ETV Bharat / sports

ବରିଷ୍ଠ କ୍ରିକେଟ କୋଚ୍‌ଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ - ପୁଡୁଚେରୀର କ୍ରିକେଟ କୋଚ୍‌

ଜଣେ ବରିଷ୍ଠ କ୍ରିକେଟ କୋଚ୍‌ଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ । POCSO ଆକ୍ଟରେ ମାମଲା ରୁଜୁ କରି ପୋଲିସଙ୍କ ଯାଞ୍ଚ ଆରମ୍ଭ । ଅଧିକ ପଢନ୍ତୁ...

thamaraikannan accused of sexual harassment
ବରିଷ୍ଠ କ୍ରିକେଟ କୋଚ୍‌ଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ
author img

By

Published : Oct 21, 2021, 9:21 PM IST

ପୁଡୁଚେରୀ: ପୁଡୁଚେରୀର ଜଣେ ବରିଷ୍ଠ କ୍ରିକେଟ କୋଚ୍‌ଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ସାମ୍ନାକୁ ଆସିଛି । POCSO ଅଧିନିୟମ ଆଧାରରେ କୋଚ୍‌ ଥମରାଇକନନଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ମେଟ୍ଟୁପଲାୟମ ପୋଲିସ୍‌ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ଜଣେ ୧୬ ବର୍ଷୀୟା କ୍ରିକେଟ(ଝିଅ)ଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ପୀଡିତା କ୍ରିକେଟର ନିଜ ଅଭିଯୋଗ ପତ୍ରରେ କହିଛନ୍ତି ଯେ, କୋଚ୍‌ ଥମରାଇକନନ କୋଚିଂ ଦେବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ।

ମହିଳା କ୍ରିକେଟର ଜଣଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ, କୋଚ୍‌ ତାଙ୍କୁ ପ୍ରେମ ନିବେଦନ କରି ଅନେକ ଖବର ପଠାଇଛନ୍ତି । ଧମକ ଦେଇଛନ୍ତି ଯେ, ଯଦି ସେ ତାଙ୍କର ପ୍ରେମର ଜବାବ ନ ଦିଅନ୍ତି ତେବେ କୋଚିଂ ଦେବେ ନାହିଁ । ମହିଳା ଖେଳାଳି ଜଣଙ୍କ ଆହୁରି ମଧ୍ୟ କହିଛନ୍ତି, କୋଚ୍‌ଙ୍କ ଏପରି ହରକତକୁ ବିରୋଧ କରିଥିଲେ ମଧ୍ୟ ଏକାଧିକ ବାର ତାଙ୍କ ସହିତ ଅଭଦ୍ରତା କରାଯାଇଛି ।

ଏହି ମାମଲାରେ ପୁଡୁଚେରୀ କ୍ରିକେଟ ସଂଘ(ସିଏପି)ର ୪ଜଣ ପଦାଧିକାରୀଙ୍କ ଉପରେ ମଧ୍ୟ ମାମଲା ରୁଜୁ ହୋଇଛି । କାରଣ ମହିଳା କ୍ରିକେଟର ଜଣଙ୍କ ନିଜ ଅଭିଯୋଗରେ କହିଛନ୍ତି ଯେ, ଏହି ଘଟଣା ବିଷୟରେ ସେ ସଂଘକୁ ଜଣାଇଥିଲେ । ମାତ୍ର ସଂଘର ପଦାଧିକାରୀଙ୍କ ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.