ETV Bharat / sports

ସଚିନଙ୍କ ପ୍ରଶଂସାରେ ଶ୍ରୀଲଙ୍କା ଲିଜେଣ୍ଡ ମୁରଲୀଧରନ, କହିଲେ ସେ ଜଣେ ଜିନିୟସ ତାଙ୍କ ପରି ହେବା ଅସମ୍ଭବ - ସଚିନଙ୍କୁ ମୁଥିଆ ମୁରଲୀଧରନଙ୍କ ପ୍ରଶଂସା

ଭାରତୀୟ କ୍ରିକେଟ କୋହିନୂର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କା ସ୍ପିନର ମୁଥିଆ ମୁରଲୀଧରନ । ପ୍ରଥମ ଦିନରୁ ସଚିନ ଜଣେ ଜିନିୟସ ତାଙ୍କ ପାରି କେହି ହୋଇପାରିବେ ନାହିଁ ବୋଲି କହିଛନ୍ତି ମୁରଲୀଧରନ । ଅଧିକ ପଢନ୍ତୁ

muttiah muralitharan praised sachin tendulkar
ସଚିନଙ୍କ ପ୍ରଶଂସାରେ ଶ୍ରୀଲଙ୍କା ଲିଜେଣ୍ଡ ମୁରଲୀଧରନ
author img

By ETV Bharat Odisha Team

Published : Sep 15, 2023, 11:47 AM IST

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଅନେକଙ୍କ ପ୍ରେରଣା । ଭାରତୀୟ କ୍ରିକେଟ କମ୍ବଦନ୍ତୀ ତଥା ବ୍ୟାଟିଂ ଲିଜେଣ୍ଡ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସା କରିଛନ୍ତି ଶ୍ରୀଲଙ୍କା ଲିଜେଣ୍ଡ ମୁଥିଆ ମୁରଲୀଧରନ । ସଚିନ ପ୍ରଥମ ଦିନରୁ ଜିନିୟସ ଥିଲେ । କୌଣସି କ୍ରିକେଟର ତାଙ୍କ ଭଳି ହୋଇପାରିବେ ନାହିଁ । ଶ୍ରୀଲଙ୍କା ସ୍ପିନ ଲିଜେଣ୍ଡ ମୁଥିଆ ମୁରଲୀଧନ ଏକ ସାକ୍ଷାତକାରରେ ଏହା କହିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ 800 ୱିକେଟ ସହ ଟେଷ୍ଟ ମୁଥିଆ ମୁରଲୀଧରନ କହିଛନ୍ତି,'' କୌଣସି କ୍ରିକେଟର କଦାପି ସଚିନଙ୍କ ପରି ହୋଇପାରିବେ ନାହିଁ । ମାତ୍ର 14 ବର୍ଷ ବୟସରେ ସେ ଫାଷ୍ଟକ୍ଲାସ କ୍ରିକେଟରେ ଶତକ ହାସଲ କରିଥିଲେ । 16 ବର୍ଷ ବୟସରେ ଦେଶକୁ ପ୍ରତିନିଧିତ୍ବ କରିବା ସହ 17 ବର୍ଷରେ ପ୍ରଥମ ଅନ୍ତର୍ଜାତୀୟ ଶତକ ଅର୍ଜନ କରିଥିଲେ । ଏହା କୌଣସି କ୍ରିକେଟରଙ୍କ ଲାଗି ସମ୍ଭବ ନୁହେଁ'' ।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ ହାସଲ କରିଥିବା ମୁଥିଆ ମୁରଲୀଧରନ ଆହୁରି କହିଛନ୍ତି,'' ମୋତେ ମୋ ସ୍କିଲ ଜଣା ଏବଂ ସଚିନ କଣ କରିବାକୁ ଉଦ୍ୟମ କରୁଛନ୍ତି ତାହା ବି ଜଣାଥିଲା । ଏହା ଏକ ଅନୁମାନର ଗେମ ଥିଲା । ସେ ଯଥା ସମ୍ଭବ ଶୀଘ୍ର ଆଉଟ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁ । 2007 ବିଶ୍ବକପର ଏକ ଘଟଣା କହିବାକୁ ଚାହିଁବି ଶ୍ରୀଲଙ୍କା, ବରମୁଡା, ବାଂଲାଦେଶ ଓ ଭାରତ ଗୋଟିଏ ଗ୍ରୁପରେ ରହିଥିଲେ । ଗୋଟିଏ ମ୍ୟାଚରେ ଆମେ ଭାବିଥିଲୁ ସଚିନ ଓପନିଂ କରିବା ମାତ୍ର ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିଥିଲେ । ତାଙ୍କୁ ଦିଲହାରା ଆଉଟ କରିଥିଲେ । 255ରନରେ ଭାରତ ପରାସ୍ତ ହୋଇଥିଲା । 1996 ବିଶ୍ବକପ ସେମିଫାଇନାଲରେ ସଚିନ ବ୍ୟାଟିଂ କରୁଥିବାବେଳେ ଭାରତ ଗୋଟିଏ ୱିକେଟ ହରାଇ 70 ରନ କରିଥିଲା । ସଚିନ ଆଉଟ ହେବା ପରେ ଭାରତ 120 ରନରେ 7 ୱିକେଟ ହରାଇ ପରାସ୍ତ ହୋଇଥିଲା ।''

