ETV Bharat / sports

ସେଞ୍ଚୁରିଆନ ଟେଷ୍ଟ: ରାହୁଲଙ୍କ ଅପରାଜିତ ଶତକ ବଳରେ ଡ୍ରାଇଭର ସିଟ୍‌ରେ ଭାରତ - ସେଞ୍ଚୁରିଆନ ଟେଷ୍ଟ କେଏଲ ରାହୁଲଙ୍କ ଶତକ

ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ(Stumps) ହୋଇଛି । ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତର ସ୍କୋର ୨୭୨/୩ ରହିଛି । କେଏଲ ରାହୁଲ ୧୨୨* ଓ ଅଜିଙ୍କ୍ୟ ରାହାଣେ ୪୦* ରନ୍‌ରେ ଅପରାଜିତ ଅଛନ୍ତି । ଅଧିକ ପଢନ୍ତୁ

SA vs Ind, 1st Test: KL Rahul's unbeaten ton helps visitors dominate
ସେଞ୍ଚୁରିଆନ ଟେଷ୍ଟ: ରାହୁଲଙ୍କ ଅପରାଜିତ ଶତକ ବଳରେ ଡ୍ରାଇଭର ସିଟ୍‌ରେ ଭାରତ
author img

By

Published : Dec 26, 2021, 9:56 PM IST

ସେଞ୍ଚୁରିଆନ(ଦକ୍ଷିଣ ଆଫ୍ରିକା): କେଏଲ ରାହୁଲଙ୍କ ଅପରାଜିତ ଶତକ ବଳରେ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନରେ ଡ୍ରାଇଭର ସିଟ୍‌ରେ ଟିମ ଇଣ୍ଡିଆ । ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭାରତର ସ୍କୋର ୨୭୨/୩ ରହିଛି । କେଏଲ ରାହୁଲ ୧୨୨* ଓ ଅଜିଙ୍କ୍ୟ ରାହାଣେ ୪୦* ରନ୍‌ରେ ଅପରାଜିତ ଅଛନ୍ତି । ଦକ୍ଷିଣ ଆଫ୍ରିକା ପାଇଁ ଲୁଙ୍ଗି ନିଙ୍ଗିଡି, ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ୱିକେଟ ସମେତ ୩ଟି ୱିକେଟ ହାସଲ କରିଛନ୍ତି ।

୧୫୭/୨ରୁ ତୃତୀୟ ସେସନ ଖେଳ ଆରମ୍ଭ କରିଥିଲେ ବିରାଟ କୋହଲି ଓ ରାହୁଲ । ପିଚ୍‌ର ଉଭୟ ପାର୍ଶ୍ବରୁ ଉଭୟ ରନ ଗତି ବଢାଇଥିଲେ । ତେବେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୩୫ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଲୁଙ୍ଗି ନିଙ୍ଗିଡିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଫଳରେ ଟିମ ଇଣ୍ଡିଆର ସ୍କୋର ୧୯୯/୩ ହୋଇଥିଲା । ପରେ ରାହୁଲଙ୍କ ସହ ବ୍ୟାଟିଂ ପାଇଁ ରାହାଣେ ଯୋଗଦେଇଥିଲେ ଓ ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ ।

ପୂର୍ବରୁ ନିଙ୍ଗିଡି ଓପନର ମୟଙ୍କ ଅଗ୍ରୱାଲ(୬୦)ଙ୍କୁ ଓ ଚେତେଶ୍ବର ପୂଜାରାଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇ ଦେଇଥିଲେ । ତେବେ ଅଗ୍ରୱାଲ ଓ ରାହୁଲ ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଦମଦାର

୧୧୭ ରନର ଭାଗିଦାରୀ ହୋଇଥିଲା । ଡିସେମ୍ବର ୨୦୧୦(ସେହ୍ବାଗ ଓ ଗମ୍ଭୀର) ପରେ ଦକ୍ଷିଣ ଆଫ୍ରିକା ମାଟିରେ ଏହା ଭାରତର ପ୍ରଥମ ୫୦ରୁ ଅଧିକ ରନ୍‌ର ଭାଗିଦାରୀ ଥିଲା । ଟିମ ଇଣ୍ଡିଆ ପୂର୍ବ ଦୁଇଟି ଦକ୍ଷିଣ ଆଫ୍ରିକା ଗସ୍ତର କୌଣସି ଟେଷ୍ଟରେ ୫୦ରୁ ଅଧିକ ଓପନିଂ ପାର୍ଟନସିପ୍‌ କରିବାକୁ ସକ୍ଷମ ହୋଇନଥିଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେ ଟେଷ୍ଟ ସିରିଜ ବିଜୟୀ ହୋଇନାହିଁ । ମାତ୍ର ବିରାଟ ବାହିନୀ ଚଳିତ ଥର ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ।

ସଂକ୍ଷିପ୍ତ ସ୍କୋର: ଭାରତ ୨୭୨/୩(କେଏଲ ରାହୁଲ ୧୨୨*, ମୟଙ୍କ ଅଗ୍ରୱାଲ ୬୦*; ଲୁଙ୍ଗି ନିଙ୍ଗିଡି ୩-୪୫) ବନାମ ଦକ୍ଷିଣ ଆଫ୍ରିକା ।

ଏହାମଧ୍ୟ ପଢନ୍ତୁ: SA vs IND: ସେଞ୍ଚୁରିଆନରେ ରାହୁଲଙ୍କ ଦମଦାର ସେଞ୍ଚୁରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.