ETV Bharat / sports

ସେବା ପାଇଁ ସମର୍ପିତ ସାତମାସର ଗର୍ଭବତୀ ମା'

author img

By

Published : Apr 17, 2021, 6:09 PM IST

ସାତ ମାସର ଗର୍ଭବତୀ, ମାସ୍କ ଓ ପିପିଇ କିଟ୍‌ ପିନ୍ଧି ନିଜ ଜୀବନକୁ ବାଜି ଲଗାଇ ଯେତେ ସମ୍ଭବ ଜୀବନ ବଞ୍ଚାଇବାକୁ ନିଃସ୍ବାର୍ଥପର ପ୍ରୟାସ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

Sehwag hails health workers who are selflessly trying to save lives
ସେବା ପାଇଁ ସମର୍ପିତ ସାତମାସର ଗର୍ଭବତୀ ମା'

ହାଇଦ୍ରାବାଦ: ଡାକ୍ତରଙ୍କୁ ଭଗବାନଙ୍କ ରୂପ ବୋଲି କୁହାଯାଏ । କାରଣ ଦେବଦୂତ ସାଜି ମୃତ୍ୟୁ ସହ ସଂଘର୍ଷ କରୁଥିବା ମଣିଷଟିକୁ ସେ ନୂଆ ଜୀବନ ଦିଅନ୍ତି । ତେବେ ମହାମାରୀ କୋରୋନା, ବିଶ୍ବରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦାୟିତ୍ବ, ମାନବିକତା ଓ କର୍ତ୍ତବ୍ୟର ପରୀକ୍ଷା ନେବାରେ ଲାଗିଛି । କେତେ ଯେ, କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାକୁ ପ୍ରୟାସ କରି ନିଜେ ସଂକ୍ରମଣର ଶିକାର ହୋଇ ଆଖି ବୁଝିଲେଣି ତା'ର ହିସାବ ନାହିଁ ।

  • No words to express gratitude to the health workers who are selflessly trying to save lives.
    Request everyone to please wear masks and maintain social distancing and not venture out needlessly 🙏🏼 pic.twitter.com/zXs7hqqXfK

    — Virender Sehwag (@virendersehwag) April 17, 2021 " class="align-text-top noRightClick twitterSection" data=" ">

ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଏକ ଟ୍ବିଟ ଏବେ ଚର୍ଚ୍ଚାରେ । ସେହ୍ବାଗ ଜଣେ ମହିଳା ଡାକ୍ତରଙ୍କ ଫଟୋ ସେୟାର କରିଛନ୍ତି, ଯିଏ କି ନିଜେ ସାତ ମାସର ଗର୍ଭବତୀ ଅଛନ୍ତି । ଯାହାଙ୍କ ସେବା ଓ ମାନବିକତାର କାହାଣୀ ଜାଣିଲେ ଆପଣ ତାଜୁବ ହୋଇଯିବେ । ସେ ସ୍ବାର୍ଥପର ହୋଇନାହାନ୍ତି ବରଂ ସମୟର ଆହ୍ବାନକୁ ଗ୍ରହଣ କରି କର୍ତ୍ତବ୍ୟକୁ ଆଗ କରିଛନ୍ତି । ସେ ଜଣେ ମା' ହେଲେ ମଧ୍ୟ ନିଜର ଗର୍ଭସ୍ଥ ଶିଶୁକୁ ଜନ୍ମଦେବାକୁ ବୋଧହୁଏ ଆଉ କିଛି ସମୟ ବାକି ଅଛି ବୋଲି ଭାବିଛନ୍ତି । ବର୍ତ୍ତମାନ ସମୟରେ ହସ୍ପିଟାଲରେ ପଡିଥିବା ରୋଗୀଙ୍କୁ ଚିକିତ୍ସାର ଆବଶ୍ୟକତା ଅଛି ବୁଝିଛନ୍ତି । ପ୍ରତି ମୂହୁର୍ତ୍ତରେ ନିଜ ପ୍ରତି ବିପଦ ଥାଇ ମଧ୍ୟ, ସେ ମାସ୍କ ଓ ପିପିଇ କିଟ୍‌ ପିନ୍ଧି ସେବା ଯୋଗାଇ ଚାଲିଛନ୍ତି ।

ନିଜ ଜୀବନକୁ ବାଜି ଲଗାଇ ଯେତେ ସମ୍ଭବ ଜୀବନ ବଞ୍ଚାଇବାକୁ ନିଃସ୍ବାର୍ଥପର ପ୍ରୟାସ ଜାରି ରଖିଛନ୍ତି । ଏହା ବୟାନ କରୁଛି ସେ ସେବା ଓ ନିଜର କର୍ତ୍ତବ୍ୟପରାୟଣ ପ୍ରତି କେତେ ମାତ୍ରାରେ ସମର୍ପିତ ।

ଏହି କୋରୋନା ଯୋଦ୍ଧା ମହିଳା ଡାକ୍ତରଙ୍କ ଫଟୋ ସେୟାର କରିବା ସହ ସେହ୍ବାଗ ସମସ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ନେହୁରା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.