ETV Bharat / sports

SA vs Ind: ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ, ୫୮ ରନ୍‌ରେ ଆଗୁଆ

author img

By

Published : Jan 4, 2022, 10:20 PM IST

Updated : Jan 4, 2022, 10:39 PM IST

ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଭାରତୀୟ ଟିମର ସ୍କୋର ୮୫/୨ ରହିଛି । ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅପରାଜିତ ରହିଛନ୍ତି । ଅଧିକ ପଢନ୍ତୁ

SA vs Ind: Pujara, Rahane dig to extend visitors lead by 58 after Shardul Thakur show
SA vs Ind: ଦ୍ବିତୀୟ ଦିନରେ ଦୃଢ ସ୍ଥିତିରେ ଭାରତ, ୫୮ ରନ୍‌ର ଲିଡ୍‌

ଜୋହାନ୍ସବର୍ଗ: ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଭାରତୀୟ ଟିମ ଦୃଢ ସ୍ଥିତିରେ ରହିଛି । ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତର ସ୍କୋର ୮୫/୨ ରହିଛି । ଫଳରେ ୫୮ ରନ୍‌ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଦୁଇ ଅଭିଜ୍ଞ ଭେଟେରାନ ବ୍ୟାଟ୍‌ର ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅପରାଜିତ ରହିଛନ୍ତି । ପୂଜାରା ୩୫ ଓ ରାହାଣେ ୧୧ ରନ୍‌ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 2nd Test: ଶାର୍ଦ୍ଦୁଳଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍‌

ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ବୋଲରଙ୍କ ଶୋ ଦେଖିବାକୁ ମିଳିଥିଲା ଓ ମୋଟ ୧୧ଟି ୱିକେଟ ପଡିଥିଲା । ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇଂନିସରେ ୨୨୯ରେ ଅଲଆଉଟ୍‌ କରିବାପରେ ଘରୋଇ ଟିମକୁ ୨୭ ରନ୍‌ର ଲିଡ୍‌ ମିଳିଥିଲା । ଶାର୍ଦ୍ଦୁଳ ଠାକୁର ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ୭ଟି ୱିକେଟ ହାତେଇଥିଲେ ।

ପରେ ଭାରତ ଦ୍ବିତୀୟ ଇଂନିସ ଆରମ୍ଭ ମଧ୍ୟ ଭଲ ରହିନଥିଲା । ଇଂନିସର ସପ୍ତମ ଓଭରରେ କାମଚଳା କ୍ୟାପଟେନ କେଏଲ ରାହୁଲ ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ଦ୍ବାଦଶ ଓଭରରେ ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ LBW ଆଉଟ୍‌ ହେବାପରେ ଭାରତ ସଙ୍କଟରେ ପଡିଥିଲା । ମାତ୍ର ପୂଜାରା ଓ ରାହାଣେ ଯତ୍ନର ସହିତ ଖେଳିବା ସହ ଷ୍ଟମ୍ପ୍‌ ଅପସାରଣ ପର୍ଯ୍ୟନ୍ତ ଭାରତକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇନଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୦୨/୧୦ ଓ ୮୫/୨(ଚେତେଶ୍ବର ପୂଜାରା ୩୫*, ମାର୍କୋ ଜାନସେନ ୧-୧୮) ବନାମ ଦକ୍ଷିଣ ଆଫ୍ରିକା ୨୨୯/୧୦(କିଗାନ ପିଟରସନ ୬୨, ତେମ୍ବା ବାଭୁମା ୫୧; ଶାର୍ଦ୍ଦୁଳ ଠାକୁର ୭/୬୧)

IANS

Last Updated : Jan 4, 2022, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.