ETV Bharat / sports

Cricket World Cup 2023: ଅକ୍ଷରଙ୍କ ବାଦ ପଡ଼ିବା ଓ ଅଶ୍ବିନ ଦଳରେ ସାମିଲ ହେବା ନେଇ ଏମିତି କହିଲେ ସନ୍ଦୀପ ପାଟିଲ

author img

By ETV Bharat Odisha Team

Published : Oct 2, 2023, 10:53 PM IST

ହଠାତ୍‌ ଆହତ କାରଣରୁ ଅକ୍ଷର ଭାରତୀୟ ବିଶ୍ବକପ୍‌ ଦଳରୁ ବାଦ ପଡ଼ିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ବକପ ବିଜେତା ଦଳର ସଦସ୍ୟ ସନ୍ଦୀପ ପାଟିଲ । ଭାରତ ସମେତ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଅଧିକ ପଢ଼ନ୍ତୁ

ଏମିତି କହିଲେ ସନ୍ଦୀପ ପାଟିଲ
ଏମିତି କହିଲେ ସନ୍ଦୀପ ପାଟିଲ

କୋଲକାତା: ବିଶ୍ବକପ୍‌ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ ଦଳରୁ ଅକ୍ଷର ବାଦ ପଡ଼ିବା ଓ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଶେଷ ମୁହୂର୍ତ୍ତରେ ପ୍ରବେଶ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଅକ୍ଷର ପଟେଲ ବାଂଲାଦେଶ ବିପକ୍ଷ ଏସିଆ କପ୍ ମ୍ୟାଚ୍ ସମୟରେ ଆହତ ହୋଇଥିବାରୁ ଏଥର ଘରୋଇ ମାଟିରେ ବିଶ୍ବକପ୍ ଖେଳିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ସେପଟେ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ହୋଇଥିବା ସିରିଜରେ ଅଶ୍ବିନଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ବିଶ୍ବକପ ଡାକରା ସମ୍ଭାବନାକୁ ଆହୁରି ଦୃଢ଼ କରିଦେଇଥିଲା ।

ଏନେଇ ୧୯୮୩ ବିଶ୍ବକପ ବିଜେତା ଦଳର ସଦସ୍ୟ ସନ୍ଦୀପ ପାଟିଲ ସୋମବାର କୋଲକାତାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି, "ଅକ୍ଷର ଏଭଳି ଦଳରୁ ବାଦ ପଡ଼ିବା ଦୁର୍ଭାଗ୍ୟଜନକ ।" ପାଟିଲ ମଧ୍ୟ ପ୍ରାରମ୍ଭିକ ଦଳରୁ ଅଶ୍ବିନଙ୍କୁ ବାଦ୍‌ ଦେବା ନେଇ ଚୟନକର୍ତ୍ତାଙ୍କ ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି । ତାଙ୍କ କହିବାନୁସାରେ, "ଭାରତୀୟ ଦଳକୁ ସର୍ବଦା ଅଶ୍ବିନଙ୍କ ପରି ଜଣେ ସ୍ପିନର ଆବଶ୍ୟକ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପରେ କମାଲ କରିପାରନ୍ତି ଏହି 5 ବରିଷ୍ଠ ଖେଳାଳି

ଏଥର ବିଶ୍ବକପ୍‌ ସେମିଫାଇନାଲ ଖେଳିବାକୁ ଯାଉଥିବା ୪ଟି ଦଳର ପୂର୍ବାନୁମାନ କରିଛନ୍ତି ପାଟିଲ । ଭାରତ ସମେତ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଏସିଆ ମହାଦେଶରେ ବିଶ୍ବକପ୍‌ ୨୦୨୩ ଖେଳାଯାଉଥିବା ସତ୍ତ୍ବେ ସେମିଫାଇନାଲ ଦୌଡ଼ରେ ସେ ପାକିସ୍ତାନକୁ ସାମିଲ କରିନାହାନ୍ତି । ପାଟିଲ କହିଛନ୍ତି, "ସାମ୍ପ୍ରତିକ ଫର୍ମକୁ ଆଧାର କରି ମୁଁ ଲାଇନ୍ ଅପ୍ ବିଚାର କରିଛି । ଆଗାମୀ ବିଶ୍ବକପ୍‌ ପାଇଁ ଭାରତ ହେଉଛି ପ୍ରଥମ ପସନ୍ଦ ।" ତେବେ ବିଶ୍ବକପ୍‌ରେ ଦଳର ଚୂଡ଼ାନ୍ତ ଏକାଦଶ କିପରି ରହିବ, ସେ ନିଷ୍ପତ୍ତି ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ରୋହିତ ଶର୍ମା ନେବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି, ଯେଉଁଦିନ ମୈଦାନକୁ ଓହ୍ଲାଇଥିଲେ 'ହରିୟାଣା ହରିକେନ' କପିଲ ଦେବ

ଆଇସିସି ବିଶ୍ବକପ୍‌ ୨୦୨୩ରେ ଭାରତ ପାଇଁ କେଉଁ ଖେଳାଳି ମ୍ୟାଚ୍‌ ବିଜୟୀ ହୋଇପାରିବେ ବୋଲି ପ୍ରଶ୍ନରେ ସେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଭେଟେରାନ ବ୍ୟାଟର ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ଯୁବ ବ୍ୟାଟର ଶୁଭମନ ଗିଲଙ୍କୁ ଚୟନ କରିଥିଲେ । ୧୯୮୩ ମସିହାରେ ଭାରତ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ହେବା ବ୍ୟତୀତ ପାଟିଲ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ନିର୍ଦ୍ଦେଶକ, ଭାରତୀୟ ଜାତୀୟ ଦଳର ପ୍ରଶିକ୍ଷକ ଓ ମୁଖ୍ୟ ଚୟନକର୍ତ୍ତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.