ETV Bharat / sports

ପ୍ରଥମ ଟି-20: ଇଂଲଣ୍ଡଠୁ DLS ନିୟମରେ ହାରିଲା ଭାରତୀୟ ମହିଳା ଟିମ - ଭାଇସ-କ୍ୟାପଟେନ ସ୍ମୃତି ମାନ୍ଧାନା

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡ ମହିଳା ଟିମ ଠାରୁ ପ୍ରଥମ ଟି-20ରେ 18 ରନ୍‌ରେ ପରାସ୍ତ ହୋଇଛି ଭାରତ । ଅଧିକ ପଢନ୍ତୁ...

Sensational Sciver powers England to 18-run win over India in rain-hit T20
ପ୍ରଥମ ଟି20: ଇଂଲଣ୍ଡଠୁ DLS ନିୟମରେ ହାରିଲା ଭାରତୀୟ ମହିଳା ଟିମ
author img

By

Published : Jul 10, 2021, 5:57 PM IST

ନର୍ଥାମ୍ପଟନ: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡ ମହିଳା ଟିମ ଠାରୁ ପ୍ରଥମ ଟି-20ରେ 18 ରନ୍‌ରେ ପରାସ୍ତ ହୋଇଛି ଭାରତ । ଘରୋଇ ଟିମର ଅଲରାଉଣ୍ଡର ନାଟ ସ୍କିଭରଙ୍କର ରେକର୍ଡ ଅର୍ଦ୍ଧଶତକ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ DLS ନିୟମରେ ଇଂଲଣ୍ଡ ବିଜେତା ହୋଇଛି ।

ଭାରତ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ସ୍କିଭର ମାତ୍ର 27 ବଲ୍‌ରୁ 8 ଚୌକା ଓ ଗୋଟିଏ ଛକା ସହାୟତାରେ ଧୁଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ । ପରେ ୱିକେଟ କିପର ଏମି ଜୋନ୍ସଙ୍କ 27 ବଲ୍‌ରୁ ଦ୍ରୁତ 43 ରନର ଇଂନିସ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 177 ରନ ସଂଗ୍ରହ କରିଥିଲା ଇଂଲଣ୍ଡ ।

ଜବାବରେ ଭାରତ ଆବଶ୍ୟକୀୟ ରନରେଟ୍‌ ବଜାୟ ରଖିବାରେ ବିଫଳ ହୋଇଥିଲା । 8.4 ଓଭର ସୁଦ୍ଧା 54 ରନ୍‌ରେ 3 ୱିକେଟ ହରାଇଥିଲା । ଭାଇସ-କ୍ୟାପଟେନ ସ୍ମୃତି ମାନ୍ଧାନାଙ୍କ 17 ବଲ୍‌ରୁ ଦ୍ରୁତ 29 ରନ୍‌ର ଇଂନିସ ଖେଳିଥିଲେ । ପରେ ବର୍ଷା ଯୋଗୁଁ ମ୍ୟାଚ ସମ୍ଭବ ହୋଇନଥିଲା । ତେବେ DLS ନିୟମ ଅନୁଯାୟୀ ଇଂଲଣ୍ଡ ଠାରୁ 18 ରନ ପଛରେ ରହିଥିବା ଯୋଗୁଁ ଭାରତକୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାଜୟ ମିଳିଥିଲା ।

ଫଳରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ 1-0ରେ ଆଗୁଆ ହୋଇଛି ଘରୋଇ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.