ETV Bharat / sports

Legends League Cricket: ଇଡେନ ଗାର୍ଡେନରେ ମହାମୁକାବିଲା, ମୁହାଁମୁହିଁ ହେବେ ସେହ୍ବାଗ-ଗମ୍ଭୀର

ଐତିହାସିକ ଇଡେନ ଗାର୍ଡେନ, କୋଲକାତାରେ ସେପ୍ଟେମ୍ବର ୧୬ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଭାରତୀୟ କ୍ରିକେଟ ଟିମର ଦୁଇ ପୂର୍ବତନ ଷ୍ଟାର ଓପନର ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀର । ସେହ୍ବାଗଙ୍କ ଗୁଜରାଟ ଜାଏଣ୍ଟ୍‌ସ ଓ ଗମ୍ବୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ରହିଛି ।

author img

By

Published : Sep 10, 2022, 4:59 PM IST

Sehwags Gujarat Giants to clash against Gambhirs India Capitals in the Season Opener of Legends League Cricket
Legends League Cricket: ଇଡେନ ଗାର୍ଡେନରେ ମହାମୁକାବିଲା, ମୁହାଁମୁହିଁ ହେବେ ସେହ୍ବାଗ-ଗମ୍ଭୀର

ହାଇଦ୍ରାବାଦ: କ୍ରିକେଟ ପଡିଆରେ ପୁଣି ଥରେ ନଜର ଆସିବେ କିମ୍ବଦନ୍ତୀ ଭାରତୀୟ କ୍ରିକେଟର । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଆକ୍ସନ । ଏହି ପ୍ରତୀକ୍ଷିତ କ୍ରିକେଟ ତାରକା ଟୁର୍ଣ୍ଣାମେଣ୍ଟ ଦିନେ କିମ୍ବା ଦୁଇଦିନ ନୁହେଁ ବରଂ ଦୀର୍ଘ ୨୦ ଦିନ ଧରି ଚାଲିବ । ଐତିହାସିକ ଇଡେନ ଗାର୍ଡେନ କୋଲକାତାରେ ସେପ୍ଟେମ୍ବର ୧୬ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଭାରତୀୟ କ୍ରିକେଟ ଟିମର ଦୁଇ ପୂର୍ବତନ ଷ୍ଟାର ଓପନର ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀର ।

ସେହ୍ବାଗଙ୍କ ଗୁଜରାଟ ଜାଏଣ୍ଟ୍‌ସ ଓ ଗମ୍ବୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ରହିଛି । ଏହାପରେ ହାଇଭୋଲଟେଜ କ୍ରିକେଟ ଆକ୍ସନ ଲକ୍ଷ୍ନୌରେ ପହଞ୍ଚିବ । ମୁହାଁମୁହିଁ ହେବେ ଭାରତୀୟ କ୍ରିକେଟର ଦୁଇ ପୂର୍ବତନ ଘାତକ ବୋଲର । ସେପ୍ଟେମ୍ବର ୧୮ରେ ଟର୍ବୋନେଟର ହରଭଜନ ସିଂହଙ୍କ ଅଧିନାୟକତ୍ବରେ ଖେଳିବାକୁ ଥିବା ମହୀପାଲ ଟାଇଗର୍ସ ଓ ଇରଫାନ ପଠାନଙ୍କ ନେତୃତାଧୀନ ଭିଲୱାରା କିଙ୍ଗ୍ସ ମଧ୍ୟରେ ମ୍ୟାଚ୍‌ ରହିଛି ।

ଏହାମଧ୍ୟ ପଢନ୍ତୁ: Aaron Finch retires: ସଚ୍ଚା ଅଷ୍ଟ୍ରେଲୀୟ, ଖରାପ ଫର୍ମ ପାଇଁ ଅଧିନାୟକ ଥାଇ ନେଲେ ଅବସର

