ETV Bharat / sports

IPL 2021: ଟସ୍‌ ଜିତିଲା RCB, ବ୍ୟାଟିଂ କରିବ ରାଜସ୍ଥାନ - IPL 2021 ଲାଟେଷ୍ଟ ଖବର

ଟସ୍‌ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

IPL 2021: ଟସ୍‌ ଜିତିଲା RCB,  ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ

author img

By

Published : Sep 29, 2021, 7:09 PM IST

Updated : Sep 29, 2021, 7:24 PM IST

ଦୁବାଇ: ଟସ୍‌ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ବିଜୟୀ ହେବାକୁ ଉଭୟ ଦଳ ଆଶା ବାନ୍ଧିଛନ୍ତି । ଗତ ମ୍ୟାଚରେ ବ୍ୟାଟିଂ ଉପଯୋଗୀ ଥିଲା ପିଚ୍‌ । ରାଜସ୍ଥାନ ରୟାଲ୍ସକୁ କମ୍ ସ୍କୋରରେ ଅଲଆଉଟ୍‌ କରି ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟ ଲକ୍ଷ୍ୟ ପିଛା କରିବ ବୋଲି ଟସ୍‌ ଜିତି ପ୍ରତିକ୍ରିୟା ଦେଇଛି ବିରାଟ କୋହଲି ।

ପିଚ୍‌ ବ୍ୟାଟିଂ ଉପଯୋଗୀ ଭଳି ମନେ ହେଉଛି । ଏହ ପିଚ୍‌ରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିଛି ସେ ବିଜୟୀ ହାସଲ କରିଛି । ଏହାକୁ ବଜାୟ ରଖିବାକୁ ରାଜସ୍ଥାନ ରୟାଲ୍ସ ଚେଷ୍ଟା କରିବ ବୋଲି କହିଛନ୍ତି ଅଧିନାୟକ ସଞ୍ଜୁ ସାମସନ । ଏହି ମ୍ୟାଚ୍‌ ପାଇଁ ଉଭୟ ଦଳରେ ଗୋଟିଏ ଲେଖାଏଁ ପରିବର୍ତ୍ତନ କରାଯାଇଛି । RCBରେ ଜେମିସନଙ୍କ ସ୍ଥାନରେ ଜର୍ଜ ଗାର୍ଟନ ଦଳରେ ସାମିଲ ହୋଇଛନ୍ତି । ଆଜିର ମ୍ୟାଚ ଖେଳି ଜର୍ଜ ଗାର୍ଟନ ଆଇପିଏଲରେ ଡେବ୍ୟୁ କରିବେ ।

ସେପଟେ ରାଜସ୍ଥାନ ରୟାଲ୍ସରେ ସୁସ୍ଥ ହୋଇ ଦଳରେ ସ୍ଥାନ ପାଇଁ ଷ୍ଟାର ବୋଲର କାର୍ତ୍ତିକ ତ୍ୟାଗୀ । ତାଙ୍କ ସ୍ଥାନରେ ଫାଷ୍ଟ ବୋଲର ଜୟଦେବ ଉନଦକଟ୍‌ଙ୍କୁ ବିଶ୍ରାମ ଦିଆଯାଇଛି । ବର୍ତ୍ତମାନ ପଏଣ୍ଟ ଟେବୁଲ୍‌ରେ ରାଜସ୍ଥାନ ରୟାଲ୍ସ ୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ।

ରାଜସ୍ଥାନ ରୟାଲ୍ସ ଚୂଡ଼ାନ୍ତ ଏକାଦଶ:-

ଏଭିନ ଲିୱିସ୍‌, ଯଶସ୍ବୀ ଜୈଶୱାଲ, ସଞ୍ଜୁ ସାମସନ୍‌, ରିଆମ ଲିଭିଂଷ୍ଟୋନ୍‌, ମହିପାଲ ଲୋରମର, ରିୟାନ ପରାଗ, ରାହୁଲ ତେୱତିଆ, କ୍ରୀଶ୍‌ ମୋରିସ୍‌, କାର୍ତ୍ତିକ ତ୍ୟାଗୀ, ଚେତନ ସାକାରିୟା, ମୁସ୍ତାଫିଜୁର ରେହମାନ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡ଼ାନ୍ତ ଏକାଦଶ:-

ବିରାଟ କୋହଲି, ଦେବଦତ୍ତ ପାଦ୍ଦିକଲ୍‌, ଶ୍ରୀକର ଭାରତ, ଗ୍ଲେନ ମାକ୍ସୱେଲ୍‌, ଏବି ଡି'ଭିଲିୟର୍ସ, ଡାନିଏଲ କ୍ରିଷ୍ଟିଆନ୍‌, ଜର୍ଜ ଗାର୍ଟନ, ଶାହବାଜ ଅହମ୍ମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ୍‌, ୟୁଜିବେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 29, 2021, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.