ETV Bharat / sports

କୋହଲିଙ୍କ ଖରାପ ଫର୍ମ ନେଇ ଏମିତି କହିଲେ ରୋହିତ

author img

By

Published : Jul 11, 2022, 8:44 PM IST

Updated : Jul 11, 2022, 9:09 PM IST

ଆମେ ଆମର ଦଳ ବହୁ ଭାବି ଚିନ୍ତି ବନେଇ ଥାଉ । ଆମେ କ୍ରିକେଟର ମାନଙ୍କୁ ସମର୍ଥନ କରୁ ସେମାନଙ୍କୁ ଖେଳିବାକୁ ଅବସର ଦେଉ । କୋହଲି ନିରନ୍ତର ଭାବେ 10 ବର୍ଷ ଧରି ଦଳ ପାଇଁ ଦମଦାର ପ୍ରଦର୍ଶନ କରିଆସୁଛନ୍ତି । କିଛି ମ୍ୟାଚର ଖରାପ ପ୍ରଦର୍ଶନ ପାଇଁ ଆମେ ଏତେଟା ଚିନ୍ତିତ ନୁହେଁ । ନିକଟରେ କିମ୍ବଦନ୍ତି କ୍ରିକେଟର କପିଲ ଦେବ ବିରାଟ କୋହଲିଙ୍କ ଫର୍ମକୁ ନେଇ ଦେଇଥିବା ବୟାନର ଜବାବରେ ଏହା କହିଛନ୍ତି ରୋହିତ ଶର୍ମା । ଅଧିକ ପଢନ୍ତୁ

ବିଶେଷଜ୍ଞଙ୍କ ମନ୍ତବ୍ୟକୁ ରୋହିତଙ୍କ ଉତ୍ତର, ଆଗରୁ କରିଥିବା ପ୍ରଦର୍ଶନକୁ ଅଣଦେଖା କରିହେବ ନାହିଁ

ହାଇଦ୍ରାବାଦ: ବିଶେଷଜ୍ଞମାନେ ବାହାରୁ ଖେଳ ଦେଖୁଛନ୍ତି । ସେମାନଙ୍କୁ ଜଣାନାହିଁ ଭିତରେ କଣ ଚାଲିଛି । ଆମ ପାଖରେ ଆମର ବିଚାର ପ୍ରକ୍ରିୟା ରହିଛି । ଆମେ ଆମର ଦଳ ବହୁ ଭାବି ଚିନ୍ତି ବନେଇ ଥାଉ । ଆମେ କ୍ରିକେଟର ମାନଙ୍କୁ ସମର୍ଥନ କରୁ ସେମାନଙ୍କୁ ଖେଳିବାକୁ ଅବସର ଦେଉ । ଏସବୁ କଥା ବାହାରୁ କେବେ ଜଣା ପଡି ନଥାଏ । ଯାହା ବାହାରୁ ଦେଖାଯାଉଛି ତାହା ମହତ୍ବପୂର୍ଣ୍ଣ ନୁହେଁ । ହେଲେ ଆମ ଦଳ ଭିତରେ କଣ ଚାଲିଛି ତାହା ଆମ ପାଇଁ ଅଧିକ ଗୁରୁତ୍ବ ରଖିଥାଏ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ସମସ୍ତେ ନିଜ କ୍ରିକେଟ କ୍ୟାରିୟରରେ କଠିନ ସମୟ ଦେଇ ଗତି କରିଛନ୍ତି । ଏହାର ଅର୍ଥ ନୁହେଁ କି ଆମେ ତାହାର ପୁରୁଣା ରେକର୍ଡକୁ ଭୁଲିଯିବା (10ବର୍ଷ) । ଯଦି କ୍ରିକେଟରଙ୍କ ଫର୍ମ ବିଷୟରେ ଚର୍ଚ୍ଚା କରିବା ସମସ୍ତେ ଖରାପ ସମୟ ଦେଇ ଗତି କରିଛନ୍ତି । ଯଦି କେହି କ୍ରିକେଟର ବର୍ଷ ବର୍ଷ ଧରି ଭଲ ପ୍ରଦର୍ଶନ ଜାରି ରଖିଥିବ ହେଲେ ଗୋଟିଏ କିମ୍ବା ଦୁଇଟି ସିରିଜରେ ଖରାପ ପ୍ରଦର୍ଶନ କରିଲେ ତାକୁ ଫର୍ମ ବାହାରେ କ୍ରିକେଟର କୁହାଯାଇପାରିବ ନାହିଁ । ସିଏ ପୂର୍ବରୁ କରିଥିବା ଦମଦାର ପ୍ରଦର୍ଶନକୁ ଆମେ ଅଣଦେଖା କରିପାରିବା ନାହିଁ । ଆମେ ଦଳର ଯେଉଁ କ୍ରିକେଟରଙ୍କୁ ଭଲ ଭାବରେ ଜାଣିଛୁ ତା ବିଷୟରେ ଆଲୋଚନା କରିବା ଆମର ପୁରା ଅଧିକାର ରହିଛି । ଏହି ମତାମତ ଅଧିନାୟକ ରୋହିତ ଶର୍ମା ବିରାଟ କୋହଲିଙ୍କ ସପକ୍ଷରେ ଗଣମାଧ୍ୟମ ଆଗରେ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିରାଟ ଜଣେ ଦକ୍ଷ ଖେଳାଳି । ତାଙ୍କ ପ୍ରଦର୍ଶନ ଉପରେ ଆଙ୍ଗୁଠି ଉଠାଯାଇ ପାରିବ ନାହିଁ । ବିରାଟ କୋହଲି ଆଗକୁ ହେବାକୁ ଥିବା ଦିନିକିଆ ମ୍ୟାଚରେ ତାଙ୍କର ଜବରଦସ୍ତ ପରଫରମାନ୍ସ ଦେବେ । ଆସନ୍ତାକାଲି(ମଙ୍ଗଳବାର)ଠୁ ତଥା ଜୁଲାଇ 12 ରୁ ଭାରତ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ମ୍ୟାଚରେ ସେ ତାଙ୍କର ପ୍ରଦର୍ଶନ ଜାରି ରଖିବେ ଆଶା ରହିଛି ।

ନିକଟରେ କିମ୍ବଦନ୍ତି କ୍ରିକେଟର କପିଲ ଦେବ ବିରାଟ କୋହଲିଙ୍କର ଫର୍ମକୁ ନେଇ କହିଥିଲେ ଯଦି ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ଦଳରୁ ବାଦ ଦିଆଯାଉଛି ତ ବିରାଟ କୋହଲିଙ୍କୁ କଣ ପାଇଁ ନୁହେଁ । ଏହାର ଜବାବରେ ଗତ କାଲି (ରବିବାର) ଟି-20 ମ୍ୟାଚ ପରେ ରୋହିତ ଶର୍ମା ଗଣମାଧ୍ୟମ ଆଗରେ ଏହାର ବୟାନ ରଖିଥିଲେ ।

Last Updated : Jul 11, 2022, 9:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.