ETV Bharat / sports

ରୋହିତଙ୍କ ନେତୃତ୍ବରେ ସୁରକ୍ଷିତ ହାତରେ ଭାରତୀୟ କ୍ରିକେଟ: ଡାରେନ ସାମି - ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମି

ରୋହିତ ଜଣେ ଦକ୍ଷ ଓ ପ୍ରେରଣାଦାୟକ ଲିଡର, ରୋହିତଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସୁରକ୍ଷିତ ହାତରେ ରହିଛି । ବିରାଟ କୋହଲିଙ୍କ ଅଧିନାୟକ ବିବାଦ ଭାରତୀୟ ଟିମର ମନୋବଳକୁ ପ୍ରଭାବିତ କରିବନାହିଁ । ଏହା କହିଛନ୍ତି ପୂର୍ବତନ କାରବିୟନ କ୍ରିକେଟର ଡାରେନ ସାମି । ଅଧିକ ପଢନ୍ତୁ

Rohit Sharma is a good motivational leader, Indian cricket in good hands: Darren Sammy
ରୋହିତଙ୍କ ନେତୃତ୍ବରେ ସୁରକ୍ଷିତ ହାତରେ ଭାରତୀୟ କ୍ରିକେଟ: ଡାରେନ ସାମି
author img

By

Published : Jan 28, 2022, 10:50 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମକୁ ନେଇ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମିଙ୍କ ବଡ ବୟାନ । ରୋହିତ ଜଣେ ଦକ୍ଷ ଓ ପ୍ରେରଣାଦାୟକ ଲିଡର, ରୋହିତଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସୁରକ୍ଷିତ ହାତରେ ରହିଛି । ବିରାଟ କୋହଲିଙ୍କ ଅଧିନାୟକ ବିବାଦ ଭାରତୀୟ ଟିମର ମନୋବଳକୁ ପ୍ରଭାବିତ କରିବନାହିଁ । ଏହା କହିଛନ୍ତି ପୂର୍ବତନ କାରବିୟନ କ୍ରିକେଟର ଡାରେନ ସାମି ।

ଏହାମଧ୍ୟ ପଢନ୍ତୁ: ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍‌, ଏଥର ଦୁଇଟି ପର୍ଯ୍ୟାୟ

ସମସ୍ତ ଫର୍ମାଟରେ ବିରାଟ କୋହଲିଙ୍କ ଅଧିନାୟକତ୍ବ ସମୟ ଶେଷ ହେବାପରେ ଭାରତୀୟ ଟିମରେ ପରିବର୍ତ୍ତନର ସମୟ ଚାଲୁ ରହିଛି । ଚଳିତ ମାସ ଆରମ୍ଭରେ କୋହଲି ନିଜର ୭ ବର୍ଷର ଟେଷ୍ଟ ଅଧିନାୟକ କାର୍ଯ୍ୟକାଳକୁ ଶେଷ କରିଥିଲେ । ପୂର୍ବରୁ ଟି-୨୦ ଅଧିନାୟକ ପଦ ଛାଡିବାର ଗୋଟିଏ ମାସପରେ ODI ଅଧିନାୟକ ପଦରୁ ତାଙ୍କୁ ହଟାଯାଇଥିଲା ।

ରୋହିତଙ୍କୁ ଭାରତୀୟ ଟିମର ନେତୃତ୍ବ ମିଳିବା ନେଇ ସାମି କହିଛନ୍ତି, "ରୋହିତ ଜଣେ ଦକ୍ଷ ଅଧିନାୟକ, ଜଣେ ପ୍ରେରଣାଦାୟକ ଲିଡର । IPLରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନେତୃତ୍ବ ନେବା ସମୟରେ ରୋହିତଙ୍କୁ ଲକ୍ଷ୍ୟ କରିଛି । ମହେନ୍ଦ୍ର ସିଂହ ଧୋନି ଓ ଗୌତମ ଗମ୍ଭୀରଙ୍କ ପରି ସେ ଅଧିନାୟକ ଭାବେ ମ୍ୟାଚ୍‌ ଜିତିଥା'ନ୍ତି ।"

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଫେବୃଆରୀ ମାସରେ ODI ଓ ଟି-୨୦ ସିରିଜ ଖେଳାଯିବ । ରୋହିତ ଶର୍ମା ଏହି ସିରିଜରେ ଭାରତର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.