ETV Bharat / sports

ଟି20 ବିଶ୍ବକପ୍‌ ଖେଳିବାକୁ ରୋହିତ-କୋହଲିଙ୍କ ଇଚ୍ଛା, ଖୁବଶୀଘ୍ର କଥା ହେବେ ଅଗରକର

T20 World Cup 2024: ଆଗାମୀ ଟି20 ବିଶ୍ବକପ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭେଟେରାନ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ଟି20 ଶୃଙ୍ଖଳା ପାଇଁ ଦଳ ଚୟନ କରିବା ପୂର୍ବରୁ ଚୟନକର୍ତ୍ତାଙ୍କ ପାଇଁ ଚ୍ୟାଲେଞ୍ଜ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 3, 2024, 6:44 AM IST

ଟି20 ବିଶ୍ବକପ୍‌ ଖେଳିବାକୁ ରୋହିତ-କୋହଲିଙ୍କ ଇଚ୍ଛା

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳା ପରେ ଘରୋଇ ମାଟିରେ ଆଫଗାନିସ୍ତାନ ବିପକ୍ଷରେ ଟି20 ଶୃଙ୍ଖଳା ଖେଳିବ ଭାରତ । ଆଗକୁ ଟି20 ବିଶ୍ବକପ୍‌ ଥିବାରୁ ଏହି ଶୃଙ୍ଖଳା ବେଶ ଗୁରୁତ୍ବପୂର୍ଣ୍ଣ ରହିବ । ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ହେଲେ ଏହି ସିରିଜ୍‌ ପାଇଁ ଦଳ ଚୟନ କରିବା ଅଜିତ ଅଗରକର ଓ ଚୟନକର୍ତ୍ତାଙ୍କ ପାଇଁ ଏତେ ସହଜ ହେବନି । କାରଣ ଭେଟେରାନ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଆଗାମୀ ଟି20 ବିଶ୍ବକପ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । 2022 ନଭେମ୍ବରରେ ଶେଷ ହୋଇଥିବା ଟି20 ବିଶ୍ବକପ୍‌ ସେମିଫାଇନାଲ ପରାଜୟ ପରଠାରୁ ଗୋଟିଏ ମଧ୍ୟ ଟି20 ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି ଉଭୟ ଷ୍ଟାର ବ୍ୟାଟର । ଏଭଳି ସ୍ଥିତିରେ ଯଦି ସେମାନେ ବିଶ୍ବକପ୍‌ ଖେଳନ୍ତି, ତେବେ ସେମାନଙ୍କୁ ପ୍ରସ୍ତୁତି ମଧ୍ୟ ଆବଶ୍ୟକ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ 2ୟ ତଥା ଅନ୍ତିମ ଟଷ୍ଟ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି ଟିମ୍‌ ଇଣ୍ଡିଆ । ଏଠାରେ ଦଳ ସହିତ ଜାତୀୟ ଦଳର ଦୁଇ ଚୟନକର୍ତ୍ତା ଶିବସୁନ୍ଦର ଦାସ ଓ ସଲିଲ ଅଙ୍କୋଲା ଉପସ୍ଥିତ ଅଛନ୍ତି । 2ୟ ଟେଷ୍ଟ ମ୍ୟାଚ୍‌ ମଧ୍ୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ସହ ଆଲୋଚନା କରିବେ ଅଗରକର ଏଣ୍ଡ କୋ । ଏହାପରେ ହିଁ ଆଫଗାନିସ୍ତାନ ବିପକ୍ଷ ଟି20 ଦଳର ଚୟନ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଆଗାମୀ ମେ-ଜୁନ ମାସରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଅନୁଷ୍ଠିତ ହେବ ଟି20 ବିଶ୍ବକପ୍‌ 2024 । ଏହା ପୂର୍ବରୁ ମାର୍ଚ୍ଚ- ଏପ୍ରିଲରେ ଅନୁଷ୍ଠିତ ହେବ ଆଇପିଏଲ୍‌ 2024 । ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇରେ ପ୍ରକାଶ ପାଇଥିବା ଖବର ଅନୁସାରେ ଏହି ବିଶ୍ବକପ୍‌ ପୂର୍ବରୁ ଆଇପିଏଲ୍‌ରେ ପ୍ରାୟ 30 ଜଣ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ । ତେଣୁ ଆଫଗାନିସ୍ତାନ ବିପକ୍ଷ ଟି20 ଶୃଙ୍ଖଳା ପାଇଁ ରୋହିତ ଓ କୋହଲିଙ୍କ ଚୟନ କରାଯାଉଛି ନା ଆଇପିଏଲ୍‌ରେ ସେମାନଙ୍କ ପ୍ରଦର୍ଶନ ଓ ଫିଟ୍‌ନେସ୍‌ ଉପରେ ସେମାନଙ୍କ ଟି20 କ୍ୟାରିୟର ନିର୍ଭର କରିବ, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢ଼ନ୍ତୁ...2024ରେ ଟିମ୍‌ ଇଣ୍ଡିଆର ବିଜି ସେଡ୍ୟୁଲ, ଟି20 ବିଶ୍ବକପ୍‌ ଉପରେ ରହିବ ନଜର

ଅନ୍ୟପଟେ 25 ଜାନୁଆରୀରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବ ଟିମ୍‌ ଇଣ୍ଡିଆ । ତେଣୁ ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଟି20 ଶୃଙ୍ଖଳା ଖେଳିବା ସମ୍ଭାବନା ବହୁତ କ୍ଷୀଣ । ପିଟିଆଇକୁ ମିଳିଥିବା ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡର ଜଣେ ଅଧିକାରୀଙ୍କ ଗୋପନୀୟ ତଥ୍ୟ ଅନୁସାରେ, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍‌ ନାହାନ୍ତି । ତେଣୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଟି20 ଶୃଙ୍ଖଳାକୁ ନେଇ କୌଣସି ଅନୁମାନ କରିବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ଟି20 ବିଶ୍ବକପ୍‌ ନେଇ କୌଣସି ବି ନିଷ୍ପତ୍ତି ଆଇପିଏଲ୍‌ର ପ୍ରଥମାର୍ଦ୍ଧ ପ୍ରଦର୍ଶନ ଆଧାରରେ ନିଆଯିବ । ଏହି ରିପୋର୍ଟ ଅନୁସାରେ ରୋହିତ ଓ କୋହଲି ଉଭୟ ଟି20 ବିଶ୍ବକପ୍‌ 2024 ଖେଳିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.