ETV Bharat / sports

ମାଷ୍ଟର ବ୍ଲାଷ୍ଟର ସଚିନ ହେଲେ ନିର୍ବାଚନ କମିଶନଙ୍କ ନ୍ୟାସନାଲ ଆଇକନ - ସଚିନ ତେନ୍ଦୁଲକ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଏକ ନୂଆ ପରିଚୟ ମିଳିଛି । ତାହା ହେଲା 'ନ୍ୟାସନାଲ ଆଇକନ' । ଅଧିକ ପଢନ୍ତୁ

Sachin Tendulkar appointed as national icon
Sachin Tendulkar
author img

By ETV Bharat Odisha Team

Published : Aug 24, 2023, 7:56 AM IST

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ଭାରତରତ୍ନ ସଚିନ ତେନ୍ଦୁଲକରଙ୍କୁ ଏକ ନୂଆ ପରିଚୟ ମିଳିଛି । ସେ ଆଉ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଭାରତ ନିର୍ବାଚନ କମିଶନଙ୍କ ପାଇଁ ଭୋଟର ସଚେତନତା ସୃଷ୍ଟି କରିବା ପାଇଁ ସେ 'ଜାତୀୟ ଆଇକନ' ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଧିବଦ୍ଧ ଭାବେ ସଚିନଙ୍କୁ ନ୍ୟାସନାଲ ଆଇକନ ଭାବେ ଘୋଷଣା କରାଯାଇଛି ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲଙ୍କ ଉପସ୍ଥିତିରେ ନୂଆଦିଲ୍ଲୀର ଆକାଶବାଣୀ ରଙ୍ଗ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଚିନ 3 ବର୍ଷ ପାଇଁ ନ୍ୟାସନାଲ ଆଇକନ ଭାବେ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଆଗାମୀ 2024 ଲୋକସଭା ନିର୍ବାଚନରେ ଏହି ଦାୟିତ୍ବ ଆରମ୍ଭ କରିବେ । ସେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରିବେ ।

ନୂଆ ଦାୟିତ୍ବ ଗ୍ରହଣ କରିବା ପରେ ସଚିନ ତେନ୍ଦୁଲକର ପ୍ରତିକ୍ରିୟା ରଖି କହିଛନ୍ତି, '' ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି । ମୁଁ ଓ ମୋର ପତ୍ନୀ ଅଞ୍ଜଳୀ ସର୍ବଦା ଭୋଟ ଦେଇଥାଉ । ଏହା ପରେ ଭୋଟ ଦେବାକୁ ସକ୍ଷମ ହେବା ପରେ ସାରା ଓ ଅର୍ଜୁନ ମଧ୍ୟ ଏହି ପର୍ବରେ ସାମିଲ ହୋଇଥିଲେ। ଏହା ଆମର ଦାୟିତ୍ବ ଯାହାକୁ କେବେ ଅଣଦେଖା କରିବା କଥା ନୁହେଁ । ନିର୍ବାଚନ କେବେ ହୁଏ ଏହା ଉପରେ ସମସ୍ତଙ୍କୁ ଧ୍ୟାନ ଦେବା ଆବଶ୍ୟକ । କ୍ରିକେଟ ମ୍ୟାଚ ସମୟରେ ଯେବେ ଏକ ସ୍ବରରେ ଇଣ୍ଡିଆ ଇଣ୍ଡିଆ ଜୟକାର ଶୁଭିଥାଏ ସେହିପରି ଗଣତନ୍ତ୍ରଙ୍କୁ ଆଗକୁ ନେବାରୁ ସମାନ ସ୍ବର ଉଠିବା ଦରକାର । ଏହା ସରଳ ଉପାୟ ହେଉଛି ନିଜର ମତାମତ ଭୋଟ ମାଧ୍ୟମରେ ଦେବା ।''

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ''ସାରା ବିଶ୍ବରେ ସଚିନ ତେନ୍ଦୁଲକରଙ୍କ ସ୍ବତନ୍ତ୍ର ପରିଚୟ ରହିଛି । ତାଙ୍କର କ୍ରିକେଟ କ୍ୟାରିୟର ଓ ସଫଳତା ହିଁ ଏହାର ପ୍ରମାଣ । ସେ ଅଧିକରୁ ଅଧିକ ଭୋଟରଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଉତ୍ସାହିତ କରିବେ । ଟେଲିଭିଜନ ଓ ସୋସିଆଲ ମିଡିଆରେ ସଚିନ ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମରେ ଯୋଡି ହେବେ ।''

ଏହା ବି ପଢନ୍ତୁ...ୱାଙ୍ଖଡେରେ ସ୍ଥାପନ ହେବ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରତିମୂୂର୍ତ୍ତୀ

ଏହା ବି ପଢନ୍ତୁ...ମେଡିକାଲ ପ୍ରଡକ୍ଟ ବିରୋଧରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହେଲେ ତେନ୍ଦୁଲକର

ପ୍ରକାଶ ଥାଉ କି, ଭାରତ ନିର୍ବାଚନ କମିଶନ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କୁ ଗଣତନ୍ତ୍ର ଉତ୍ସବରେ ସାମିଲ ହେବାକୁ ଭୋଟରଙ୍କୁ ଉତ୍ସାହିତ କରିବାକୁ ସେମାନଙ୍କୁ ନ୍ୟାସନାଲ ଆଇକନ କରିଥାନ୍ତି । ଗତବର୍ଷ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନ୍ୟାସନାଲ ଆଇକନ କରିଥିଲେ । ସେହିପରି 2019 ଲୋକସଭା ନିର୍ବାଚନରେ ମହେନ୍ଦ୍ର ସିଂହ ଧୋନୀ, ଅମିର ଖାନ ଓ ମେରୀ କମଙ୍କୁ ଇସି ନ୍ୟାସନାଲ ଆଇକନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.