ETV Bharat / sports

ଦୀପାବଳି ପାଳିଲେ ଟିମ୍‌ ଇଣ୍ଡିଆର ଖେଳାଳୀ, ପାରମ୍ପରିକ ଲୁକ୍‌ରେ ନଜର ଆସିଲେ କ୍ରିକେଟର୍ସ - ଆଲୋକର ପର୍ବ ଦୀପାବଳି

ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଦୀପାବଳି ସେଲିବ୍ରେସନ୍‌ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 12, 2023, 7:29 AM IST

Updated : Nov 12, 2023, 10:10 AM IST

ବେଙ୍ଗାଲୁରୁ: ଆଜି ଆଲୋକର ପର୍ବ ଦୀପାବଳି । ଦିନକ ପୂର୍ବରୁ ଦୀପାବଳି ପାଳିଲେ ଭାରତୀୟ କ୍ରିକେଟର । ଟ୍ରାଡିସିନାଲ ଗେଟଅପରେ ଦୀପାବଳି ମନାଇଛନ୍ତି ମେନ ଇନ୍‌ ବ୍ଲୁର ପୁରା ସ୍କ୍ବାଡ୍‌ । ଏନେଇ ଟ୍ବିଟରରେ ଏକ ଫଟୋ ସୋୟାର କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି କେଏଲ ରାହୁଲ । ଆଜି ବିଶ୍ବକପରେ ଶେଷ ଲିଗ୍‌ ମ୍ୟାଚ୍‌ ଥିବା ବେଳେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହା ପୂର୍ବରୁ ଦୀପାବଳି ମନାଇଛନ୍ତି ସମସ୍ତ ଖେଳାଳି ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ନେଦରଲ୍ୟାଣ୍ଡ ବିପକ୍ଷରେ ବଦଳିବନି ଚୂଡ଼ାନ୍ତ ଏକାଦଶ, ରୋହିତ-ଆୟରଙ୍କୁ କୋଚ୍‌ଙ୍କ ପ୍ରଶଂସା

ଟ୍ବିଟ୍‌ କରି ରାହୁଲ ଲେଖିଛନ୍ତି ଯେ, ଆମ ତରଫରୁ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା । ସେ ସେୟାର କରିଥିବା ଫଟୋରେ ସମସ୍ତ ଭାରତୀୟ ଖେଳାଳି କୁର୍ତ୍ତାପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଛି । ସେହିପରି ରୋହିତ ଶର୍ମା ଟ୍ବିଟରରେ ତାଙ୍କ ପତ୍ନୀଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଶୁଭ ଦୀପାବଳି ଲେଖିଛନ୍ତି । ଫଟୋରେ ରୋହିତ ଧଳା ଓ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ରିତିକା ଏକ ଗୋଲାପି ରଙ୍ଗର ଡ୍ରେସ୍‌ ପରିଧାନ କରିଛନ୍ତି । ବିରାଟ କୋହଲି ଓ ଅନୁଷ୍କା ଶର୍ମା ମଧ୍ୟ ପାରମ୍ପରିକ ଲୁକ୍‌ରେ ନଜର ଆସିଥିଲେ । ବିରାଟ ଏକ ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଅନୁଷ୍କା ଏକ ପରପଲ ରଙ୍ଗର ସାଲୁଆର ସୁଟ୍‌ ପିନ୍ଧିଥିଲେ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଇଂଲଣ୍ଡର ଚମ୍ପିଆନ୍ସ ଟ୍ରଫି ଟିକେଟ୍‌ ସୁରକ୍ଷିତ, ବଡ଼ ପରାଜୟ ନେଇ ପାକିସ୍ତାନ ବିଦା

ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଶ୍ବକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ନେଦରଲ୍ୟାଣ୍ଡକୁ ଭେଟିବ ଆୟୋଜକ ଭାରତ । ଏପର୍ଯ୍ୟନ୍ତ ୮ ଲିଗ୍‌ ମ୍ୟାଚ୍‌ ଖେଳିଥିବା ଟିମ୍‌ ଇଣ୍ଡିଆ ୮ ବିଜୟ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ରହି ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଶେଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ଦଳରେ କୌଣସି ପରିବର୍ତ୍ତନର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ । ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସଙ୍କେତ ଦେଇଥିଲେ ଦ୍ରାବିଡ । ଆସନ୍ତା ନଭେମ୍ବର ୧୫ ତାରିଖରେ ୱାଙ୍ଖେଡେ ଷ୍ଟାଡିୟମରେ ବିଶ୍ବକପର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ଖେଳାଯିବ ।

Last Updated : Nov 12, 2023, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.