ETV Bharat / sports

ବର୍ଷା ଧୋଇନବ କି ମ୍ୟାଚ୍‌ ? ପ୍ରଥମ ଟି୨୦ ଟସ୍‌ରେ ବିଳମ୍ବ - ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳା

SA vs IND 1st T20I Toss: ଦକ୍ଷିଣ ଆଫ୍ରିକାର ଡର୍ବନ ସ୍ଥିତ କିଙ୍ଗ୍‌ସ୍‌ମେଡ୍‌ ସାହାରା ଷ୍ଟାଡିୟମରେ ଘରୋଇ ଦଳ ବିପକ୍ଷରେ ଆଜି ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବ ଭାରତ । ହେଲେ ଆରମ୍ଭରୁ ବର୍ଷା ଟସ୍‌ରେ ବାଧକ ସାଜିଛି । ଅଧିକ ପଢ଼ନ୍ତୁ

Toss delayed due to rain at Kingsmead
କିଙ୍ଗ୍‌ସ୍‌ମେଡ୍‌ରେ ବର୍ଷା, ଟସ୍‌ରେ ବିଳମ୍ବ
author img

By ETV Bharat Odisha Team

Published : Dec 10, 2023, 7:23 PM IST

Updated : Dec 10, 2023, 7:36 PM IST

ଡର୍ବାନ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଆଜି(ରବିବାର)ଠାରୁ ଟି୨୦ ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ପରେ ସୂର୍ଯ୍ୟ ବାହିନୀର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭାରତୀୟ ପ୍ରଶଂସକ । ହେଲେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ବାଧକ ସାଜିଛି ବର୍ଷା । ଯେଉଁ କାରଣରୁ ଏବେ ଟସ୍‌ ମଧ୍ୟ ପଡ଼ିବାରେ ବିଳମ୍ବ ହୋଇଛି ।

  • It continues to drizzle and as a result toss 🪙 has been delayed. ⏳ #SAvIND

    — BCCI (@BCCI) December 10, 2023 " class="align-text-top noRightClick twitterSection" data=" ">

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ବିଜୟ ପରେ ଦମଦାର ବିଜୟ ହାସଲ କରିଥିବା ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ଆଜିର ମ୍ୟାଚ୍‌କୁ ନେଇ ମନୋବଳ ଦୃଢ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିଶ୍ବକପରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ସେହି ସବୁ ଦୁଃଖକୁ ଭୁଲି ଆଜି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଜୋରଦାର ପ୍ରସ୍ତୁତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି । ହେଲେ ଏହି ସବୁ ମଧ୍ୟରେ ବାଧକ ସାଜିଛି ବର୍ଷା । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଟସ୍‌ ପଡ଼ି ୭:୩୦ରେ ମ୍ୟାଚ୍‌ ଆରମ୍ଭ ହେବା ନେଇ ସୂଚୀ ରହିଥିଲା । ହେଲେ ଏବେ ସବୁ ପୂର୍ବ ସୂଚୀ ବିଗାଡ଼ି ଦେଇଛି ଡର୍ବନ କିଙ୍ଗ୍‌ସ୍‌ମେଡ୍‌ ବର୍ଷା । ତେବେ ଯଦି ଭାରତୀୟ ସମୟ ୮:୧୦ ମଧ୍ୟରେ ଖେଳ ଆରମ୍ଭ ହୋଇନପାରେ, ତେବେ ନିର୍ଦ୍ଧାରିତ ୨୦ ଓଭରକୁ କମ କରାଯିବ ବୋଲି କ୍ରିକ୍‌ବଜ୍‌ରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-20 ମ୍ୟାଚ

ଯଦି ପୂର୍ବ ଟି୨୦ ମ୍ୟାଚ୍‌ ଉପରେ ନଜର ପକାଇବା, ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ଟି୨୦ ମ୍ୟାଚ୍‌ରେ ଭାରତ ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟି ମ୍ୟାଚ୍‌ ବରାବର ରହିଥିଲା । ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରେ ଅନେକ ନୂଆ ଖେଳାଳିଙ୍କ ନାମ ରହିଥିଲେ ମଧ୍ୟ ଘରୋଇ ମାଟିରେ ଏମାନେ ଜଡିତ । ତେଣୁ ଏମାନେଙ୍କୁ ଖେଳରେ ଏତେଟା ଅସୁବିଧା ହେବନି । କିନ୍ତୁ ଏମାନଙ୍କୁ ସାମ୍ନା କରିବା ଭାରତୀୟ ଖେଳାଳିଙ୍କ ପାଇଁ ବଡ ଆହ୍ବାନ ହୋଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଶୃଙ୍ଖଳା ଆରମ୍ଭ ନହେଉଣୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟ୍‌କା, ବାଦପଡ଼ିଲେ ଏହି ଷ୍ଟାର ବୋଲର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 10, 2023, 7:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.