ETV Bharat / sports

Legends League Cricket: ଖେଳିବେନି ସଚିନ, କ୍ଷମା ପ୍ରାର୍ଥନା ସହ ଟ୍ବିଟ୍‌ ହଟାଇଲେ ବିଗବି - ଲିଜେଣ୍ଡ ଲିଗ୍‌ କ୍ରିକେଟ

ଆଗାମୀ ଲିଜେଣ୍ଡ ଲିଗ୍‌ କ୍ରିକେଟରେ ଅଂଶଗ୍ରହଣ କରିବେ ନାହିଁ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର । ଏନେଇ ଶନିବାର SRT ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ପ୍ରାଇଭେଣ୍ଟ ଲିମିଟେଡ୍‌ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

Sachin Tendulkar not part of Legends League Cricket, clarifies SRT Sports Management
Legends League Cricket: ଖେଳିବେନି ସଚିନ ତେନ୍ଦୁଲକର, ଟ୍ବିଟ୍‌ ହଟାଇଲେ ବିଗବି
author img

By

Published : Jan 8, 2022, 8:33 PM IST

ମୁମ୍ବାଇ: ଆଗାମୀ ଲିଜେଣ୍ଡ ଲିଗ୍‌ କ୍ରିକେଟରେ ଅଂଶଗ୍ରହଣ କରିବେ ନାହିଁ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର । ଏନେଇ ଶନିବାର SRT ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ପ୍ରାଇଭେଣ୍ଟ ଲିମିଟେଡ୍‌ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବତନ କ୍ରିକେଟରଙ୍କୁ ନେଇ ଲିଜେଣ୍ଡ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟ ଖେଳାଯାଉଛି । ଓମାନରେ ଜାନୁଆରୀ ୨୦ରୁ ଏହି ଟୁର୍ନାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । ଲିଗ୍‌ର ଏକ ପ୍ରୋମୋ ଭିଡିଓରେ ବଲିଉଡ୍‌ର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ନଜର ଆସିଛନ୍ତି ଓ ତେନ୍ଦୁଲକର ଏହି ଲିଗ୍‌ରେ ଖେଳିବାକୁ ଯାଉଛନ୍ତି ।

ମାତ୍ର SRT ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟର ମୁଖପାତ୍ର କହିଛନ୍ତି," ଲିଜେଣ୍ଡ ଲିଗ୍‌ କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ ଅଂଶଗ୍ରହଣ ଖବର ସତ ନୁହେଁ । ଆୟୋଜକ କ୍ରିକେଟ ଫ୍ୟାନ୍ସ ଓ ଅମିତାଭ ବଚ୍ଚନଙ୍କୁ ଭୁଲ ତଥ୍ୟ ଦେବାରୁ ନିବୃତ ରହିବା ଉଚିତ୍‌ ।"

ସଚିନଙ୍କ ମ୍ୟାନେଜମେଣ୍ଟ ଟିମ ନାଖୁସ ଜାହିର କରିବା ପରେ ବିଗବି ଅମିତାଭ ବଚ୍ଚନ ଲିଗ୍‌ର ପ୍ରଥମ ପ୍ରୋମୋ ଭିଡିକୁ ଟ୍ବିଟରରୁ ହଟାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହ ଆଉ ଏକ ପ୍ରୋମୋ ଭିଡିଓ ସେୟାର କରିଛନ୍ତି ।

ଲିଜେଣ୍ଡ ଲିଗ୍‌ କ୍ରିକେଟରେ ମହମ୍ମଦ କୈଫ ଓ ଷ୍ଟୁଆର୍ଟ ବିନ୍ନିଙ୍କୁ ଇଣ୍ଡିଆ ମହାରାଜା ସ୍କ୍ବାଡ୍‌ରେ ସାମିଲ କରାଯାଇଛି । ଲିଜେଣ୍ଡ ଲିଗ୍‌ କ୍ରିକେଟର କମିଶନର ରବି ଶାସ୍ତ୍ରୀ ଏକ ବିଜ୍ଞପ୍ତିରେ କହିଛନ୍ତି, "ଭାରତୀୟ କ୍ରିକେଟକୁ ମହମ୍ମଦ କୈଫ ଓ ଷ୍ଟୁଆର୍ଟ ବିନ୍ନିଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ସେଥିପାଇଁ ଲିଗ୍‌ରେ ସେମାନେ ଖେଳିବା ଉଚିତ୍‌ ।"

ଏହାମଧ୍ୟ ପଢନ୍ତୁ: ନୂଆବର୍ଷରୁ ICCର ନୂଆ ନିୟମ, ମନ୍ଥର ବୋଲିଂ ପାଇଁ ଏଣିକି ମ୍ୟାଚ୍‌ ମଝିରେ ଦଣ୍ଡ

LLCର ପ୍ରଥମ ସଂସ୍କରଣରେ ପୂର୍ବତନ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କ୍ରିକେଟର ଅଂଶଗ୍ରହଣ କରିବେ । ଏବହି ସବୁ ଦେଶର ଖେଳାଳିଙ୍କୁ ତିନୋଟି ଟିମରେ ବିଭକ୍ତ କରାଯିବ-ଭାରତ, ଏସିଆ ଓ ଅବିଶିଷ୍ଟ ବିଶ୍ବ(Rest of World) । ବିଶ୍ବର କ୍ରିକେଟପ୍ରେମୀ ପୁନଃ ସେମାନଙ୍କର ପସନ୍ଦର କିମ୍ବଦନ୍ତୀ କ୍ରିକେଟରଙ୍କୁ ମୈଦାନରେ ମ୍ୟାଚ୍‌ ଖେଳୁଥିବାର ଦେଖିପାରିବେ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.