ETV Bharat / sports

ୱାଙ୍ଖଡେରେ ସ୍ଥାପନ ହେବ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂୂର୍ତ୍ତୀ

କୋଲକାତାର ୱାଙ୍ଖଡେ ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ ଚେନ୍ଦୁଲକରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବ ମୁମ୍ବାଇ କ୍ରିକେଟ ଆସୋସିଏସନ । ଅଧିକ ପଢନ୍ତୁ

author img

By

Published : Mar 1, 2023, 12:46 PM IST

sachin tendulkar statue
ୱେଙ୍ଖେଡେରେ ସ୍ଥାପନ ହେବ ସଚିନଙ୍କ ପ୍ରତିମୂୂର୍ତ୍ତୀ

କୋଲକାତା: ୱାଙ୍ଖଡେ ଷ୍ଟାଡିୟମରେ କ୍ରିକେଟ ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହେବ । ମୁମ୍ବାଇ କ୍ରିକେଟ ଆସୋସିଏସନ ସଚିନ ତେନ୍ଦୁଲକରଙ୍କ 50 ତମ ଜନ୍ମଦିନରେ ଏହି ଉପହାର ଭେଟି ଦେବାକୁ ଯାଉଛି । ବିଶ୍ବକପ 2023ରେ ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ସଚିନଙ୍କ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ ହେବ ।

ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳୀଙ୍କ ସହ ପ୍ରତିମୂର୍ତ୍ତୀ କେଉଁ ସ୍ଥାନରେ ସ୍ଥାପନ ହେବ ସେ ନେଇ ସ୍ଥାନ ନିରୂପଣ କରିଥିବା ଜଣାପଡିଛି । ଏହି ମହାନ କ୍ରିକେଟରଙ୍କୁ ସମ୍ମାନ ଜଣାଇବାକୁ ୱାଙ୍ଖଡେ ଷ୍ଟାଡିୟମରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛି ମୁମ୍ବାଇ କ୍ରିକେଟ ଆସୋସିଏସନ । 2023 ଦନିକିଆ ବିଶ୍ବକପରେ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ ହେବ ।

ଆସନ୍ତା ଏପ୍ରିଲ 24 ତାରିଖରେ 50 ବର୍ଷରେ ପଦାର୍ପଣ କରିବେ ଏହି କିମ୍ବଦନ୍ତୀ କ୍ରିକେଟର । ଏହି ଅବସରରେ ଏମସିଏ ତାଙ୍କୁ ଏହି ସୁନ୍ଦର ଉପହାର ଭେଟି ଦେବାକୁ ଯୋଜନା କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ସଚିନ ତେନ୍ଦୁଲକର । ୱାଙ୍ଖଡେରେ ମୋର ପ୍ରତିମୂର୍ତ୍ତୀ ସ୍ଥାପନ କରାଯିବ କେବେ ଭାବି ନଥିବା କହିଛନ୍ତି ମାଷ୍ଟର ବ୍ଲାଷ୍ଚର । 1988ରେ ୱାଙ୍ଖଡେ ଗ୍ରାଉଣ୍ଡରେ ରଣଜୀରେ ପଦାର୍ପଣ କରିଥିଲେ ସଚିନ । ସେହିଠୁ ହିଁ ତାଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା । 2011 ୱାଙ୍ଖଡେରେ ଦିନିକିଆ ବିଶ୍ବକପ ଚାମ୍ପିଅନ ହେବା ସ୍ବପ୍ନ ତାଙ୍କର ପୂରଣ ହୋଇଥିଲା । ସଚିନ ତାଙ୍କ କ୍ୟାରିଅରରେ 200ଟି ଟେଷ୍ଟ, 463ଟି ଦିନିକିଆ ଖେଳିଛନ୍ତି । ସମସ୍ତ ଫର୍ମାଟରେ 34 357 ରନ କରିଛନ୍ତି ।

ଏମସିଏ ସଭାପତି ଆମୋଲ କାଲେ କହିଛନ୍ତି, ''ଏହା ସଚିନଙ୍କ ପାଇଁ ଏକ ଛୋଟ ଉପହାର ହେବ । ଏନେଇ 3 ମାସ ତଳେ ତାଙ୍କ ସହ କଥା ହୋଇଥିଲି ସେ ରାଜି ମଧ୍ୟ ଅଛନ୍ତି । ଏପ୍ରିଲ 24 ତାରିଖରେ ସଚିନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାର ସମ୍ଭାବନା ଅଛି ।''

ଏହା ବି ପଢନ୍ତୁ...IND v AUS 3rd Test: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ବିଶ୍ବ କ୍ରିକେଟରେ ସଚିନ ତେନ୍ଦୁଲକର ଏକ ବଡ ନାମ । 2023ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସଚିନ । ସାରା ବିଶ୍ବରେ ସଚିନ ତେନ୍ଦୁଲକରଙ୍କ ଅନେକ ପ୍ରଶଂସକ ରହିଛନ୍ତି । ସେ 100ଶତକ ସହ 34 ହଜାରରୁ ଅଧିକ ଅନ୍ତର୍ଜାତୀୟ ରନ କରିଥିବାବେଳେ 2011 ଦିନିକିଆ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଭାରତ ବିଶ୍ବକପ ବିଜୟୀ ଟ୍ରଫି ସଚିନଙ୍କୁ ଉତ୍ସର୍ଗ କରିଥିଲା । ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ହିଁ ଫାଇନାଲ ମ୍ୟାଚ ଖେଳିଥିଲା ଭାରତ । 26 ବର୍ଷ ପରେ ବିଶ୍ବ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.