ETV Bharat / sports

WTC Defeat: 'ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ମୁଁ ବୁଝି ପାରୁନାହିଁ' - ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌

WTC ଫାଇନାଲ୍‌ରେ ଭାରତ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍‌ରେ ପରଜିତ ହୋଇଛି । ଏହି ପରାଜୟକୁ ନେଇ ନିଜର ମତ ରଖିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର ସଚିନ୍ ତେନ୍ଦୁଲକର । ଅଧିକ ପଢ଼ନ୍ତୁ

sachin tendulkar view after india loss to australia in wtc final
'ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ମୁଁ ବୁଝି ପାରୁନାହିଁ'
author img

By

Published : Jun 12, 2023, 2:24 PM IST

ହାଇଦ୍ରାବାଦ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ରେ ଭାରତ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍‌ରେ ପରଜିତ ହୋଇଛି । ଏହି ପରାଜୟ ସହ କୋଟିକୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଛି । ଭାରତର ଆଇସିସି ଟ୍ରଫି ବିଜୟ ଅପେକ୍ଷା ଏବେ ବି ଜାରି ରହିଛି । ତେବେ ବାସ୍ତବରେ କେଉଁ କାରଣ ଯୋଗୁଁ ଟିମ୍‌ ଇଣ୍ଡିଆକୁ ପରାଜିତ ହେବାକୁ ପଡ଼ିଛି ତାହାକୁ ନେଇ ବିଶ୍ଲେଷଣ କରି ମତ ରଖିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ।

  • Congratulations to Team Australia on winning the #WTCFinal. @stevesmith49 and @travishead34 set a solid foundation on Day one itself to tilt the game in their favour. India had to bat big in the first innings to stay in the game, but they couldn’t. There were some good moments…

    — Sachin Tendulkar (@sachin_rt) June 11, 2023 " class="align-text-top noRightClick twitterSection" data=" ">

ପଞ୍ଚମ ଦିନରେ ୩ ୱିକେଟ ହରାଇ ଡ୍ର' କିମ୍ବା ବିଜୟ ଆଶାରେ ଭାରତୀୟ ବ୍ୟାଟର ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ପଡିଆକୁ ଓହ୍ଲାଇଥିଲେ । କିନ୍ତୁ ଖେଳ ଆରମ୍ଭ ହେବାର ମାତ୍ର ଘଣ୍ଟାଏ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଚେଜ୍‌ ମାଷ୍ଟର ଫେଲ୍‌ ମାରିଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଏହାପରେ ଧୂଳିସାତ ହେବା ଆରମ୍ଭ କରିଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ସ୍ବପ୍ନ । ଏହି ପରାଜୟକୁ ନେଇ ନିଜର ମତ ରଖିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର ସଚିନ୍ ତେନ୍ଦୁଲକର ।

ସଚିନ୍‌ ସୋସିଆଲ ମିଡିଆରେ ଟ୍ବିଟ୍‌ କରି କହିଛନ୍ତି, "ଟେଷ୍ଟ ଚମ୍ପିଆନ ଅଷ୍ଟ୍ରେଲିଆକୁ ଶୁଭେଚ୍ଛା । ଷ୍ଟିଭ୍‌ ସ୍ମିଥ୍‌ ଓ ଟ୍ରାଭିସ୍‌ ହେଡ୍‌ ପ୍ରଥମ ଦିନରୁ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍‌ରେ ଏକ ମଜଭୁତ ଭିତ୍ତିଭୁମୀ ତିଆରି କରିଥିଲେ । ଏହାପରେ ଭାରତକୁ ପ୍ରଥମ ପାଳି ଭଲ ବ୍ୟାଟିଂ ପ୍ରଦର୍ଶନ କରିବାର ଥିଲା । କିନ୍ତୁ ଟିମ୍‌ ଇଣ୍ଡିଆର ବ୍ୟାଟର୍‌ ଫେଲ୍‌ ମାରିଥିଲେ । କେତେକ ବିଶେଷ ମୂହୁର୍ତ୍ତ ଭାରତ ପାଇଁ ତିଆରି ହୋଇଥିଲା କିନ୍ତୁ ରିବଚନ୍ଦ୍ରନ ଅଶ୍ବୀନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାର କରିବାକୁ ମୁଁ ବୁଝି ପାରୁନି । ଯିଏ କି ବର୍ତ୍ତମାନ ଟେଷ୍ଟ ରାଙ୍କିଂରେ ନମ୍ବର ୱାନ୍‌ ବୋଲର । "

ଏହାପରେ ସଚିନ ଆହୁରି କହିଛନ୍ତି, "ମୁଁ ମ୍ୟାଚ୍‌ ପୂର୍ବରୁ ମଧ୍ୟ କହିଥିଲି, ଦକ୍ଷ ସ୍ପିନର କେବେ ଟର୍ଣ୍ଣିଂ ଟ୍ରାକ୍‌ ଭରଷାରେ ରହି ନଥାନ୍ତି । ସେମାନେ ପବନର ଦିଗ ମୁତାବକ ବୋଲିଂ ଭେରିଏସନ୍‌ ଦେଖାଇଥାଆନ୍ତି । ଆମକୁ ଏହା ମଧ୍ୟ ଭୁଲିବାର ନଥିଲା ଯେ, ଅଷ୍ଟ୍ରେଲିଆ ପାଖରେ ଟପ୍‌ ୮ ଜଣ ବ୍ୟାଟ୍‌ର ବାମହାତୀ ଥିଲେ ।"

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍‌ ମ୍ୟାଚ୍‌ ଚୂଡ଼ାନ୍ତ ଏକାଦଶରୁ ଅଶ୍ବିନଙ୍କୁ ବାଦ ଦିଆଯିବା ପରେ ଅନେକ କ୍ରିକେଟ ସମୀକ୍ଷକ ରୋହିତଙ୍କ ଅଧିନାୟକ ଦକ୍ଷତାକୁ ନେଇ ପ୍ରଶ୍ନ କରିଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍‌ର ମାଥ୍ୟୁ ହେଡେନ ମଧ୍ୟ କହିଛନ୍ତି, "ରୋହିତ ଶର୍ମା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଚାପ ପକାଇ ପାରିଲେ ନାହିଁ । ଯାହା ବିରାଟ କୋହଲି କରି ଦେଖାଇଥିଲେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.