ଜିକେବେରହା: ପୁଣି ମ୍ୟାଚ୍ ବାଧକ ସାଜିଲା ବର୍ଷା । ପ୍ରଥମ ମ୍ୟାଚ୍ ପରେ ଏବେ ଦ୍ବିତୀୟ ମ୍ୟାଚ୍ ମଧ୍ୟ ଭିଲେନ୍ ସାଜିଛି ବର୍ଷା । ଦକ୍ଷିଣ ଆଫ୍ରିକାର ଜିକେବେରହାସ୍ଥିତ ସେଣ୍ଟ୍ ଜର୍ଜ୍ ପାର୍କ ଠାରେ ଖେଳାଯାଉଥିବା ୨ୟ ଟି୨୦ ମ୍ୟାଚ୍ ବର୍ଷା କାରଣରୁ ଅଧାରେ ଅଟକିଛି । ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୧୯.୩ ଓଭରରେ ୧୮୦ ରନ୍ କରିଛି । ହେଲେ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ୨୦ ଓଭର ମ୍ୟାଚ୍ ଖେଳ ହୋଇପାରିନାହିଁ ।
-
UPDATE - Rain stops play in the 2nd T20I at St George's Park.#TeamIndia 180/7 after 19.3 overs.https://t.co/0sPVek9NdO #SAvIND pic.twitter.com/8KbhFaOOxA
— BCCI (@BCCI) December 12, 2023 " class="align-text-top noRightClick twitterSection" data="
">UPDATE - Rain stops play in the 2nd T20I at St George's Park.#TeamIndia 180/7 after 19.3 overs.https://t.co/0sPVek9NdO #SAvIND pic.twitter.com/8KbhFaOOxA
— BCCI (@BCCI) December 12, 2023UPDATE - Rain stops play in the 2nd T20I at St George's Park.#TeamIndia 180/7 after 19.3 overs.https://t.co/0sPVek9NdO #SAvIND pic.twitter.com/8KbhFaOOxA
— BCCI (@BCCI) December 12, 2023
ଆଜିର ମ୍ୟାଚ୍ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍ ମାରକ୍ରମ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଆରମ୍ଭରୁ ଫସିଥିଲା । ଉଭୟ ଓପନର ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ୍ ଖାତା ଖୋଲି ପାରିନଥିଲେ । ଫଳରେ ଆରମ୍ଭରୁ ୨ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ଟିମ୍ ଇଣ୍ଡିଆ । ତିଳକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ତିଲକ ବର୍ମା ୨୦ ବଲରୁ ୪ ଚୌକା ଓ ଗୋଟିଏ ଛକା ବଳରେ ୨୯ ରନ କରି ଆଉଟ୍ ହେବାପରେ ରିଙ୍କୁ ସିଂହଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ କ୍ୟାପ୍ଟେନ୍ ସୂର୍ଯ୍ୟ । ସେ ୩୬ ବଲରୁ ୫ ଚୌକା ଓ ୩ ଛକା ସହିତ ୫୬ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ରିଙ୍କୁ ସିଂହ ଚିରାଚରିତ ଭାବେ ମ୍ୟାଚ୍କୁ ନିଜ ଷ୍ଟାଇଲ୍ରେ ଶେଷ ଆଡ଼କୁ ନେଇଯାଇଥିଲେ । ସେ ୩୯ ବଲରୁ ୬୮ ରନ କରିଛନ୍ତି । ଏଥିରେ ୯ ଚୌକା ଓ ୨ ଛକା ସାମିଲ ଅଛି । ଅନ୍ୟପଟେ ଜିତେଶ ଶର୍ମା ୧ ଓ ରବୀନ୍ଦ୍ର ଜାଡେଜା ୧୯ ରନ କରି ଆଉଟ୍ ହୋଇଛନ୍ତି । ତେବେ ୧୯.୩ ଓଭରରେ ବର୍ଷା ହେବାରୁ ଖେଳ ଅଟକି ଯାଇଥିଲା । ସେତେବେଳେ ରିଙ୍କୁ(୬୮)ଙ୍କ ସହ ମହମ୍ମଦ ସିରାଜ କ୍ରିଜ୍ରେ ମହଜୁଦ ଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ମେଘାଚ୍ଛନ୍ନ ଜିକେବେରହା ଆକାଶ, ଦ୍ବିତୀୟ ଟି୨୦ ମ୍ୟାଚ୍ ବି ଧୋଇଯିବ !
ପ୍ରକାଶ ଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଗତ ୧୦ ତାରିଖରେ ଏହାର ଅଭିଯାନ ଆରମ୍ଭ କରିଥାଆନ୍ତା । ପ୍ରଥମ ଟି୨୦ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିଥାଆନ୍ତା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ହେଲେ ଆରମ୍ଭରୁ ବର୍ଷା ସାଜିଥିଲା ଭିଲେନ୍ । ଲଗାତାର ବର୍ଷା ଲାଗି ରହିବାରୁ ଟସ୍ ମଧ୍ୟ ପଡ଼ି ପାରିନଥିଲା । ଏହାପରେ ଆଜି ଜିକେବେରହାସ୍ଥିତ ସେଣ୍ଟ୍ ଜର୍ଜ୍ ପାର୍କ ଠାରେ ଖେଳାଯାଉଥିବା ୨ୟ ଟି୨୦ ମ୍ୟାଚ୍ ପୂର୍ବରୁ ମଧ୍ୟ ଏଠାରେ ବର୍ଷା ନେଇ ପୂର୍ବାନୁମାନ କରିଥିଲା ସ୍ଥାନୀୟ ପାଣିପାଗ ବିଭାଗ । ଏହି ମ୍ୟାଚ୍ ଧୋଇଗଲେ ଶୃଙ୍ଖଳାରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