ବୃଦ୍ଧି କରିଛି ଚେନ୍ନାଇ ସୁପରକିଙ୍ଗସ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ 2024 ମିସ୍ କରିବେ ବେନ୍ ଷ୍ଟୋକ୍ସ

ଏମାନଙ୍କ ବ୍ୟତୀତ ସମସ୍ତ ୧୦ଟି ଦଳରୁ ଅନେକ ଖେଳାଳି ରିଲିଜ୍‌ ହେବାର ସମ୍ଭାବନା ରହିଛି । ଏଥିରେ ସବୁଠାରୁ ବଡ଼ ନାମ ହେଉଛି ଦୀନେଶ କାର୍ତ୍ତିକ । କାର୍ତ୍ତିକଙ୍କୁ ଆଇପିଏଲ୍‌ ୨୦୨୨ ପୂର୍ବରୁ ୫.୫ କୋଟିରେ କିଣିଥିଲା ଆର୍‌ସିବି । ଏଥିରେ ସେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ଦଳକୁ ଅନେକ ମ୍ୟାଚ୍‌ ଜିତାଇଥିଲେ । ହେଲେ ଏହାପରେ ୨୦୨୩ ସଂସ୍କରଣରେ ସେ ନିଜକୁ ପ୍ରମାଣିତ କରିବାରେ ଅସଫଳ ହୋଇଥିଲେ । ସେହିଭଳି କୋଲକାତା ନାଇଟ୍‌ ରାଇଡର୍ସ ଷ୍ଟାର ବୋଲର ଲକି ଫର୍ଗୁସନଙ୍କୁ ୧୦ କୋଟି ଟଙ୍କାରେ କିଣିଥିଲା । ସେ ମଧ୍ୟ ଅସଫଳ ହେବାରୁ ତାଙ୍କୁ ଏଥର ରିଲିଜ କରିପାରେ କୋଲକାତା । ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ଓପନର ପୃଥ୍ବୀ ଶ'ଙ୍କ ପ୍ରଦର୍ଶନ ଗତ ସଂସ୍କରଣରେ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ତେଣୁ ତାଙ୍କୁ ରିଲିଜ କରି ଦିଲ୍ଲୀ ନିଜ ପର୍ସରେ ୮ କୋଟି ଟଙ୍କା ଯୋଡ଼ି ପାରିବ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.