ହାମିଲଟନ୍: ନ୍ୟୁଜିଲାଣ୍ଡ ପାଇଁ ନିଜର ଶେଷ ଇଂନିସ ଖେଳିସାରିଛନ୍ତି ରସ୍ ଟେଲର । ସୋମବାର ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାଇଁ ୧୪ ରନ୍ର ଇଂନିସ ଖେଳିଛନ୍ତି ଟେଲର । ଏହାପରେ ସମସ୍ତ ଦର୍ଶକ ଓ ଖେଳାଳି ଟେଲରଙ୍କୁ ଛିଡାହୋଇ ଶେଷ ଥର ପାଇଁ କ୍ରିକେଟ ପଡିଆରୁ ବିଦାୟ ଦେଇଥିଲେ । ଏହି ମ୍ୟାଚ୍ ଟେଲରଙ୍କ ୪୫୦ତମ ମ୍ୟାଚ୍ ଓ ନ୍ୟୁଜିଲାଣ୍ଡ ପାଇଁ ଶେଷ ମ୍ୟାଚ୍ ଥିଲା । ଏଥିସହ ଟେଲଟରଙ୍କ ଦୀର୍ଘ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ୩୮ ବର୍ଷୀୟ ବ୍ୟାଟ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ । ତେବେ ନିଜ ଘରୋଇ ଗ୍ରାଉଣ୍ଡ ସେଡନ ପାର୍କରେ ଶେଷ ମ୍ୟାଚ୍ ଖେଳି ବିଦାୟ ନେବାକୁ ନିଷ୍ପତ୍ତି ନେଇଥିଲେ । ଜାତୀୟ ସଙ୍ଗୀନ ଗାନବେଳେ ଟେଲରଙ୍କ ସହିତ ତାଙ୍କର ପୁଅଝିଅ ମେକେଞ୍ଜି, ଜଣ୍ଟି ଓ ଆଡିଲେଡ୍ ଛିଡାହୋଇଥିଲେ ଓ ପରେ ନେଦରଲାଣ୍ଡ ଖେଳାଳି ତାଙ୍କୁ ଗାର୍ଡ ଅଫ୍ ଅନର୍ ଜଣାଇଥିଲେ ।
-
Special tributes for the @BLACKCAPS legend 🤩pic.twitter.com/10FXOy0I16
— ICC (@ICC) April 4, 2022 " class="align-text-top noRightClick twitterSection" data="
">Special tributes for the @BLACKCAPS legend 🤩pic.twitter.com/10FXOy0I16
— ICC (@ICC) April 4, 2022Special tributes for the @BLACKCAPS legend 🤩pic.twitter.com/10FXOy0I16
— ICC (@ICC) April 4, 2022
ଟେଲର ନ୍ୟୁଜିଲାଣ୍ଡ ପାଇଁ ନିଜର ପ୍ରଥମ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ ବର୍ଷ ୨୦୦୬ରେ ଖେଳିଥିଲେ ଓ ସମାନ ବର୍ଷ ପ୍ରଥମ ଟେଷ୍ଟ ମଧ୍ୟ ଖେଳିଥିଲେ । ପରେ ସେ ୧୧୨ଟି ଟେଷ୍ଟ ମ୍ୟାଚ୍ରେ ନିଜ ଦେଶକୁ ପ୍ରତିନିଧିତ୍ବ କରିଥିବାବେଳେ, ୧୯ଟି ଶତକ ସହାୟତାରେ ୭,୬୮୩ ରନ୍ ସଂଗ୍ରହ କରିଛନ୍ତି । ଏଥିସହ ୨୩୬ ODI ମ୍ୟାଚ୍ ଖେଳି ୮,୫୯୩ ରନ୍ ନିଜ ନାମରେ କରିଛନ୍ତି । ୧୦୨ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି ଓ ୧,୯୦୯ ରନ୍ ସଂଗ୍ରହ କରିଛନ୍ତି ।
-
Thanks for the memories @RossLTaylor 🇳🇿#SparkSport #NZvNED pic.twitter.com/PO2XboIEaO
— Spark Sport (@sparknzsport) April 4, 2022 " class="align-text-top noRightClick twitterSection" data="
">Thanks for the memories @RossLTaylor 🇳🇿#SparkSport #NZvNED pic.twitter.com/PO2XboIEaO
— Spark Sport (@sparknzsport) April 4, 2022Thanks for the memories @RossLTaylor 🇳🇿#SparkSport #NZvNED pic.twitter.com/PO2XboIEaO
— Spark Sport (@sparknzsport) April 4, 2022
ଟେଲରଙ୍କୁ ନିଜର ଶେଷ ଇଂନିସ ଖେଳିବାକୁ ସୋମବାର ଲମ୍ବା ପ୍ରତୀକ୍ଷା କରିବାକୁ ପଡିଥିଲା । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ଦ୍ବିତୀୟ ୱିକେଟ ଯୋଡିରେ ମାର୍ଟିନ ଗୁପ୍ଟିଲ ଓ ୱିଲ ୟଙ୍ଗ୍ଙ୍କ ମଧ୍ୟରେ ୨୦୩ ରନ୍ର ଭାଗିଦାରୀ ହୋଇଥିଲା । ୩୯ ଓଭର ପର୍ଯ୍ୟନ୍ତ ଏହି ଭାଗିଦାରୀ ଚାଲିଥିଲା । ଗୁପ୍ଟିଲ ୧୦୬ ଓ ୟଙ୍ଗ ୧୨୦ ରନ୍ରେ ଆଉଟ୍ ହୋଇଥିଲେ ଓ ନ୍ୟୁଜିଲାଣ୍ଡ ୩୩୩-୮ ରନ୍ କରିଥିଲା । ପରେ ମାଟ୍ ହେନରୀ ୪ଟି ୱିକେଟ ହାତେଇବା ସହ ନେଦରଲାଣ୍ଡକୁ ୨୧୮ ରନ୍ରେ ଅଲଆଉଟ୍ କରିଥିଲା ନ୍ୟୁଜିଲାଣ୍ଡ । ଏଥିସହ ୧୧୫ ରନ୍ରେ ବିଜୟୀ ହୋଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଳିନସୁଇପ କରିଥିଲା । ନିଜର ଶେଷ ଇଂନିସର ୧୪ ରନ୍ ଭିତରେ ଟେଲର ଏକ ବିଶାଳ ଛକା ମାରିଥିଲେ । ପରେ ଭାବବିହ୍ବଳ ହୋଇ ଦେଶକୁ ପ୍ରତିନିଧିତ୍ବ କରିଥିବାରୁ ଗର୍ବିତ ବୋଲି କହିଥିଲେ ।
-
Special moments at Seddon Park. #ThanksRosco pic.twitter.com/ggbAOYEPj2
— BLACKCAPS (@BLACKCAPS) April 4, 2022 " class="align-text-top noRightClick twitterSection" data="
">Special moments at Seddon Park. #ThanksRosco pic.twitter.com/ggbAOYEPj2
— BLACKCAPS (@BLACKCAPS) April 4, 2022Special moments at Seddon Park. #ThanksRosco pic.twitter.com/ggbAOYEPj2
— BLACKCAPS (@BLACKCAPS) April 4, 2022
PTI