ETV Bharat / sports

ପ୍ଲାଜମା ଦାନ କରିବାକୁ ତେନ୍ଦୁଲକରଙ୍କ ଅପିଲ୍‌ - ପ୍ଲାଜମା ଦାନ ପାଇଁ ଅପିଲ

କୋଭିଡ-19ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରି ମହାମାରୀ କୋରୋନା ବିରୋଧୀ ଲଢେଇରେ ସାମିଲ ହେବାକୁ ଅପିଲ କରିଛନ୍ତି ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ...

Sachin Tendulkar urges COVID-19 survivors to donate plasma
ପ୍ଲାଜମା ଦାନ କରିବାକୁ ତେନ୍ଦୁଲକରଙ୍କ ଅପିଲ୍‌
author img

By

Published : Apr 24, 2021, 4:04 PM IST

ନୂଆଦିଲ୍ଲୀ: ଜନ୍ମଦିନରେ ଦେଶବାସୀଙ୍କୁ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ଅପିଲ । କୋଭିଡ-19ରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରି ମହାମାରୀ କୋରୋନା ବିରୋଧୀ ଲଢେଇରେ ସାମିଲ ହେବାକୁ ଅପିଲ କରିଛନ୍ତି ସଚିନ୍‌ । ଏହାଦ୍ବାରା ଅନ୍ୟ ସଂକ୍ରମିତଙ୍କ ଜୀବନ ବଞ୍ଚିପାରିବ ।

  • Thank you everyone for your warm wishes. It's made my day special. I am very grateful indeed.

    Take care and stay safe. pic.twitter.com/SwWYPNU73q

    — Sachin Tendulkar (@sachin_rt) April 24, 2021 " class="align-text-top noRightClick twitterSection" data=" ">

ଶନିବାର, 48ତମ ଜନ୍ମଦିନ ପାଳନ କରୁଛନ୍ତି ତେନ୍ଦୁଲକର । କୋରୋନା ସଂକ୍ରମିତ ଥିବାବେଳେ ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସୁସ୍ଥତା କାମନା କରିଛନ୍ତି । ଏଥିସହ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମହାନ କ୍ରିକେଟର କୋଭିଡ-19 ସହ ଲଢେଇର ଅନୁଭୁତି ବାଣ୍ଟିଛନ୍ତି । ଡାକ୍ତରୀ ଟିମଙ୍କ ସହ ଆଲୋଚନା ହୋଇଛି ଓ ଖୁବଶୀଘ୍ର ନିଜେ ପ୍ଲାଜମା ଦାନ କରିବେ ବୋଲି କହିଛନ୍ତି । ଡାକ୍ତରୀ ଟିମ, ପରିବାର ସଦସ୍ୟ ଓ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗତ ମାର୍ଚ୍ଚ ମାସରେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ସଚିନ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ହସ୍ପିଟାଲ୍ସରୁ ଡିସଚାର୍ଜ ହୋଇ 21ଦିନ ଆଇସୋଲେସନରେ ରହିଥିଲେ ।

ଭାରତରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ଗତବର୍ଷ ଏହି ମହାମାରୀ ଭାଇରସ ଚିହ୍ନଟ ହେବାପରଠାରୁ ଗୋଟିଏ ଦିନରେ 3,46,786 ସଂକ୍ରମିତ ସହ ଗତ 24 ଘଣ୍ଟାରେ ସଂକ୍ରମଣ ସଂଖ୍ୟା ରେକର୍ଡ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 2,624 ଲୋକ ଜୀବନ ହରାଇଛନ୍ତି ।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1,66,10,481ରେ ପହଞ୍ଚିଛି । ଏଥିସହ ଏଯାବତ 1,89,544 ଲୋକେ ପ୍ରାଣ ହରାଇ ସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.