ETV Bharat / sports

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଦଳ ଘୋଷଣା, 3 ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ

ଟିମ୍ ଇଣ୍ଡିଆର ନୂଆ କ୍ୟାପ୍ଟେନ ହେଲେ ହିଟ୍ ମ୍ୟାନ ରୋହିତ ଶର୍ମା । ଶ୍ରୀଲଙ୍କା ବିପକ୍ଷ ଦଳ ଘୋଷଣା ସହ ରୋହିତ ଶର୍ମାଙ୍କୁ 3 ଫର୍ମାଟର ପୂର୍ଣ୍ଣକାଳୀନ କ୍ୟାପ୍ଟେନ ଦାୟିତ୍ବ ହସ୍ତାନ୍ତର । ଅଧିକ ପଢନ୍ତୁ

author img

By

Published : Feb 19, 2022, 4:42 PM IST

Updated : Feb 19, 2022, 5:47 PM IST

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଦଳ ଘୋଷଣା, 3 ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଦଳ ଘୋଷଣା, 3 ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ

ହାଇଦ୍ରାବାଦ: 3 ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା । ପୂର୍ବରୁ ୨ ଫର୍ମାଟରେ କ୍ୟାପ୍ଟେନ ଥିବାବେଳେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କୁ ହ୍ବାଇଟ ବଲ୍ ଅଧିନାୟକ ଦାୟିତ୍ବ ହସ୍ତାନ୍ତର । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ଟେଷ୍ଟ ଅଧିନାୟକ ଦାୟିତ୍ବ ତୁଲାଇବେ ରୋହିତ ।

ଆଜି(ଶନିବାର) ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଦଳ ଘୋଷଣା କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ(BCCI) । ରୋହିତଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ସେପଟେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ବର ପୂଜାରାଙ୍କୁ ବାଦ୍ ଦେଇଛି BCCI ।

ତେବେ ଡିସେମ୍ବର ୨୦୨୧ ରେ ରୋହିତ ଟେଷ୍ଟ ଟିମ୍‌ର ଉପ-ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ । ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ପଦରୁ ଇସ୍ତଫା ଦେବା ପରେ ରୋହିତଙ୍କୁ ଅନ୍ୟ ୨ ଫର୍ମାଟ ଟି-୨୦ ଏବଂ ଦିନିକିଆରେ ଅଧିନାୟକ ଦାୟିତ୍ବ ମିଳିଥିଲା । ବର୍ତ୍ତମାନ ସମସ୍ତ ୩ ଫର୍ମାଟର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ରୋହିତଙ୍କୁ ନିଯୁକ୍ତି ଦେଇଛି BCCI ।

ସେପଟେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଟେଷ୍ଟ ସିରିଜ୍‌ ପାଇଁ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛି BCCI । ଟି-୨୦ ସିରିଜ୍‌ରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ବାଦ୍ ଦିଆଯାଇ ଥିବାବେଳେ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହଣେ । ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌କୁ କମବ୍ୟାକ କରିବେ ବିରାଟ ଓ ପନ୍ତ ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସ୍କ୍ବାର୍ଡ:-

ରୋହିତ ଶର୍ମା(କ୍ୟାପ୍ଟେନ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରି, ଶୁବ୍‌ମନ ଗିଲ୍, ଋଷବ ପନ୍ତ, କେ.ଏସ ଭାରତ, ଅଶ୍ବିନ(ଫିଟନେସ୍), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୂଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ଶିରାଜ, ଉମେଶ ଯାଦବ, ସୌରଭ କୁମାର ।

@ANI

Last Updated : Feb 19, 2022, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.