ଏହା ବି ପଢନ୍ତୁ...800: ସଚିନ ତେନ୍ଦୁଲକର ଲଞ୍ଚ କଲେ ଟ୍ରେଲର, ମୁଥିଆ ମୁରଲୀଧରନଙ୍କ ଉପରେ ନିର୍ମାଣ ହୋଇଛି ବାୟୋପିକ

ସଚିନଙ୍କୁ ପ୍ରଂଶସା କରି ମୁଥିଆ ମୁରଲୀଧରନ କହିଛନ୍ତି, ''ଅନ୍ୟ ବ୍ୟାଟରଙ୍କ ପାଇଁ ସଚିନ ବ୍ୟାଟିଂ ସହଜ କରି ଦେଉଥିଲେ । ଆମେ ତାଙ୍କୁ ଶୀଘ୍ର ଆଉଟ କରିବା ଦିଗରେ ଗୁରୁତ୍ବ ଦେଉ । ସେ ଆଉଟ ହେଲେ ପୁରା ଭାରତୀୟ ଦଳର ମନୋବଳ ଭାଙ୍ଗି ଯାଏ । ଆମର ଜିତିବା ସମ୍ଭାବନା ବଢିଯାଏ । ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ଜଣେ ଡାଉନ-ଟୁ ଆର୍ଥ ବ୍ୟକ୍ତିତ୍ବ ।''

ପ୍ରକାଶ ଥାଉ କି, ଶ୍ରୀଲଙ୍କା ସ୍ପିନ ଲିଜେଣ୍ଡ ମୁଥିଆ ମୁରଲୀଧନ 2010ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ତାଙ୍କ ଉପରେ ଏକ ବାୟୋପିକ 800 ରିଲିଜ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ଲଞ୍ଚ କାର୍ଯ୍ୟକ୍ରମରେ ସଚିନ ତେନ୍ଦୁଲକର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଥିୟା ମୁରଲୀଧରନ ମଧ୍ୟ ଉପସ୍ଥିତ ଥିଲେ । ଫିଲ୍ମରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ମୁରଲୀଧରନଙ୍କ 800 ୱିକେଟ ଉପଲବ୍ଧି ଓ ଗୃହଯୁଦ୍ଧ ସ୍ଥିତି ଦେଇ ଗତି କରୁଥିବା ଶ୍ରୀଲଙ୍କାର କ୍ରିକେଟ ସଫଳତା ବିଷୟ ଉପରେ ଆଧାରିତ ହୋଇଛି କାହାଣୀ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.