ଏହି ୪ଟି ଟିମ ମଧ୍ୟରେ ଲିଜେଣ୍ଡ୍ସ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଓ ପ୍ରତ୍ୟେକ ଟିମ ପରସ୍ଫର ବିପକ୍ଷରେ ୧୨ ମ୍ୟାଚ୍‌ ବିଶିଷ୍ଟ ଲିଗ୍‌ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ପ୍ରତ୍ୟେକ ମ୍ୟାଚ୍‌ ମଧ୍ୟରେ ୪ ଦିନର ବିଶ୍ରାମ ଦିନ ରହିବ । ଲିଗ ପର୍ଯ୍ୟାୟ ଶେଷରେ ଶୀର୍ଷ ଦୁଇଟି ଟିମ ଅକ୍ଟୋବର ୨ରେ ଯୋଧପୁରର ବରକାତୁଲ୍ଲା ଖାନ୍‌ ଷ୍ଟାଡିୟମରେ କ୍ବାଲିଫାୟର ଖେଳିବେ । ବିଜେତା ଟିମ ସିଧାସଳଖ ଅକ୍ଟୋବର ୫ରେ ଖେଳାଯିବାକୁ ଥିବା ଫାଇନାଲ ଖେଳିବାଲକୁ ଟିକେଟ ହାସଲ କରିବ ।

ତେବେ ପରାଜିତ ଟିମ ପାଖରେ ଆଉଏକ ସୁଯୋଗ ମଧ୍ୟ ରହିବ । ଫାଇନାଲରେ ସ୍ଥାନ ପାଇଁ ଅକ୍ଟୋବର ୩ରେ ତୃତୀୟ ସ୍ଥାନରେ ରହିଥିବା ଟିମ ସହ କ୍ବାଲିଫାୟର ୨ ଖେଳିବାକୁ ହେବ । ଲିଗ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିବା ଟିମ ପ୍ରତିଯୋଗିତାରୁ ବିଦାୟ ନେବ । କ୍ରିକେଟ ଫ୍ୟାନ୍ସଙ୍କ ନିକଟରେ ନିଜ ପସନ୍ଦର ଖେଳାଳି, କ୍ରିସ ଗେଲ୍‌ ବନାମ ହରଭଜନ ସିଂହ, ମିଚେଲ ଜନସନ ବନାମ ବୀରେନ୍ଦ୍ର ସେହ୍ବାଗ ଓ ସେନ ୱାଟସନ ବନାମ ମୁଥୟା ମୂରଲିଧରନଙ୍କୁ ଦେଖିବାକୁ ସୁଯୋଗ ରହିବ ।

ସେପ୍ଟେମ୍ବର ୨୫ରେ ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ ଓ କ୍ବାଲିଫାୟର ୧ବ୍ୟତୀତ ଅନ୍ୟ ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଖେଳାଯିବ । ଏହି ମ୍ୟାଚ୍‌ ଅପରାହ୍ନ ୪.୦୦ଟାରେ ଖେଳାଯିବା ନେଇ ସୂଚୀ ରହିଛି ।

ଲିଗ ପର୍ଯ୍ୟାୟ ମ୍ୟାଚ୍‌ ମୋଟ ୫ଟି ଭେନ୍ୟୁ- କୋଲକାତା, ଲକ୍ଷ୍ନୌ, ନୂଆଦିଲ୍ଲୀ, କଟକ ଓ ଯୋଧପୁରରେ ଖେଳାଯିବ । କ୍ବାଲିଫାୟାର ୧ ଯୋଧପୁରରେ ଖେଳାଯିବା ନେଇ ସ୍ପଷ୍ଟ ହୋଇଥିବାବେଳେ, କ୍ବାଲିଫାୟର ୨ ଓ ଫାଇନାଲ ମ୍ୟାଚ୍‌ର ଭେନ୍ୟୁ ଖୁବଶୀଘ୍ର ଘୋଷଣା ହେବାନେଇ ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.