ETV Bharat / sports

ଶିବରାଜ ସିଂ ଚୌହାନଙ୍କୁ ଭେଟିଲେ ମାଷ୍ଟର ବ୍ଲାଷ୍ଟର - Sachin Tendulkar meets MP CM

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଲେ ଭାରତୀୟ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । ଶିବରାଜ ସିଂ ଚୌହାନଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି କ୍ରିକେଟ ମାଷ୍ଟର ବ୍ଲାଷ୍ଟର ସଚିନ । ଅଧିକ ପଢନ୍ତୁ

ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ

author img

By

Published : Nov 17, 2021, 11:55 AM IST

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । ଶିବରାଜ ସିଂ ଚୌହାନଙ୍କ ବାସଭବନରେ ତାଙ୍କୁ ଭେଟିଛନ୍ତି କ୍ରିକେଟ ମାଷ୍ଟର ବ୍ଲାଷ୍ଟର ସଚିନ । ଏହାସହିତ ମଧ୍ୟପ୍ରଦେଶର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ଗାଁରେ ପିଲାମାନଙ୍କୁ ମଧ୍ୟ ଭେଟିଥିଲେ ସଚିନ ।

ମଧ୍ୟପ୍ରଦେଶରେ ସିୱାନିଆ ଗାଁରେ ପିଲାଙ୍କ ପାଇଁ ହୋଇଥିବା ଅନେକ ସାମାଜିକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହି ସବୁ ପ୍ରକଳ୍ପକୁ ସମର୍ଥନ କରିଛନ୍ତି ସଚିନ । ତେନ୍ଦୁଲକର ତାଙ୍କ ବାପା ସ୍ବର୍ଗତ ରମେଶ ତେନ୍ଦୁଲକରଙ୍କ ନାମରେ ଏକ ସ୍କୁଲ ଖୋଲିଛନ୍ତି । ଯାହା 'ପରିବାର' ଆସୋସିଏସନ ସହିତ ଜଡିତ । ସେଠାରେ ପିଲାମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ସଚିନ ।

ସିୱାନିଆ ଗାଁରେ ପିଲାଙ୍କ ସହ ସଚିନ କିଛି ସମୟ ବିତାଇଥିଲେ । ପିଲାଙ୍କ ସହ ଖେଳିଥିଲେ ମଧ୍ୟ । କିଛି ବି ସମସ୍ୟା ଆସୁ ନାଁ କାହିଁକି ସବୁ ପରିସ୍ଥିତିରେ ନିଜ ସ୍ବପ୍ନ ପୂରଣ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ । ଆମର ଏହି ପିଲାମାନେ ବିଶ୍ବକୁ ଭଲ ଏବଂ ଉଜ୍ବଳ କରିବେ । ଆମେ କେବଳ ତାଙ୍କୁ ସଠିକ ସମାନ ସୁଯୋଗ ଦେବାକୁ ପଡିବ ବୋଲି ଟ୍ବିଟ କରି କହିଛନ୍ତି ସଚିନ ।

ସଚିନଙ୍କୁ ମଧ୍ୟପ୍ରଦେଶରେ ଭାବ୍ୟ ସ୍ବାଗତ କରାଯାଇଥିଲା । ସଚିନଙ୍କ ସହ ସାକ୍ଷାତକାରକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସଚିନଙ୍କ ଆଗାମୀ ଲକ୍ଷ୍ୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.